ସ୍ୱପ୍ନରୁ ବାସ୍ତବତା: ଓଡିଶାର ଲକ୍ଷପତି ଦିଦି ସୃଷ୍ଟି କରିଛନ୍ତି ବିକଶିତ ଓଡ଼ିଶାର ନୂଆ ବାଟ

Share It

ଭାରତରେ ମହିଳା ଉଦ୍ୟୋଗୀ ମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବାର ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ‘ଲକ୍ଷପତି ଦିଦି’ ଯୋଜନା ଓଡିଶାରେ ଏକ ପରିବର୍ତ୍ତନକାରୀ ଶକ୍ତି ଭାବେ ଉଭା ହୋଇଛି। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସଶକ୍ତ ମହିଳା ଉଦ୍ୟୋଗୀ ସୃଷ୍ଟି କରିବାର ଦୃଷ୍ଟି, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସୁଦକ୍ଷ ନେତୃତ୍ୱରେ ଓଡିଶାରେ ଉଲ୍ଲେଖନୀୟ କାର୍ଯ୍ୟକାରିତା ଦେଖିବାକୁ ମିଳିଛି । ଆଜି, ଓଡିଶା ଲକ୍ଷପତି ଦିଦି ସୃଷ୍ଟି କରିବାରେ ଜାତୀୟ ସ୍ତରରେ ଦ୍ୱିତୀୟ ସ୍ଥାନରେ ଗର୍ବର ସହ ଉପନୀତ ହୋଇଛି, ରାଜ୍ୟରେ ୯.୩୬ ଲକ୍ଷରୁ ଅଧିକ ମହିଳା ବାର୍ଷିକ ୧ ଲକ୍ଷ ଟଙ୍କା କିମ୍ବା ତାଠାରୁ ଅଧିକ ରୋଜଗାର କରିବାର ମାଇଲଖୁଣ୍ଟ ହାସଲ କରିଛନ୍ତି ।

ଏପରି ଅନୁପ୍ରେରଣୀୟ କାହାଣୀଗୁଡିକ ମଧ୍ୟରୁ ଜଣେ ହେଉଛନ୍ତି ଶ୍ରୀମତୀ ତିଳୋତ୍ତମା ମହାନ୍ତ, କେଉଁଝର ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଗ୍ରାମପଞ୍ଚାୟତର ଜଣେ ସଶକ୍ତ ଉଦ୍ୟୋଗୀ । ମା ଗାୟତ୍ରୀ ଏସଏଚଜିର ଜଣେ ଦୃଢ଼ସଂକଳ୍ପିତ ସଦସ୍ୟା, ତିଳୋତ୍ତମା। ଯିଏ ନିଜର ଦୃଢ ଇଚ୍ଛା ଶକ୍ତି ଏବଂ ସରକାରୀ ସହଯୋଗ ବଳରେ ପ୍ରଦର୍ଶନ କରିପାରିଛନ୍ତି ଉଲ୍ଲେଖନୀୟ ସଫଳତା ଯାହା ତାଙ୍କ ଜୀବନରେ ପରିବର୍ତ୍ତନ ଆଣିପାରିଛି ।

ତାଙ୍କ ସ୍ୱାମୀଙ୍କ ବିୟୋଗ ପରେ ଅସୁବିଧାର ସମ୍ମୁଖୀନ ହୋଇ, ତିଳୋତ୍ତମା ମହାନ୍ତ ନିଜ ପରିବାରକୁ ଚଳାଇବା ପାଇଁ ଦାୟିତ୍ୱ ନେଇଥିଲେ । ତାଙ୍କର ପ୍ରାରମ୍ଭିକ ଯାତ୍ରା ସଂଗ୍ରାମରେ ଭରି ରହିଥିଲା, ପର୍ଯ୍ୟାପ୍ତ ଆର୍ଥିକ ସମ୍ବଳ ଏବଂ ବୈଷୟିକ ଜ୍ଞାନର ଅଭାବ ଥିଲା । ତଥାପି, ରଘୁନାଥପୁର ଜିପିଏଲଫରେ ଯୋଗଦାନ କରିବା ପରେ ତାଙ୍କ ଜୀବନରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଲା। ସିଏଲଫ ରୁ ୫୦,୦୦୦ ଟଙ୍କାର ଆର୍ଥିକ ସହାୟତା ସହିତ, ସେ ବିଭିନ୍ନ ଜୀବିକା କାର୍ଯ୍ୟକଳାପ ଆରମ୍ଭ କରିଥିଲେ ।

