ଜୀବନଶୈଳୀରେ ଏହିସବୁ ପରିବର୍ତ୍ତନ ମାଧ୍ୟମରେ ଆପଣ କ୍ୟାନସରକୁ ମଧ୍ୟ ମାତ ଦେଇପାରିବେ


ଲୋକମାନଙ୍କ ଉନ୍ନତି ପାଇଁ ବିକାଶ ଜରୁରୀ । ବିଗତ ୧୦୦ ବର୍ଷ ମଧ୍ୟରେ ମାନବ ଜାତି ଏପରି ସଫଳତା ହାସଲ କରପାରିିଛି ଯାହାକୁ ପ୍ରଥମେ ଅସମ୍ଭଵଃ ବୋଲି କୁହାଯାଉଥିଲା । ପ୍ରଯୁକ୍ତିବିଦ୍ୟାରେ ଅଗ୍ରଗତି ଦ୍ୱାରା ଆମ୍ଭମାନଙ୍କ ଜୀବନ ଆମ୍ଭମାନଙ୍କ ପୂର୍ବପିଢ଼ିଙ୍କ ଠାରୁ ଅଧିକ ଆରାମଦାୟକ କରିପାରିଛି । ଯେବେକି ଏହି ସରଳ ଜୀବନଶୈଳୀ ଏକ ମୂଲ୍ୟରେ ଆସିଥାଏ । ଏହାର ଫଳ ସ୍ୱରୂପ ସୁଖଦ ଜୀବନଶୈଳୀରେ ପ୍ରୋସେସଡ ଏବଂ ପ୍ୟାକେଜଡ ଫୁଡର ବନ୍ୟା ଆସିଯାଇଛି, ଯାହାଦ୍ୱାରା ରୋଗ ବୃଦ୍ଧି ହେବା ସହିତ ପ୍ରତିରୋଧକ ଶକ୍ତିର ବିନାଶ ଘଟିଥାଏ ।

ସବୁଠାରୁ ସାଧାରଣ ରୋଗ ମଧ୍ୟରେ କ୍ୟାନସର ବିଶ୍ୱର ସମସ୍ତ ଲୋକଙ୍କୁ ଆକ୍ରାନ୍ତ କରୁଛି । ଏହା ଏପରି ଏକ ରୋଗ ଯାହା କୋଷ ମଧ୍ୟରେ ଅସାମାନ୍ୟ ମଲ୍ଟିପ୍ଲିକେସନ କାରଣରୁ ସୃଷ୍ଟି ହୋଇଥାଏ ଏବଂ ଶରୀରର ଟିସୁ ନଷ୍ଟ କରିଥାଏ । ଆମ୍ଭମାନଙ୍କ ମଧ୍ୟରୁ ବହୁ ବ୍ୟକ୍ତି ଏହା ମାନିବାକୁ ପ୍ରସ୍ତୁତ ନୁହେଁ କି ଏହା ପ୍ରାକୃତିକ ଉପାୟରେ ନିରାକରଣ କରିହେବ ଯାହାକି ଆମ୍ଭମାନଙ୍କର ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବା ଦ୍ୱାରା ହୋଇପାରିବ ।

ଶରୀରର ମୋଟାପଣ କିଛି ପ୍ରକାରର କ୍ୟାନସର ତଥା କୋଲୋନ କ୍ୟାନସର(ଇନେଷ୍ଟସଟାଇନ କୟାନସର, ପାନକ୍ରିଆଟିକ କ୍ୟାନସର, ସ୍ତନ କ୍ୟାନସର) ଇତ୍ୟାଦି ବୃଦ୍ଧିିରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ତେଣୁ ଏହା ଗୁରୁତ୍ୱପୂର୍ଣ୍ଣ କି ପ୍ରତ୍ୟେକ ବ୍ୟକ୍ତି ସେମାନଙ୍କ ବିଏମଆଇ (ବାସାଲ ମେଟାବୋଲିକ ଇଣ୍ଡେକ୍ସ)କୁ ୧୮.୫ରୁ ୨୪.୯ ମଧ୍ୟରେ ରଖିବା ଆବଶ୍ୟକ । ଏହା ମାପ କରିବାର ଅନ୍ୟ ଏକ ପ୍ରକିୟା ହେଉଛି ଅଣ୍ଟାର ଆକାର । ମହିଳାଙ୍କ ଅଣ୍ଟାର ମାପ ୩୧.୫ସେମିରୁ ଅଧିକ ହେବା ଉଚିତ ନୁହେଁ ଏବଂ ପୁରୁଷଙ୍କ ଅଣ୍ଟାର ମାପ ୩୭ସେମିରୁ କମ ହେବା ଆବଶ୍ୟକ । ଏହା ମଧ୍ୟ ଚିହ୍ନଟ କରାଯାଇଛି କି ଶାରିରୀକ ଭାବେ ସକ୍ରିୟ ବ୍ୟକ୍ତି କ୍ୟାନସର ଦ୍ୱାରା କମ ପ୍ରଭାବିତ ହୋଇଥାନ୍ତି ।

