ଗାନ୍ଧୀ ଜୟନ୍ତୀ ଅବସରରେ ଜାଣନ୍ତୁ ବାପୁଙ୍କ ସଂପର୍କରେ କିଛି ରୋଚକ କଥା


ଅକ୍ଟୋବର ୨ କେବଳ ଭାରତରେ ନୁହେଁ ବିରଂ ସାରା ବିଶ୍ୱ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ । କାରଣ ଏହି ଦିବସରେ ଭାରତର ଜାତୀୟ ପିତା ମହାତ୍ମା ଗାନ୍ଧୀ ଜନ୍ମ ଗ୍ରହଣ କରିଥିଲେ । ସେ ୧୮୬୯ ମସିହା ଅକ୍ଟୋବର ୨ରେ ଜନ୍ମ ଗ୍ରହଣ କରିଥିବାବେଳେ ଦେଶକୁ ସ୍ୱାଧନୀତା ଦେବାରେ ସେ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ସେଥିପାଇଁ ଭାରତରେ ଗଣତନ୍ତ୍ର ଏବଂ ସ୍ୱାଧନତା ଦିବସ ଭଳି ଅକ୍ଟୋବର ୨କୁ ମଧ୍ୟ ରାଷ୍ଟ୍ରିୟ ପର୍ବରେ ସାମିଲ କରାଯାଇଛି । ବାପୁଙ୍କ ସତ୍ୟ ଏବଂ ଅହିଂସା ଚିନ୍ତାଧାରା ସମ୍ପୂର୍ଣ୍ଣ ମାନବଜାତୀକୁ ଏକ ନୂଆ ଦିଗଦର୍ଶନ ଦେବା ସହ ସାରା ବିଶ୍ୱ ସମୂଦାୟକୁ ଶାନ୍ତିର ପାଠ ପଢାଇଥିଲେ । ଏଥିପାଇଁ ଜାତିସଂଘ ୧୫ ଜୁନ ୨୦୦୭ରେ ମହାତ୍ମା ଗାନ୍ଧୀଙ୍କ ଜନ୍ମତିଥି ଅକ୍ଟୋବର ୨କୁ ବିଶ୍ୱ ଅହିଂସା ଦିବସ ରୂପେ ଘୋଷଣା କରିଥିବାବେଳେ ଆଜି ତାଙ୍କର ଏହି ୧୫୦ତମ ଜୟନ୍ତୀ ଅବସରରେ ସାରା ବିଶ୍ୱର ୧୨୦ ଉର୍ଦ୍ଧ ଦେଶ ଏହାକୁ ପାଳନ କରୁଛନ୍ତି । ତେବେ ଏହି ଅବସରରେ ଆସନ୍ତୁ ଜାଣିବା ଗାନ୍ଧୀଜୀଙ୍କ ସଂପର୍କରେ କିଛି ରୋଚକ କଥା :
୧. ଗ।।ନ୍ଧୀଜୀ ସ୍କୁଲରେ ପାଠପଢୁଥିବା ସମୟରେ ସେ ଇଂରାଜୀରେ ଜଣେ ଭଲ ବିଦ୍ୟାର୍ଥୀ ହୋଇଥିବାବେଳେ ସେ ଗଣିତ ଏବଂ ଭୂଗୋଳରେ ବହୁତ ଦୁର୍ବଳ ଥିଲେ । କେବଳ ଏତିକି ନୁହେଁ ତାଙ୍କର ଖୁବ ସୁନ୍ଦର ହସ୍ତାକ୍ଷର ମଧ୍ୟ ଥିଲା ।
୨. ବିଶିଷ୍ଟ ଆବିଷ୍କାରକ ‘ଆଲବର୍ଟ ଆଇନଷ୍ଟାଇନ’ ମହାତ୍ମା ଗାନ୍ଧୀଙ୍କର ଜଣେ ବଡ ପ୍ରଶଂସକ ହୋଇଥିବାବେଳେ ସେ ଗାନ୍ଧୀଜୀଙ୍କ ଦ୍ୱାରା ବେଶ ପ୍ରଭାବିତ ମଧ୍ୟ ହୋଇଥିଲେ । “ଲୋକଙ୍କୁ କେବେବି ବିଶ୍ୱାସ ହେବ ନାହିଁ କି ଗାନ୍ଧୀଜୀଙ୍କ ଭଳି ଜଣେ ବ୍ୟକ୍ତିତ୍ୱ ପୃଥିବୀରେ ଜନ୍ମ ହୋଇଥିଲେ ବୋଲି” ବିଶିଷ୍ଟ ଆବିଷ୍କାରକ ଆଇନଷ୍ଟାଇନ କହିଥିଲେ ।
