ଗମ୍ଭୀରଙ୍କ ବଡ ନିଷ୍ପତି, ନିଜ ଦରମା ଟଙ୍କାରେ କରିବେ ମଶାଣୀ ଗୁଡିକର ପୁନଃଉଦ୍ଧାର


କ୍ରିକେଟରୁ ସାଂସଦ ହୋଇଥିବା ଗୌତମ ଗମ୍ଭୀର ପୁଣିଥରେ ଏକ ବଡ ନିଷ୍ପତି ନେଇଛନ୍ତି । ସାଂସଦ ଋପରେ ତାଙ୍କୁ ମିଳୁବାକୁ ଥିବା ଦରମାରେ ସେ ‘ଇଷ୍ଟ ଦିଲ୍ଲୀ’ର ସମସ୍ତ ପୁରାତନ ମଶାଣୀର ପୁନଃଉଦ୍ଧାର ଏବଂ ସେଠାକୁ ଆସୁଥିବା ଲୋକଙ୍କୁ ଉନ୍ନତ ସୁବିଧା ସୁଯୋଗ ପ୍ରଦାନ କରିବାରେ ସମସ୍ତ ବ୍ୟୟ କରିବେ ବୋଲି ନିଷ୍ପତି ନେଇଛନ୍ତି ।


ନିଜର ଏହି ନିଷ୍ପତି ସଂପର୍କରେ ସେ ଟୁଇଟ କରି ଲେଖିଛନ୍ତି ଯେ, “ରାଜନୀତି ମୋ ପାଇଁ ମୋ ସହରବାସୀଙ୍କ ସେବା କରିବାର ଅବସର ଆଣିଦେଇଛି । ସାଂସଦ ଋପରେ ମୋତେ ମିଳୁଥିବା ସମସ୍ତ ଟଙ୍କା କିପରି ସହରବାସୀଙ୍କ ସୁବିଧା ସୁଯୋଗରେ ବିନିଯୋଗ ହେଇପାରିବ ସେଥିପାଇଁ ମୋର ଏହି ପ୍ରୟାସ ରହିଛି ଏବଂ ଏଥିପାଇଁ ମୋ ଦରମାରେ ମୁଁ ଇଷ୍ଟ ଦିଲ୍ଲୀର ସମସ୍ତ ପୁରାତନ ମଶାଣୀର ପୁନଃଉଦ୍ଧାର ଏବଂ ଲୋକଙ୍କ ସୁବିଧା ସୁଯୋଗରେ ବିନିଯୋଗ କରିବି । ”
କେବଳ ଏତିକି ନୁହେଁ, ନିଜ ସଂସଦୀୟ କ୍ଷେତ୍ରରେ କିପରି ଅଧିକ ସବୁଜିମା ସୃଷ୍ଟି କରାଯାଇପାରିବ ସେଥିପାଇଁ ଗମ୍ଭୀର ଏହା ପରିବେଶବିତଙ୍କ ସହ ଆଲୋଚନା ମଧ୍ୟ କରୁଛନ୍ତି ।


Share It

Comments are closed.