ଯୁବ ପିଢିଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ସମସ୍ତ ରୋଗରେ ଜୀବନଶୈଳୀର ମୁଖ୍ୟ ଭୂମିକାର ରହିଛି । ତେଣୁ, ଆମ୍ଭେମାନେ ସେମାନଙ୍କ ବ୍ୟବହାର ପରିବର୍ତ୍ତନରେ ବହୁ ପ୍ରକାରର ପରିବର୍ତ୍ତନ ଦେଖିପାରିବୁ । ତେଣୁ, ସୋସିଆଲ ମିଡିଆର ବହୁଳ ପ୍ରଭାବ ରହିଥିବାରୁ ଏହା ଫ୍ୟାଡ ଖାଦ୍ୟପେୟ ଏବଂ ବ୍ୟାୟାମ କୌଶଳରେ ଯୁବପିଢିଙ୍କୁ ଭ୍ରମିତ କରିଥାଏ । ଖାଦ୍ୟପେୟର ଲାଭ ସମ୍ପର୍କରେ ବୁଝିବା ଗୁରୁତ୍ୱପୂର୍ଣ୍ଣ କିମ୍ବା କେବଳ ଖାଦ୍ୟପେୟର ସଂଯମରେ ବ୍ୟାୟାମ ଲାଭଦାୟକ । ଆମ୍ଭମାନଙ୍କର ଅତ୍ୟଧିକ ସମ୍ପ୍ରସାରଣ ବିପରୀତ ପ୍ରଭାବର ଫଳାଫଳ ପ୍ରଦାନ କରିଥାଏ ।

ପୋଷଣ ମଧ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଏନର୍ଜି ଡ୍ରିଙ୍କ ବାରଣ କରନ୍ତୁ କାରଣ ଏହା ଉଚ୍ଚ ମାତ୍ରାର ସୁଗାର ଏବଂ କାଫେଇନ ଯୁକ୍ତ । ଅତ୍ୟଧିକ ମାତ୍ରାର ଜଳପାନ ସିଷ୍ଟମରୁ ଟକ୍ସିନ ବାହାରକୁ ନିଷ୍କାସନ କରିବାରେ ସାହାଯ୍ୟ କରିଥାଏ । ବ୍ୟାୟମ କରୁଥିବା ଲୋକମାନଙ୍କ ପାଇଁ ମଧ୍ୟ ଜଳପାନ କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ କାରଣ ଝାଳ ବାହାରିବା ଦ୍ୱାରା ମଧ୍ୟ ଶରୀରରେ ଜଳିୟ ଅଂଶର କମ ଦେଖାଯାଇଥାଏ । ଫଳ ଏବଂ ପରିବାର ଜୁସକୁ ବିନା ଚିନିରେ ପିଇବା ଦ୍ୱାରା ଏହା ମାଇକ୍ରୋନ୍ୟୁଟ୍ରିଏଣ୍ଟ ପ୍ରଦାନ କରିବାରେ ସାହାଯ୍ୟ କରିଥାଏ ।

ବିଭିନ୍ନ ପ୍ରକାରର ସତେଜ ପନିପରିବା ସନ୍ତୁଳିତ ଡାଏଟ ପରିଚାଳନା କରିବାରେ ସାହାଯ୍ୟ କରିଥାଏ । ପନିପରିବାଗୁଡିକ ଫାଇବର, ଭିଟାମିନ ଏବଂ ମାଇକ୍ରୋ ନ୍ୟୁଟ୍ରିରିଏଣ୍ଟ ତଥା ଆଇରନ, ପୋଟାସିୟମ ଇତ୍ୟାଦିର ଉତ୍ତମ ସ୍ରୋତ । ପରିବା ଯାହାମଧ୍ୟରେ ନିମ୍ନ ମାନର ଷ୍ଟାର୍ଚ ରହିଥାଏ ତାହା ପାଚନ ପ୍ରକିୟାରେ କ୍ୟାନସରର ରିସ୍କକୁ କମ କରିଥାଏ । ସାଇଟ୍ରସ ଫଳ ତଥା ଲେମ୍ବୁ, କମଳା, ଅଙ୍ଗୁର, ଲାଇମ ଇତ୍ୟାଦି ‘ଭିଟାମିନ ସି’ରେ ପରିପୂର୍ଣ୍ଣ । ସବୁଜ ପତ୍ର ପନିପରିବାରେ ଉଚ୍ଚମାତ୍ରାରେ ଆଇରନ ରହିଥାଏ ଏବଂ ମୂଳ ପନିପରିବା ତଥା ଗାଜର, ବିଟ, ଫଲକୋବି ଇତ୍ୟାଦି କୋଲୋରେକ୍ଟାଲ କ୍ୟାନସରର ରିସ୍କ କମ କରିବାରେ ସାହାଯ୍ୟ କରିଥାଏ ।

