ବିବାଦରେ ବିଜେପି ବିଧାୟକଙ୍କ ଭାଇରାଲ ଫଟୋ


ଉତ୍ତରାଖଣ୍ଡର ବିଜେପି ବିଧାୟକ ‘ପ୍ରଣବ ସିଂହ ଚାମ୍ପିଆନ’ଙ୍କୁ ନେଇ ପୁଣି ଏକ ବିବାଦ ମୁଣ୍ଡ ଟେକିଛି । ଘଟଣାଟି ଏହା ଯେ, ‘ପ୍ରଣବ ଚାମ୍ପିଆନ’ ମଦ ଗ୍ଲାସ ଏବଂ ହାତରେ ବନ୍ଧୁକ ଧରି ‘ରାଣାଜୀ ମାଫ କରନା’ ଗୀତରେ ନାଚୁ ଥିବାର ଏକ ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ପ୍ରଣବଙ୍କ ଏହି ବ୍ୟବହାର ଦେଖି ବର୍ତ୍ତମାନ ଦଳ ତାଙ୍କ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଘୋଷଣା କରି ସାରିଛି ।
ଭିଡିଓରେ ପ୍ରଣବ ହାତରେ ବନ୍ଧୁକ ଧରିଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ଏହା ସହ ଗୀତ ମଧ୍ୟ “ମୁଜକୋ ରାଣାଜୀ ମାଫ କରନା, ଗଲତି ମାରେ ସେ ହୋଇ ଗଇ” । ସେପଟେ ଚାମ୍ପିଆନ ନିଜ ଜଙ୍ଘରେ ମଦ ଗ୍ଲାସ ମଧ୍ୟ ରଖିଥିବାର ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ ବିଜେପି ବିଧାୟକଙ୍କ ସମେତ ଅନେକ ବ୍ୟକ୍ତି ବିଶେଷ ମଧ୍ୟ ଏହି ଭିଡିଓରେ ଏକାଠି ନାଚୁ ଥିବାର ଦେଖିବାକୁ ମିଳିଛି ।

ଏହି ଘଟଣାକୁ ନେଇ ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି ଯେ, “ମୁଁ ଏହି ଭାଇରାଲ ଭିଡିଓ ଦେଖି ସାରିଛି ଏବଂ ଏହାକୁ ଦୃଢ ନିନ୍ଦା ମଧ୍ୟ କରୁଛି । ଏହିଭଳି କାର୍ଯ୍ୟକଳାପ ଯୋଗୁଁ ସେ ପୂର୍ବରୁ ତିନି ମାସ ପାଇଁ ଦଳରୁ ବହିଷ୍କୃତ ମଧ୍ୟ ହୋଇସାରିଛନ୍ତି । ଏବଂ ବର୍ତ୍ତମାନର ଘଟଣା ପାଇଁ ମୁଁ ଉତ୍ତରାଖଣ୍ଡ ୟୁନିଟି ସହ ଆଲୋଚନା କରିବି ।”


Share It

Comments are closed.