ରାହୁଲଙ୍କ କାର୍ଯ୍ୟଶୈଳୀକୁ ପ୍ରଶଂସା କଲେ ରଜନୀକାନ୍ତ


ନିକଟରେ ଲୋକସଭା ନିର୍ବାଚନ-୨୦୧୯ ଫଳାଫଳ ବାହାରି ସାରିଛି । ଚଳିତ ନିର୍ବାଚନରେ ବିଜେପି ବିପୁଳ ସଂଖ୍ୟାକ ଭୋଟ ପାଇ ବିଜୟୀ ହୋଇଥିବାବେଳେ ଅଭିନେତା ରଜନୀକାନ୍ତ ଏହି ସଂପର୍କରେ ନିଜ ପ୍ରତିକ୍ରିୟା ଦେଇଛନ୍ତି । ରଜନୀକାନ୍ତ, ରାହୁଲଙ୍କ ଇସ୍ତଫା ଦେବା ଘଟଣାକୁ ନେଇ ସର୍ବସାଧାରଣରେ ନିଜ ପ୍ରତିକ୍ରିୟା ଦେଇଛନ୍ତି ।
ସେ ସାମ୍ବାଦିକ ମାନଙ୍କ ସହ ରାହୁଲଙ୍କ ଇସ୍ତଫା ଦେବା ଘଟଣାକୁ ନେଇ କହିଛନ୍ତି ଯେ, “କଂଗ୍ରେସର ପରାଜୟ ପାଇଁ ରାହୁଲଙ୍କୁ ଇସ୍ତଫା ଦେବାର କୌଣସି ଅଧିକାର ନାହିଁ । ଏହି ନିର୍ବାଚନରେ ମୋଦିଙ୍କର ବିଜୟ ହୋଇଛି । ଜବାହାରଲାଲ ନେହେରୁ, ଇନ୍ଧିରା ଗାନ୍ଧୀ, ରାଜୀବ ଗାନ୍ଧୀ ଓ ଅଟଳ ବିହାରୀ ବାଜପେୟୀଙ୍କ ପରି ମୋଦି ହେଉଛନ୍ତି ଏପରି ନେତା ଯାହାଙ୍କ କଥାରେ ଲୋକ ଆକର୍ଷିତ ହୋଇଛନ୍ତି । ”
ସେ ଆହୁରୀ ମଧ୍ୟ କହିଥିଲେ ଯେ, “ରାହୁଲ ଗାନ୍ଧୀ ଚଳିତ ନିର୍ବାଚନରେ ଦଳକୁ ବିଜୟୀ କରିବା ପାଇଁ ଖୁବ କଷ୍ଠ କରିଥିଲେ କିନ୍ତୁ ଦଳର ବରିଷ୍ଠ ନେତା ମାନେ ଦଳ ପାଇଁ ସଠିକ କାମ କରି ନାହାନ୍ତି । ତେଣୁ ରାହୁଲଙ୍କୁ ନିଜ ପଦରୁ ଇସ୍ତଫା ଦେବାର କୌଣସି ଆବଶ୍ୟକତା ନାହିଁ । ”


Share It

Comments are closed.