ମତଦାତାଙ୍କୁ ମାଗଣାରେ ପୋଲିଂ ବୁଥ ପର୍ଯ୍ୟନ୍ତ ମାଗଣାରେ ନେଉଛି ଏହି ଗ୍ରୁପ


ପ୍ରଚଣ୍ଡ ଖରାରେ ମତଦାନ ପାଇଁ ଯିବା ଦୁର୍ବିସ ହୋଇଯାଇଥିବା ବେଳେ, ଚଳିତ ନିର୍ବାଚନକୁ ଧ୍ୟାନରେ ରଖି ଭାରତର ବୃହତ ବାଇକ୍ ଟ୍ୟାକ୍ସି ସେବା ପ୍ରଦାନକାରୀ ସଂସ୍ଥା ରାପିଡୋ ନିଜର ମତଦାତା ମାନଙ୍କୁ ମାଗଣା ସେବା ପ୍ରଦାନ କରିଛି । ଏହି ସେବା ନିମନ୍ତେ କେବଳ ଭୁବନେଶ୍ୱର ଓ କଟକର ମତଦାତା ମାନେ ରାପିଡୋ ଆପ ମାଧ୍ୟମରେ ଏହାକୁ ବୁକ୍ କରି ଏହାର ସୁଯୋଗ ପାଇପାରିବେ । ରାପିଡୋ ମତଦାତା ମାନଙ୍କ ‘ରାଇଟ୍ ଟୁ ଭୋଟ’ ଅଧିକାରକୁ ଦୃଢିଭୁତ କରି ଠିକ୍ ସମୟରେ ପୋଲିଙ୍ଗ୍ ଷ୍ଟେସନ୍ ନିକଟରେ ପହଞ୍ଚାଇବାର ପଦକ୍ଷେପ ନେଇଛି । ମତଦାତା ‘ଆଇ ଭୋଟ’ କୁପନ ମାଧ୍ୟମରେ ଏହାକୁ ବୁକିଙ୍ଗ୍ କରିପାରିବେ ।

ଏହି ଅବସରରେ ରାପିଡୋର ସିଟି ମୁଖ୍ୟ ଶ୍ରୀଯୁକ୍ତ ସିବାଶିଷ୍ ରଥ କହିଛନ୍ତି ଯେ, “ଆମେ ଏହି ସେବା ଭୁବନେଶ୍ୱର ଓ କଟକର ମତଦାତାଙ୍କୁ ପ୍ରଦାନ କରିଛୁ ଯାହାଦ୍ୱରା ସେ ସଠିକ୍ ସମୟରେ ପୋଲିଙ୍ଗ୍ ଷ୍ଟେସନରେ ପହଞ୍ଚି ନିଜର ମୂଲ୍ୟବାନ ଭୋଟ ଦେଇପାରିବେ । ଏହି ସେବା କେବଳ ମତଦାତାଙ୍କ ନମନ୍ତେ ମତଦାନ ଚାଲିଥିବା ସମୟ ମଧ୍ୟରେ ଉପଲବ୍ଧ ହେବ ।”
ବାଙ୍ଗାଲୋର ସ୍ଥିତ କମ୍ପାନୀ ରାପିଡୋ ଭାରତର ଟ୍ରାଫିକ୍କୁ ନଜରରେ ରଖି ନିଜର ବାଇକ୍ ଟ୍ୟାକ୍ସି ସେବାର ଆରମ୍ଭ କରିଛି । ଏହି ସେବା ଭାରତର ୧୬ଟି ରାଜ୍ୟର ୪୦ଟି ସହରରେ ଉପଲବ୍ଧ । ଏହାର ଚାଳକ ମାନେ ସଡକ ସୁରକ୍ଷାର ସମସ୍ତ ନିୟମ ପାଳନ କରିବା ସହ ଗାଡି ଚଲାଉଥିବା ବେଳେ ହେଲ୍ମେଟର ପ୍ରୟୋଗ ମଧ୍ୟ କରିଥାନ୍ତି । ରାପିଡୋ ଉଭୟ ଗ୍ରାହକ ଓ ଚାଳକ ମାନଙ୍କୁ ଇନ୍ସୁରାନ୍ସ କଭରେଜ ମଧ୍ୟ ପ୍ରଦାନ କରିଥାଏ ।


Share It

Comments are closed.