ହୋଲି ଖେଳିବା ପଛରେ କ’ଣ ରହିଛି ପୌରାଣିକ କଥା ଜାଣନ୍ତୁ


ହିନ୍ଦୁଙ୍କର ପର୍ବ ପର୍ବାଣି ମଧ୍ୟରେ ହୋଲି ହେଉଛି ଅନ୍ୟତମ । ଏହା ଦକ୍ଷିଣ ଏସିୟ ଦେଶରେ, ଭାରତରେ ଏବଂ ନେପାଳରେ ଖୁବ ଆଡମ୍ବର ସହକାରେ ପାଳନ କରାଯାଇଥାଏ । ଏହା ରଙ୍ଗର ଦିବସ ରୂପେ ଲଗାତାର ୩ ଦିନ ଧରି ପାଳନ କରାଯାଏ । ଏହି ହୋଲି ଉତ୍ସ ପାଳନ କରିବାର ପୌରାଣିକ କଥା ରହିଛି ।
ପୌରାଣିକ କଥା ବସ୍ତୁ ଅନୁଯାୟୀ ହୋଲି ହିରଣକସ୍ୟପୁଙ୍କ ଭଉଣୀ ହୋଲିକାଙ୍କ ନାମରୁ ଆସିଛି । ହିରଣ୍ୟକସ୍ୟପୁ ଏକ ରାକ୍ଷାସ ଯେ କି ବିଷ୍ଣୁଙ୍କୁ ଭଗବାନ ରୂପେ ମାନନ୍ତି ନାହିଁ । ସେ ଖୁବ ଗର୍ବି ଏବଂ ଅହଂକାରୀ । ହିରଣ୍ୟକସପ୍ୟୁଙ୍କ ପୁତ୍ର ପ୍ରହ୍ଲାଦ ବିଷ୍ଣୁଙ୍କର ପରମ ଭକ୍ତ ଥିଲେ । ପ୍ରହ୍ଲାକଙ୍କୁ ବାରମ୍ବାର ଦଣ୍ଡ ଦେବା ପରେ ମଧ୍ୟ ସେ ଭଗବାନ ବିଷ୍ଣଙ୍କୁ ନିଜର ଆରାଧ୍ୟ ବୋଲି ମାନୁଥିଲେ । ଶେଷରେ ପ୍ରାହ୍ଲାଦଙ୍କୁ ମାରିବା ପାଇଁ ସେ ତାଙ୍କର ଦୁଷ୍ଟ ଭଉଣୀ ହୋଲିକାର ସାହାରା ନେଇଥିଲେ । ଅଗ୍ନିର ପ୍ରଭାବ ତାଙ୍କ ଉପରେ ପଡିବ ନାହିଁ ବୋଲି ହୋଲିକାଙ୍କୁ ବର ଦାନ ମିଳିଥିଲା । ତେଣୁ ସେ ପ୍ରହ୍ଲାଦଙ୍କୁ ନେଇ ଅଗ୍ନିରେ ବସିଥିଲେ କିନ୍ତୁ ସେଦିନ ହୋଲିକା ଜଳି ଯାଇଥିଲେ ଏବଂ ପ୍ରହ୍ଲାଦ ଜିବନ୍ତ ଫେରିଆସିଥିଲେ । ସେହି ଦିନଟିକୁ ସମସ୍ତ ଦୁଷ୍ଟ ଶକ୍ତିର ନାଶ କରିବା ପାଇଁ ହୋଲିକା ଦହନ କରାଯାଇଥାଏ । ଏହି ଦିନ ପାପ ଉପରେ ପୂଣ୍ୟ ବିଜୟ ହୋଇଥିଲା । ପରେ ଭଗବାନ ବିଷ୍ଣୁ ନୃସିଂହ ରୂପରେ ହିରଣ୍ୟକସ୍ୟପୁଙ୍କୁ ବଧ କରିଥିଲେ ।

ଅନ୍ୟ ଏକ ବିଶ୍ୱାସ ଅନୁଯାୟୀ ହିନ୍ଦୁମାନେ ଖୁସି ଏବଂ ଆନନ୍ଦର ସହିତ ଗ୍ରୀଷ୍ମ ଋତୁକୁ ସ୍ୱାଗତ ଜଣାଇଥାନ୍ତି । ହୋଲି ପର୍ବ ରାଧାକୃଷ୍ଣଙ୍କର ପ୍ରେମର ପର୍ବ ତେଣୁ ଭାରତ ବର୍ଷରେ ସମସ୍ତେ ଖୁସି ଏବଂ ଆନନ୍ଦର ସହିତ ଏହି ପର୍ବ ପାଳନ କରିଥାନ୍ତି । ବିଭିନ୍ନ ରାଜ୍ୟରେ ବିଭିନ୍ନ ବିଶ୍ୱାସ ଅନୁଯାୟୀ ହୋଲି ପାଳନ କରାଯାଇଥାଏ । ଓଡିଶାରେ ଗଉଡମାନେ ହୋଲି ପର୍ବକୁ ଖୁବ ଧୁମ ଧାମରେ ପାଳନ କରିଥାନ୍ତି । ସେମାନଙ୍କ ଘରେ ଘରେ ଏହା ଦୋଳ ପର୍ବ ନାମରେ ପାଳନ କରାଯାଇଥାଏ । ଦୋଳ ପର୍ବରୁ ଭଗବାନ ରାଧା କୃଷ୍ଣ ଘର ଘର ବୁଲି ଭୋଗ ଖାଇଥାନ୍ତି । ଠାକୁରଙ୍କ ଆସ୍ଥାନରେ ନୂଆ ଆମ୍ବକସି ନେଇ ପୂଜାର୍ଚ୍ଚନା କରାଯାଇଥାଏ । ସେହିପରି ମଥୁରା ଏବଂ ରାଧାଙ୍କର ବାପ ଘର ବର୍ସାନାରେ ଲଠମାର ହୋଲି ନାମରେ ହୋଲି ପାଳନ କରାଯାଇଥାଏ । ଏହା ପ୍ରାୟ ୧୦ ଦିନ ପୂର୍ବରୁ ପାଳନ କରାଯାଇଥାଏ । ପୌରାଣିକ ବିଶ୍ୱାସ ଅନୁଯାୟୀ କୃଷ୍ଣ ରାଧାଙ୍କ ଗ୍ରାମରେ ଲୁଚି ହୋଲି ଖେଳିବାକୁ ଯାଇଥିଲେ ତେଣୁ ତାଙ୍କୁ ସେଠାରୁ ତଡିବା ପାଇଁ ଲାଠି ମାରି ମାରି ବାହାର କରାଯାଇଥିଲା । ଏହାକୁ ସେହି ବିଶ୍ୱାସର ସହିତ ଲଠ ମାର ହୋଲି ଭାବେ ପାଳନ କରାଯାଇଥାଏ । ସେହିପରି ଅନ୍ୟ ସମସ୍ତ ରାଜ୍ୟରେ ମଧ୍ୟ ଖୁବ ଧୁମ ଧାମର ସହିତ ଅବିର ଖେଳି ହୋଲି ପାଳନ କରାଯାଇଥାଏ ।


Share It

Comments are closed.