ଆରପାରିରେ ଟିମ ଇଣ୍ଡିଆର ସୁପର ଫ୍ୟାନ ଚାରୁଲତା


ଟିମ ଇଣ୍ଡିଆର ସୁପରଫ୍ୟାନ ଚାରୁଲତା ପଟେଲଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କର ୮୭ ବର୍ଷ ହୋଇଥିବାବେଳେ ଗତ ବର୍ଷ ଇଂଲଣ୍ଡରେ ଅନୁଷ୍ଠିତ ହୋଇଥିବା ଆଇସିସି ବିଶ୍ୱକପରେ ତାଙ୍କୁ ଦଳକୁ ଚିୟର କରୁଥିବାର ଦେଖିବାକୁ ମିଳିଥିଲା । ବିଶ୍ୱକପ ସମୟରେ ଭାରତୀୟ ଦଳକୁ ଚିୟରଅଫ କରିବା ପାଇଁ ଷ୍ଟାଡିୟମରେ ତାଙ୍କ ଉପସ୍ଥିତି ସେହି ସମୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା ।
ଚାରୁଙ୍କର ଭାରତୀୟ ଦଳପ୍ରତି ପ୍ରେମକୁ ଦେଖି ତାଙ୍କୁ ସୁପରଫ୍ୟାନର ଆଖ୍ୟା ଦିଆଯାଇଥିଲା । ତାଙ୍କ ମୃତ୍ୟୁରେ ବିସିସିଆଇ ପକ୍ଷରୁ ଗଭୀର ଶୋକବ୍ୟକ୍ତ ମଧ୍ୟ କରାଯାଇଛି । ବିଶ୍ୱକପ ସମୟରେ ସେ ଅଧିନାୟକ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କୁ ଭେଟିବା ସହ ଆଶୀର୍ବାଦ ମଧ୍ୟ ଦେଇଥିଲେ ।


Share It

Comments are closed.