ବିମାନବନ୍ଦର ଅଳିଆ ଗଦାରୁ ମିଳିଲା ୩୧ ଲକ୍ଷ ଟଙ୍କାର ସୁନା


ଗତ କାଲି ସକାଳେ ଇନ୍ଧିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରସ୍ଥିତ ଏକ ଅଳିଆ ଗଦାରେ ଅଜଣା ପ୍ୟାକେଟ ପଡିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହାକୁ ଦେଖି ସେଠାରେ କାର୍ଯ୍ୟରତ ଥିବା ସମସ୍ତ କର୍ମଚାରୀଙ୍କ ମଧ୍ୟରେ ‘ବମ’ ବୋଲି ସନ୍ଦେହ ପ୍ରକଟ ହୋଇଥିଲା ।
ଏହି ଖବର ମିଳିବା ପରେ ଉକ୍ତ ସ୍ଥାନରେ ସିଆଇଏସଏଫର ବରିଷ୍ଠ ଅଧିକାରୀ ‘ବମ’ ନିରୋଧକ ଟିମ ସହ ଉକ୍ତ ସ୍ଥାନରେ ପହଞ୍ଚି ଛାନଭିନ ଆରମ୍ଭ କରିଦେଇଥିଲେ । ସମସ୍ତ ଛାନଭିନ ପରେ ପ୍ୟାକେଟ ଖୋଲାଯାଇଥିଲା । ଏଥିରୁ ୪ଟି ସିଗାରେଟ ପ୍ୟାକେଟ ମିଳିଥିଲା । ସିଗାରେଟ ପ୍ୟାକେଟ ଭିତରୁ ୪ଟି ସୁନା ପ୍ୟାକେଟ ଜବତ ହୋଇଥିଲା । ଜବତ ସୁନାର ଓଜନ ୧ କିଲୋ ଥିବାବେଳେ ଏହାର ମୂଲ୍ୟ ଆଖପାଖି ୩୧ ଲକ୍ଷ ବୋଲି ଆକଳନ କରାଯାଇଛି । ମିଳିଥିବା ସୂଚନା ମୁତାବକ, ଏହି ପ୍ୟାକେଟଟି ଟର୍ମିନାଲ ୩ରେ ଥିବା ୨୭ ନମ୍ବର ବାଥରୁମରର ଅଳିଆ ଗଦାରୁ ମିଳିଥିଲା ।


Share It

Comments are closed.