ଧୋନିଙ୍କୁ କ୍ରିକେଟର ଅଳିଆ କହିଲେ ଯୋଗରାଜ ସିଂହ


ଭାରତୀୟ କ୍ରିକେଟ ଟିମର ପୂର୍ବତ୍ତନ କ୍ରିକେଟର ଯୋଗରାଜ ସିଂହ ପୁଣିଥରେ ଧୋନିଙ୍କ ଉପରେ ନିଜ କଟୁ ମନ୍ତବ୍ୟ ପ୍ରୟୋଗ କରିଛନ୍ତି । ଯୋଗରାଜ, ଧୋନିଙ୍କୁ ସେହି ସମୟରେ ସମଲୋଚନା କଲେ ଯେତେବେଳେ ରାଇଡୁ ଆନ୍ତର୍ଜାତିକ କ୍ରିକେଟରୁ ସନ୍ୟାନ ନେବା ପାଇଁ ଘୋଷଣା କରିଥିଲେ । ଯୋଗରାଜ ଏକ ୱେବସାଇଟରେ ନିଜ ସାକ୍ଷାତକାରରେ କହିଥିଲେ ଯେ, ରାଇଡୁଙ୍କୁ ଆଗକୁ ଆହୁରୀ ଖେଳିବାର ଥିଲା କିନ୍ତୁ ବିଶ୍ୱକପରେ ତାଙ୍କୁ ସୁଯୋଗ ନମିଳିବାରୁ ସେ ଏହି ନିଷ୍ପତି ନେଇଛନ୍ତି ।
ସେ ଆହୁରୀ ମଧ୍ୟ ଯେ, “ରାଇଡୁଙ୍କୁ ଆଗକୁ ଆହୁରୀ ଖେଳିବାର ଥିଲା । ତାଙ୍କୁ ରଣଜୀ ଟ୍ରଫି, ଇରାନୀ ଟ୍ରଫି ଏବଂ ଦିଲିପ ଟ୍ରଫିରେ ୧୦୦, ୨୦୦, ୩୦୦ ରନ କରିବାର ଥିଲା । ଏବଂ ପୁଣି ଦଳକୁ ପ୍ରତ୍ୟାବର୍ତ୍ତନ କରି ସମସ୍ତଙ୍କୁ ନିଜ ଦକ୍ଷତା ପ୍ରମାଣ କରାଇବାର ଥିଲା । ରାଇଡୁ ମୋ ପୁଅ ତୁମେ ତରବରିଆ ଭାବେ ଏହି ନିଷ୍ପତି ନେଇଛ । ସନ୍ୟାସରୁ ଫେରି ଆସି ଏବଂ ସମସ୍ତଙ୍କୁ ନିଜ ଦକ୍ଷତା ଦେଖାଏ । ”
ଏହା ସହ ଯୋଗରାଜ, ଧୋନିଙ୍କ ସଂପର୍କରେ କଟୁ ମନ୍ତବ୍ୟ ପ୍ରଯୋଗ କରି କହିଥିଲେ ଯେ, “ଧୋନିଙ୍କ ଭଳି ଲୋକେ ସର୍ବଦା ରହିବେନି, ଅଳିଆ ସର୍ବଦା ରହିବେନି ।”
ପ୍ରକାଶ ଥାଉକି, ପୂର୍ବରୁ ଯୋଗରାଜ, ଧୋନି ସଂପର୍କରେ ଅନେକ କଟୁ ମନ୍ତବ୍ୟ ପ୍ରଯୋଗ କରି ସାରିଥିବାବେଳେ ବର୍ତ୍ତମାନ ପୁଣିଥରେ ଏଭଳି ଏକ ବିବାଦୀୟ ମନ୍ତବ୍ୟ ଦେଇ ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ।


Share It

Comments are closed.