ଆଜି, ତିଳୋତ୍ତମା ପନିପରିବା ଚାଷ, ସିଲାଇ, ଏବଂ ବତକ ପାଳନ କରୁଛନ୍ତି, ଯାହା ଗ୍ରାମୀଣ ଉଦ୍ୟୋଗର ବିବିଧତା ପ୍ରଦର୍ଶିତ କରୁଛି। ଏହି ଉଦ୍ୟୋଗଗୁଡିକ ତାଙ୍କର ଆର୍ଥିକ ସ୍ଥିତିକୁ ଉଲ୍ଲେଖନୀୟ ଭାବରେ ଉନ୍ନତ କରିଛି, ଯାହାଦ୍ଵାରା ସେ ବାର୍ଷିକ ୧.୮୦ ଲକ୍ଷ ଟଙ୍କାର ଆୟ କରୁଛନ୍ତି । ତାଙ୍କର ସଫଳତା କାହାଣୀ ତାଙ୍କ ସାଥୀ ଏସଏଚଜି ସଦସ୍ୟାମାନଙ୍କ ମଧ୍ୟରେ ଆଶା ଏବଂ ପ୍ରେରଣା ଜାଗ୍ରତ କରୁଛି ।

ଏହି ଆର୍ଥିକ ସ୍ୱାଧୀନତା ତାଙ୍କ ପରିବାରକୁ ମଧ୍ୟ ପ୍ରଭାବିତ କରିଛି। ତାଙ୍କର ଦୁଇ ପିଲା ବର୍ତ୍ତମାନ ଉଚ୍ଚ ଶିକ୍ଷା ଗ୍ରହଣ କରୁଛନ୍ତି, ତାଙ୍କ ଝିଅ ସ୍ନାତକ ଶିକ୍ଷାରେ ନାମାଙ୍କନ କରିଛନ୍ତି ଏବଂ ତାଙ୍କ ପୁଅ ଇଣ୍ଟରମିଡିଏଟରେ ଅଧ୍ୟୟନ କରୁଛନ୍ତି। ତିଳୋତ୍ତମାଙ୍କ ଜୀବନରେ ହୋଇଥିବା ପରିବର୍ତ୍ତନ ଲକ୍ଷପତି ଦିଦି ଉଦ୍ୟୋଗ ମାଧ୍ୟମରେ କଳ୍ପିତ ସଶକ୍ତିକରଣକୁ ଦର୍ଶାଉଛି।

ଆର୍ଥିକ ଅନ୍ତର୍ଭୁକ୍ତିକରଣ, ବଜାର ସଂଯୋଗ, ତାଲିମ ଓ ଦକ୍ଷତା ବୃଦ୍ଧି କରି ଓଡିଶା ଜୀବିକା ମିଶନ କାର୍ଯ୍ୟକାରୀ ସଂସ୍ଥା ଭାବେ ଏହି ଯୋଜନାର ଉଦ୍ଦେଶ୍ୟଗୁଡ଼ିକୁ ସଫଳତା ଦେଇଛି । ଏହି ପ୍ରକଳ୍ପ ଗୁଡିକ ଓଡିଶା ସାରା ମହିଳା ଉଦ୍ୟୋଗୀମାନଙ୍କ ପାଇଁ ଏକ ସମୃଦ୍ଧ ପରିବେଶ ସୃଷ୍ଟି କରିଛି, ଯାହା ରାଜ୍ୟକୁ ମହିଳା ସଶକ୍ତିକରଣରେ ଜାତୀୟ ସ୍ତରରେ ଅଗ୍ରଗାମୀ କରିଛି ।

