ଲମ୍ବା କେଶ ପାଇଁ ‘ଗିନିଜ୍ ବୁକ ଅଫ ରେକର୍ଡ’ରେ ସ୍ଥାନ ପାଇଲେ ନିଲାଶୀଂ


ଭାରତୀୟ ମୂଳ ନିବାସୀ କିଶୋରୀ ନିଲାଶୀଂ ପଟେଲ ପୁଣି ଥରେ ବିଶ୍ୱର ସବୁଠାରୁ ଲମ୍ବା କେଶ ଥିବା ବାଳିକା ଭାବେ ‘ଗିନିଜ୍ ବୁକ ଅଫ ରେକର୍ଡ’ରେ ସ୍ଥାନ ପାଇଛନ୍ତି । ସୁରଟର ଜଣେ ୧୭ ବର୍ଷ ବୟସ୍କା ବାଳିକା ନିଜ କେଶ ପାଇଁ ସେ ବର୍ତ୍ତମାନ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଅରୱାଲୀ ଜିଲ୍ଲାର ମୋଡାସରେ ରହୁଥିବା ନିଲାଶୀଂଙ୍କ କେଶର ଲମ୍ବ ୧୯୦ ସେମି ଥିବାବେଳେ ଲୋକେ ତାଙ୍କୁ ରିୟଲ ଲାଇଫ୍ ରାମ୍ପୁଜେଲ ବୋଲି କହିଥାନ୍ତି ।

ନିଲାଶୀଂ ୧୬ ଅଗଷ୍ଟ ୨୦୦୨ରେ ଜନ୍ମ ଗ୍ରହଣ କରିଥିବାବେଳେ ୨୦୧୮ ନଭେମ୍ବର ୨୧ରେ ପ୍ରଥମଥର ଏବଂ ୨୦୧୯ ସେପ୍ଟେମ୍ବର ୨୨ରେ ଦ୍ୱିତୀୟ ଥର ପାଇଁ ‘ଗିନିଜ୍ ବୁକ ଅଫ ରେକର୍ଡ’ରେ ତାଙ୍କ ନାମ ସ୍ଥାନ ପାଇଥିଲା । ୨୦୧୮ ନଭେମ୍ବର ୨୧ରେ ତାଙ୍କ କେଶର ଲମ୍ବ ୧୭୦.୫ ସେମି ଥିବାବେଳେ ବର୍ତ୍ତମାନ ଏହା ୧୯.୫ ସେମି ବଢିଛି । କିଶୋରୀ ବର୍ଗରେ ନିଲାଶୀଂ ସବୁଠାରୁ ଲମ୍ବା କେଶ ରଖିବାର ରେକର୍ଡ ହାସଲ କରିଥିବାବେଳେ ସେ ଏହି ସଂପର୍କରେ କହିଛନ୍ତି ଯେ, “ମୁଁ ୬ ବର୍ଷ ବୟସରୁ ମୋର ବାଳ କାଟିବା ବନ୍ଦ କରିଦେଇଥିଲି । ଥରେ ଦୁର୍ଭାଗ୍ୟବଷତଃ ମୋ କେଶ ଖରାପ ହୋଇଯାଇଥିବା ଯୋଗୁଁ ତାକୁ କାଟିବାକୁ ପଡିଥିଲା, ସେବେ ଠାରୁ ମୁଁ ଦୃଢ ପ୍ରତିଜ୍ଞା ନେଇଥିଲି ଯେ, ଆଉ କେବେବି କେଶ କାଟିବି ନାହିଁ । ”ସେ ଆହୁରୀ ମଧ୍ୟ କହିଛନ୍ତି ଯେ, “ମା’ ଘରେ ପ୍ରସ୍ତୁତି କରୁଥିବା ସ୍ୱତନ୍ତ୍ର କେଶ ତୈଳ ବ୍ୟବହାର କରିବା ଦ୍ୱାରା ସେ ଏହି ରେକର୍ଡ ହାସଲ କରିପାରିଛନ୍ତି । ”
ନୀଲାଶୀଂ ବର୍ତ୍ତମାନ ଦ୍ୱାଦଶ ପାସ କରିବା ପରେ ଆଇଆଇଟିରେ କମ୍ପ୍ୟୁଟର ଇଞ୍ଜିନିୟରିଙ୍ଗର ଛାତ୍ରୀ ଅଟନ୍ତି । ତାଙ୍କର ଇଚ୍ଛା ଭବିଷ୍ୟତରେ ଜଣେ କମ୍ପ୍ୟୁଟର ଇଞ୍ଜିନିୟର ହେବା ପାଇଁ ।


Share It

Comments are closed.