ପ୍ରୋସେସଡ ଗ୍ରେନ ଠାରୁ ହୋଲଗ୍ରେନରେ ଫାଇବରର ମାତ୍ରା ଅଧିକ ରହିଥାଏ । ବ୍ରାଉନ ରାଇସ, ହୋଲ ମିଟ, ମିଲେଟ ଇତ୍ୟାଦି କୋଲରର ସ୍ୱାସ୍ଥ୍ୟ ବିକାଶ କରିବାରେ ସାହାଯ୍ୟ କରିଥାଏ । ରିଫାଅନଡ ଖାଦ୍ୟ ତଥା ବ୍ରେଡ, ପାସ୍ତା, ସେରେଲାକ ଇତ୍ୟାଦି ବାରଣ କରିବା ଉଚିତ କାରଣ ସେଗୁଡିକ ଉଚ୍ଚ ସୁଗାର ସ୍ତର ଯୁକ୍ତ ଏବଂ କୋଲୋରେକ୍ଟାଲ କ୍ୟାନସରର ରିସ୍କ ବୃଦ୍ଧି କରିଥାଏ ।
ଛୁଇଁ ଜାତୀୟ ଖାଦ୍ୟ ଡାଇଟାରି ପ୍ରୋଟିନ ଏବଂ ଫାଇବରର ଉତ୍ତମ ସ୍ରୋତ । ମାଂସ ଖାଇବାର ମାତ୍ରା ମଧ୍ୟ କମ କରିବା ଖୁବ ଗୁରୁତ୍ୱପୂର୍ଣ୍ଣ । ଏହାର ସଠିକ ସୀମା ପ୍ରତି ସପ୍ତାହରେ ୧୮ ଆଉନ୍ସ ଏବଂ ପ୍ରୋସେସଡ ମିଟକୁ ବାରଣ କରିବା ଉଚିତ । ମାଛ ଏବଂ ପଲ୍ୟୁଟ୍ରିର ବ୍ୟବହାର ମାଂସ ତୁଳନାରେ କରିବା ଆବଶ୍ୟକ । ମାଛ ପ୍ରୋଟିନର ଉତ୍ତମ ସ୍ରୋତ ଏବଂ ଏହା ମଧ୍ୟ ଓମେଗା ୩ଫ୍ୟାଟି ଏସିଡର ସ୍ରୋତ । ଏହାର ରୋଷେଇ ପ୍ରକିୟା ମଧ୍ୟ ଏହାର ପୋଷଣତତ୍ତ୍ୱରେ ମଧ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ମିଟ କିମ୍ବା ମାଛ ଡିପ ଫ୍ରାଏ, ଚାର ଗ୍ରିଲିଙ୍ଗ ନକରି ସିଝା ଏବଂ ପୋଚ କରନ୍ତୁ ।

ଲୁଣ ମଧ୍ୟ ଶରୀରରେ ଇଲେକଟ୍ରୋଲାଇଟର ମାତ୍ରା ସନ୍ତୁଳନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଦିନକୁ ଅତ୍ୟଧିକଭାବେ ୨୪୦୦ମିଲିଗ୍ରାମ ଚାମଚର ଲୁଣ ବ୍ୟବହାର କରିବା ଉଚିତ, ଅତ୍ୟଧିକ ଗ୍ରହଣ ପାକସ୍ଥଳୀ କ୍ୟାନସରର ସମ୍ଭାବନା ବୃଦ୍ଧି କରିଥାଏ । ଆଲକହଲ ଉଭୟ ମହିଳାଙ୍କ ଏବଂ ପୁରୁଷଙ୍କ କ୍ଷେତ୍ରରେ ସ୍ତନ କ୍ୟାନସର, ଓସିଓଫାଗସ,ପାକସ୍ଥଳୀ (ଜି ଇ ଜକସନ), କୋଲୋନ, ଲିଭର କ୍ୟାନସର ହେବାର ସମ୍ଭାବନା ବୃଦ୍ଧି ପାଇଥାଏ । ପୁରୁଷମାନଙ୍କ ମଧ୍ୟରେ ଆଲକହଲ ଗ୍ରହଣ କରିବାର ମାତ୍ରା ୨ ଆଉନ୍ସ ଏବଂ ମହିଳାଙ୍କ କ୍ଷେତ୍ରରେ ୧ଆଉନ୍ସ ରହିଛି । ଏକ ସନ୍ତୁଳନ ଡାଏଟ ସହିତ ନିୟମିତ ବ୍ୟାୟାମ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହିତ କ୍ୟାନସର ପରି ରୋଗର ନିରାକରଣରେ ସାହାଯ୍ୟ କରିଥାଏ ।


Share It

Comments are closed.