ସମ୍ପ୍ରତି ସମାପ୍ତ ହୋଇଥିବା ସୁଭଦ୍ରା ଶକ୍ତି ମେଳା ଏହି ଉଦ୍ୟୋଗର ସଫଳତାକୁ ବିସ୍ତାର କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି, ହଜାର ହଜାର ଏସଏଚଜି ଏବଂ ଉତ୍ପାଦକ ଗୋଷ୍ଠୀକୁ ଉତ୍ପାଦଗୁଡିକୁ ପ୍ରଦର୍ଶନ କରିବା, ବଜାର ସହ ସଂଯୋଗ କରିବା, ଏବଂ ସେମାନଙ୍କର ଉଦ୍ୟୋଗୀ ଦକ୍ଷତା ଉନ୍ନତ କରିବା ପାଇଁ ଏକ ମୂଲ୍ୟବାନ ମଞ୍ଚ ପ୍ରଦାନ କରିଛି। ଏହି ରଣନୀତିକ ବଜାର ପ୍ରଦର୍ଶନ ଓଡିଶାର ମହିଳା ଉଦ୍ୟୋଗୀମାନଙ୍କ ପାଇଁ ଆର୍ଥିକ ବୃଦ୍ଧି ଏବଂ ଉତ୍ପାଦ ଦୃଶ୍ୟମାନତାରେ ସିଧାସଳଖ ଯୋଗଦାନ କରିଛି।

ତିଳୋତ୍ତମାଙ୍କ ପରି ମହିଳାମାନେ ତୃଣମୂଳ ଉଦ୍ୟୋଗଗୁଡିକର ଶକ୍ତିର ପ୍ରଦର୍ଶନ କରନ୍ତି । ତାଙ୍କର କାହାଣୀ କେବଳ ଆର୍ଥିକ ସଫଳତାର ନୁହେଁ ବରଂ ସାମାଜିକ ପରିବର୍ତ୍ତନର ଏକ ଶକ୍ତିଶାଳୀ ଉଦାହରଣ । ତାଙ୍କ ପରି ସଶକ୍ତ ମହିଳାମାନେ ଓଡିଶାର ସାମାଜିକ-ଅର୍ଥନୈତିକ ସ୍ଥିତିକୁ ଦର୍ଶାଉଛନ୍ତି, ଆଗାମୀ ପିଢ଼ି ପାଇଁ ସକାରାତ୍ମକ ପରିବର୍ତ୍ତନର ଏକ ତରଙ୍ଗ ସୃଷ୍ଟି କରୁଛନ୍ତି।

ଲକ୍ଷପତି ଦିଦି ଓଡିଶାରେ ମହିଳା ସଶକ୍ତିକରଣର ପ୍ରତୀକ ଭାବେ ଉଭା ହୋଇଛି । ଏହା ମହିଳାମାନଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଅଟଳ ପ୍ରତିବଦ୍ଧତାକୁ ପୁନଃନିଶ୍ଚିତ କରିବା ସହ ୨୦୨୭ ଶେଷ ସୁଦ୍ଧା ତିନି କୋଟି ଲକ୍ଷପତି ଦିଦି ସୃଷ୍ଟି କରିବାର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟକୁ ପୂରା କରିବା ଦିଗରେ ଅଗ୍ରସର ଅଛି । ପ୍ରତ୍ୟେକ ସଶକ୍ତ ମହିଳା ଓଡିଶାକୁ ନିଶ୍ଚିତ ବିକାଶ ହାସଲ କରିବା ଦିଗରେ ଆହୁରି ପାଖକୁ ଆଣୁଥିବା ବେଳେ, ଆତ୍ମନିର୍ଭରଶୀଳତା, ସମ୍ମାନ, ସମୃଦ୍ଧି ଏବଂ ବିକାଶର ଏକ ନୂତନ ଯୁଗକୁ ଚିହ୍ନିତ କରୁଛନ୍ତି।


Share It

Comments are closed.