ହୋଲିରେ ଘଟିଲା ଦଙ୍ଗା, ମୁସଲିମ ପରିବାରଙ୍କୁ ଭାରତ ଛାଡି ପାକିସ୍ତାନ ପଳାଇବା ପାଇଁ ଦିଆଗଲା ଧମକ


ଗତ କାଲି ହୋଲିକୁ ନେଇ ସାରା ଦେଶ ଉତ୍ସବମୁଖର ହୋଇପଡିଥିବାବେଳେ ସେପଟେ ଗୁଡଗାଓଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଘଟିଣାଟି ଏପରି ଘଟିଥିଲା ଯେ, ସେଠାରେ କିଛି ଗୋଷ୍ଠୀ ସମୁଦାୟ ଲୋକ ଏକ ମୁସଲିମ ପରିବାର ଉପରେ ଅକଥନୀୟ ଅତ୍ୟାଚାର କରୁଥିବାର ଦେଖିବାକୁ ମିଳୁଥିଲା ।
ମିଳିଥିବା ସୂଚନା ମୁତାବକ ଗୁଡଗାଓଁସ୍ଥିତ ଭୁପେଶ ସିଂହ ନଗରରେ ୨୦ରୁ ଉଦ୍ଧ୍ୱର୍ ଲୋକ ହାତରେ ଅସ୍ତ୍ରଶସ୍ତ୍ର ଧରି ୩୨ ବର୍ଷିୟ ‘ମହମ୍ମଦ ଦିଲସାଦ’ଙ୍କ ଘର ଭିତରକୁ ଜୋର ଜବରଦସ୍ତ ପ୍ରବେଶ କରି ତାଙ୍କୁ ଧମକଚମକ କରିବାକୁ ଲାଗିଥିଲା ।
କେବଳ ଏତିକି ନୁହେଁ ମରାଣାତ୍ମକ ଅସ୍ତ୍ରଶସ୍ତ୍ର ଧରିଥିବା ଏହି ଜନସମୁଦାୟ ଦିଲସାଦଙ୍କ ଘରେ ପ୍ରବେଶ କରି ପରିବାର ଲୋକଙ୍କୁ ଅତର୍କିତ ଆକମ୍ରଣ କରିବା ସହ ତାଙ୍କ ଗାଡି ଏବଂ ଘର ସମସ୍ତ ଆସବାବ ପତ୍ରକୁ ଭଙ୍ଗାରୁଜା କରିଥିଲେ । ଏହାପରେ ଦିଲସାଦ ସ୍ଥାନୀୟ ପୋଲିସ ଷ୍ଟେସନରେ ଏକ ମାମଲା ଦାୟର କରିଥିଲେ ଯାହାକୁ ନେଇ ପୋଲିସ ବର୍ତ୍ତମାନ ତଦନ୍ତ ପ୍ରକ୍ରିୟା ଜୋରଦାର ଆରମ୍ଭ କରିଦେଇଛି ।
ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଏହି ଗୋଷ୍ଠୀ ସଂଘର୍ଷ କ୍ରିକେଟ ଖେଳକୁ ନେଇ ଉପୁଜିଛି । ଦିଲସାଦ ଗତ କାଲି ଅପରାହ୍ନ ୩ଟାରେ ନିଜ ପଡୋଶୀଙ୍କ ସହ ମିଶି ନିକଟରେ ଥିବା ଏକ ପଡିଆକୁ ଖେଳିବାକୁ ଯାଇଥିଲେ । ସେଠାରେ ଦିଲସାଦ ଖେଳୁଥିବା ସମୟରେ ହଠାତ ତିନୋଟି ବାଇକରେ ୯ ଜଣ ଦୁର୍ବୁତ ଆସି ତାଙ୍କୁ ତୁରନ୍ତ ପଡିଆ ଛାଡିବା ପାଇଁ ଧମକ ଦେଇଥିଲେ, ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ମଧ୍ୟ ହୋଇଥିଲା ।
ଏହାପରେ ଦିଲସାଦ ପଡିଆ ଛାଡି ଘରକୁ ଫେରି ଆସିଥିଲେ । କିଛି ସମୟ ପରେ ଉକ୍ତ ଦୁର୍ବୁତ ମାନେ ପ୍ରତିଶୋଧ ପରାୟାଣ ହୋଇ ଶସସ୍ତ୍ରବାହିନୀ ସହ ଆସି ଦିଲସାଦଙ୍କ ଘର ଭିତରକୁ ଜୋରଜବଦସ୍ତ ପ୍ରବେଶ କରି ପରିବାର ଲୋକଙ୍କୁ ମରଣାତ୍ମକ ଆକ୍ରମଣ ଲାଗିଥିଲେ ଏବଂ ଦେଶ ଛାଡି ପାକିସ୍ତାନ ପଳାଇବା ପାଇଁ ଧମକ ମଧ୍ୟ ଦେଇଥିଲେ । ଏହି ଘଟଣାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରସେ ଭାଇରାଲ ହେବାରେ ଲାଗିଛି ।


Share It

Comments are closed.