ଭାରତୀୟ ସ୍ପିନରଙ୍କ ଶାଣିତ ବୋଲିଂରେ ବେହାଲ ହେଲା ଦକ୍ଷିଣ ଆଫ୍ରିକା


ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନୋଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ବିଶାଖାପାଟଣାରେ ଖେଳାଯାଉଛି । ଆଜି ମ୍ୟାଚର ତୃତୀୟ ଦିନ ଥିବାବେଳେ ଦ୍ୱିତୀୟ ଦିନର ମ୍ୟାଚ ଶେଷ ହେବା ପୂର୍ବରୁ ସାଉଥ ଆଫ୍ରିକା ୩ଟି ୱିକେଟ ହରାଇ ୩୯ ରନ ସଂଗ୍ରହ କରିଥିଲା । ଭାରତ ୫୦୨ରନ କରି ପ୍ରଥମ ଇଂନିସର ଘୋଷଣା କରିଥିବାବେଳେ ଏହାକୁ ପିଛା କରିବାକୁ ଯାଇ ସାଉଥ ଆଫ୍ରିକା ୧୦୨ ରନରେ ନିଜର ୪ଟି ୱିକେଟ ହରାଇ ବସିଲାଣି ।
ସାଉଥ ଆଫ୍ରିକା ବର୍ତ୍ତମାନ ଭାରତ ଠାରୁ ୪୦୦ ରନ ପଛରେ ଚାଲିଥିବାବେଳେ ଧିରେ ଧିରେ ଭାରତୀୟ ସ୍ପିନରଙ୍କ ଶାଣିତ ବୋଲିଂରେ ଆଫ୍ରିକୀୟ ଖେଳାଳୀ ଧରାଶୟୀ ହେବାରେ ଲାଗିଲେଣି । ଦୀର୍ଘ ଦିନ ପରେ ଟିମକୁ ଫେରିଥିବା ଅଶ୍ୱିନୀ, ମାର୍କରମଙ୍କ ୱିକେଟ ନେଇ ଭାରତକୁ ସଫଳତା ଦେଇଥିବାବେଳେ ଏହା ପରେ ସେ ଡି.ବ୍ରୁନଙ୍କ ୱିକେଟ ମଧ୍ୟ ନେଇଥିଲେ । ସେହି ଭଳି ଜାଡେଜା ପିଟ ବୋଙ୍କୁ ପାଭିଲିୟନ ପଠେଇ ଥିବାବେଳେ ଅନ୍ୟପଟେ ଇଶାନ୍ତ ଶର୍ମା ବାଭୁମାଙ୍କୁ ଏଲବି କରି ତାଙ୍କୁ ମଧ୍ୟ ପାଭିଲିୟନ ପଠାଇଥିଲେ ।
ବର୍ତ୍ତମାନ କ୍ରିସରେ ଫ୍ୟାବ ଡୁପ୍ଲେସିସ ଏବଂ ଏଲଗାର ଉପସ୍ଥିତ ଅଛନ୍ତି । ପ୍ରକାଶ ଥାଉକି ମୟଙ୍କ ଅଗ୍ରୱାଲାଙ୍କ ଦ୍ୱିଶତକ ଏବଂ ରୋହିତ ଶତକ ବଳରେ ଭାରତ ୭ଟି ୱିକେଟ ହରାଇ ୫୦୨ ରନ ସଂଗ୍ରହ କରିଥିବାବେଳେ ଆନ୍ତର୍ଜାତିକ କ୍ରିକେଟରେ ଏହା ହେଉଛି ମୟଙ୍କ ପ୍ରଥମ ଦ୍ୱିଶତକ ।


Share It

Comments are closed.