୩. ସେ କେବେବି ଆମେରିକା ଯାଇନଥିବାବେଳେ ପ୍ଲେନରେ ମଦ୍ୟ କେବେବି ଯାତ୍ରା କରି ନାହାନ୍ତି । ୪. ସେ ଫଟୋ ଉଠାଇବା ପାଇଁ କେବେବି ପସନ୍ଦ କରନ୍ତି ନାହିଁ । ଗାନ୍ଧୀଜୀ ନିିଜ ଓକିଲାତି ସମୟରେ ପ୍ରଥମ କେସ ହାରିଯାଇଥିଲେ ।
୫. ଇଂରେଜ ସରକାର ଗାନ୍ଧୀଜୀଙ୍କ ମୃତ୍ୟୁର ୧୧ ବର୍ଷ ପରେ ତାଙ୍କ ନାମରେ ଷ୍ଟାମ ଜାରୀ କରିଥିଲା । ୬. ଗାନ୍ଧୀଜୀ ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ କଂଗ୍ରେସକୁ ବିଲୋପ କରିବାର ଛନ୍ତା କରିଥିଲେ ।
୭. ଗାନ୍ଧୀଜୀଙ୍କ ଶବଯାତ୍ରା ସମୟରେ ତାଙ୍କ ପାର୍ଥିବ ଶରୀରର ସହ ୧୦ ଲକ୍ଷରୁ ଉର୍ଦ୍ଧ ଲୋକ ପଦଯାତ୍ରା କରୁଥିବାବେଳେ ଅନ୍ୟପଟେ ୧୫ ଲକ୍ଷରୁ ଉର୍ଦ୍ଧ ଲୋକ ରାସ୍ତାରେ ଠିଆ ହୋଇ ତାଙ୍କୁ ଶେଷ ଦର୍ଶନ ମଧ୍ୟ କରିଥିଲେ ।
୮. ଗାନ୍ଧୀଜୀଙ୍କୁ ୫ରୁ ଉର୍ଦ୍ଧ ଥର ପାଇଁ ନୋବେଲ ପୁରଷ୍କାର ପାଇଁ ନାମିତ କରାଯାଇଛି । ଗାନ୍ଧୀଜୀଙ୍କୁ ୧୯୪୮ରେ ନୋବେଲ ପୁରଷ୍କାର ପ୍ରଦାନ କରାଯିବା ପୂର୍ବରୁ ତାଙ୍କୁ ହତ୍ୟା କରାଯାଇଥିଲା ।
୯. ଶ୍ରବଣ କୁମାରଙ୍କ କାହାଣୀ ଏବଂ ହରିଶ ଚନ୍ଦନଙ୍କ ନାଟକ ଦ୍ୱାରା ମହାତ୍ମା ଗାନ୍ଧୀ ବେଶ ପ୍ରଭାବିତ ହୋଇଥିଲେ । ରାମଙ୍କ ନାମ ପ୍ରତି ତାଙ୍କର ଏତେ ପ୍ରେମ ଥିଲା ଯେ, ସେ ମୃତ୍ୟୁ ସମୟରେ ମଧ୍ୟ ରାମ ନାମ କହି ନିଜ ଶେଷ ଶବ୍ଦ ଉଚାରଣ କରିଥିଲେ ।
୧୦. ୧୯୩୦ରେ ତାଙ୍କୁ ଆମେରିକାର ଟାଇମ୍ସ ମ୍ୟାଗାଜିନ ‘ମ୍ୟାନ ଅଫ ଦ ଇୟର ’ ସମ୍ମାନରେ ସମ୍ମାନିତ କରିଥିଲା ।
୧୧. ଭାରତରେ ୫୩ରୁ ଉର୍ଦ୍ଧ ସଡକ ମହାତ୍ମା ଗାନ୍ଧୀଙ୍କ ନାମରେ ରହିଛିଥିବାବେଳେ ବିଦେଶରେ ମଧ୍ୟ ତାଙ୍କ ନାମରେ ୪୮ରୁ ଉର୍ଦ୍ଧ ସଡକ ରହିଛି ।


Share It

Comments are closed.