‘ବିଗ ବସ’ର ପ୍ରସାରଣ ବନ୍ଦ କରିବା ପାଇଁ ଦାବୀ କଲେ ବିଜେପି ବିଧାୟକ


ଛୋଟ ପରଦାର ସବୁଠାରୁ ବଡ ରିଆଲିଟି ସୋ କୁହାଯାଉଥିବା ‘ବିଗ ବସ’କୁ ନେଇ ଏକ ନୂଆ ବିବାଦ ମୁଣ୍ଡ ଟେକିଛି । ଅଭିନେତା ସଲମାନ ଖାନଙ୍କ ଲୋକପ୍ରିୟ ଟିଭି ସୋ ‘ବିଗ ବସ’ର ପ୍ରସାରଣ ରୋକିବା ପାଇଁ ବିଜେପିର ଜଣେ ବିଧାୟକ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାୱେଡକରଙ୍କୁ ନିବେଦନ କରିଛନ୍ତି । ଗାଜିଆବାଦସ୍ଥିତ ଲୋନି ବିଧାନସଭା ଆସନର ବିଜେପି ବିଧାୟକ ‘ନନ୍ଦ କିଶୋର ଗୁଜର’ ବିଗ ବସର ପ୍ରସାରଣ ରୋକିବା ପାଇଁ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାୱେଡକରଙ୍କୁ ନିବେଦନ କରିଛନ୍ତି । ସେ କେନ୍ଦ୍ରମନ୍ତ୍ରୀଙ୍କୁ ଏକ ଲିଖିତ ପତ୍ର ମାଧ୍ୟମରେ ବିଗ ବସ ୧୩ର ପ୍ରସାରଣ ବନ୍ଦ କରିବା ପାଇଁ ନିବେଦନ କରିଛନ୍ତି । ବିଧାୟକ ଜଣକ ଅଭିଯୋଗ ଆଣିଛନ୍ତି ଯେ, ବିଗ ବସ ୧୩ ଅଶ୍ଲୀଲତା, ଉତପୀଡନ ଏବଂ ସମାଜରେ ବ୍ୟଭିଚାର ସୃଷ୍ଟି କରୁଛି ।

ସେଥିପାଇଁ ସେ ତୁରନ୍ତ ଏହାର ପ୍ରସାରଣ ବନ୍ଦ କରିବା ପାଇଁ ଦାବୀ କରିଛନ୍ତି । ବିଜେପି ବିଧାୟକ ନନ୍ଦ କିଶୋର ନିଜ ପତ୍ରରେ ଲେଖିଛନ୍ତି ଯେ, କଲର୍ସ ଚ୍ୟାନେଲରେ ବିଗ ବସର ପ୍ରସାରଣ ପ୍ରାଇମ ଟାଇମ ସ୍ଲଟରେ କରାଯାଉଛି ଏବଂ ଏହାର କଣ୍ଟେଣ୍ଟରେ ଅଶ୍ଲୀଲତା, ଉତପୀଡନ ଏବଂ ସମାଜରେ ବ୍ୟଭିଚାର ସୃଷ୍ଟି କଲା ଭଳି ବିଷୟ ବସ୍ତରେ ରହିଛି ।


Share It

Comments are closed.