ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ ପାଇଁ ଘୋଷଣା କରାଗଲା ଭାରତୀୟ ଦଳ


ମଙ୍ଗଳବାର ଦିନ ବିସିସିଆଇ ପକ୍ଷରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି । ରୋହିତ ଶର୍ମା, ରିଧିମାନ ଶାହା ଏବଂ ଆର. ଅଶ୍ୱିନୀଙ୍କୁ ଦଳରେ ସୁଯୋଗ ମିଳିଥିବାବେଳେ ରାହୁଲଙ୍କୁ ବଦଳରେ ରୋହିତ, ପନ୍ତଙ୍କ ବଦଳରେ ଶାହା ଏବଂ ବୁମରାଙ୍କ ବଦଳରେ ଅଶ୍ୱନୀଙ୍କୁ ସ୍ଥାନ ଦିଆଯାଇଛି । ବିରାଟଙ୍କ ନେତୃତ୍ୱାଧିନ ଭାରତୀୟ ଟିମ ଚଳିତ ଟେଷ୍ଟ ସିରିଜ ସହ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଆନ ସିପରେ ନିଜ ପ୍ରଥମ ଘରୋଇ ଲିଗ ଆରମ୍ଭ କରିବାକୁ ଯାଉଛନ୍ତି । ପୂର୍ବରୁ ଭାରତ, ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିଥିବା ଟେଷ୍ଟ ସିରିଜକୁ ୨-୦ରୁ କବଜା କରିନେଇଥିବାବେଳେ ପୁଣିଥରେ ଯଦି ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜକୁ କବଜା କରିନିଏ ତେବେ ସେ ଲଗାତାର ୧୧ଟି ଟେଷ୍ଟ ସିରିଜ ବିଜୟ କରିବାର ବିଶ୍ୱ ରେକର୍ଡ କରି ନେବ ।


ଭାରତ ବର୍ତ୍ତମାନ ଆଇସିସି ଟେଷ୍ଟ ର‌୍ୟାକିଙ୍ଗରେ ପ୍ରଥମ ସ୍ଥାନରେ ରହିଛି । ରୋହିତ ବର୍ତ୍ତମାନ ନିଜକୁ ଓପନର ରୂପେ ପ୍ରସ୍ତୁତ କରୁଥିବାବେଳେ ତାଙ୍କୁ ଆଗାମୀ ମ୍ୟାଚରେ ମୟଙ୍କ ଅଗ୍ରାୱାଲାଙ୍କ ସହ ଦେଖିବାକୁ ମିଳିବ । ତେବେ ବିସିସିଆଇ ଘୋଷଣା କରାଯାଇଥିବା ପ୍ଲେୟିଙ୍ଗ ୧୧ରେ ରହିଛନ୍ତି ବିରାଟ କୋହଲି, ଅଜିଙ୍କ ରାହାଣେ, ରୋହିତ ଶର୍ମା, ମୟଙ୍କ ଅଗ୍ରାୱାଲା, ଚେତେଶ୍ୱର ପୂଜାରା, ହନୁମା ବିହାରୀ, ଆର ଅଶ୍ୱିନୀ, ରବିନ୍ଦ୍ର ଜାଡେଜା, ରିଧିମାନ ଶାହା, ଇଶାନ୍ତ ଶର୍ମା, ମହମ୍ମଦ ଶାମୀ ।


Share It

Comments are closed.