ନିର୍ଭୟା ଦୋଷୀର ରାଜକ୍ଷମା ଆବେଦନ ଖାରିଜ କଲେ ରାଷ୍ଟ୍ରପତି


ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାର ଦୋଷୀ ମୁକେଶଙ୍କ ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରିଜ କରିଦେଇଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଶକ୍ରବାର ଦିନ ମୁକେଶଙ୍କ ରାଜକ୍ଷମା ଆବେଦନକୁ ମହାମହିମ ରାଷ୍ଟ୍ରପତିଙ୍କ ପାଖକୁ ପଠାଯାଇଥିଲା । ନିର୍ଭୟା ମାମଲାରେ ଉକ୍ତ ୪ ଦୋଷୀଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ଜଣେ ଦୋଷୀ ନିକଟ କିଛି ଦିନ ହେବ ଏହି ରାଜକ୍ଷମା ଆବେଦନ କରିଥିଲେ ।
ଗୃହ ମନ୍ତ୍ରାଳୟ, ମକେଶ ସିଂହଙ୍କ କ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ପାଖକୁ ପଠାଇବା ସହ ଦିଲ୍ଲୀ ଉପ-ରାଜ୍ୟପାଳଙ୍କ ଦ୍ୱାରା ଏହାକୁ ଅସ୍ୱୀକାର କରାଯାଇଥିବା ମଧ୍ୟ ଦର୍ଶାଇଛନ୍ତି । ଦିଲ୍ଲୀ ଉପ-ରାଜ୍ୟପାଳ ଶୁକ୍ରବାର ଦିନ ମୁକେଶ ସିଂହଙ୍କ କ୍ଷମା ଆବେଦନ ଗୃହ ମନ୍ତ୍ରାଳୟଙ୍କ ନିକଟକୁ ପଠାଇଥିଲେ । ଏହାର ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀ ସରକାର ଏହି ଆବେଦନକୁ ଅସ୍ୱୀକାର କରିବା ପାଇଁ ସୁପାରିଶ କରିଥିଲେ । ରାଷ୍ଟ୍ରପତିଙ୍କ ଦ୍ୱାରା ରାଜକ୍ଷମା ଆବେଦନ ଖାରିଜ କରାଯିବା ପରେ ବର୍ତ୍ତମାନ ଦୋଷୀଙ୍କ ଆଇନ ଗତ ବିକଳ୍ପ ଶେଷ ହୋଇଯାଇଛି ।
ପ୍ରକାଶ ଥାଉକି, ୭ ଜାନୁଆରୀରେ ପଟିଆଲ କୋର୍ଟ ଦୋଷୀଙ୍କ ବିରୋଧରେ ଡେଥ ୱାରେଣ୍ଟ ଜାରି କରିଥିବାବେଳେ ଉକ୍ତ ଦୋଷୀଙ୍କୁ ୨୨ ଜାନୁଆରୀ ସକାଳ ୭ରେ ଫାଶୀ ଦିଆଯିବାର ଘୋଷଣା କରାଯାଇଥିଲା ।


Share It

Comments are closed.