ସର୍ତ୍ତସହ ନମୋ ଟିଭିକୁ ମିଳିଲା ପ୍ରସାରଣ ଅନୁମତି


ଦେଶରେ ଦ୍ୱିତୀୟ ଚରଣ ନିର୍ବାଚନ ଆଜି ଚାଲିଥିବା ସମୟରେ ନିର୍ବାଚନ ଆୟୋଗ ପକ୍ଷରୁ ନମୋ ଟିଭି ପ୍ରସାରଣକୁ ମିଳିଛି ସସର୍ତ୍ତ ସ୍ୱିକୃତ୍ତି । ଯେବେକି ଏହାର ପ୍ରସାରଣ ପାଇଁ ଆୟୋଗ ପକ୍ଷରୁ କେତେକ କଠୋର କଟକଣା ଲାଗୁ କରାଯାଇଛି । ଏବଂ ଏହାକୁ ଉଲଘଂନ କରାଗଲେ ଏହାର ପ୍ରସାରଣକୁ ବନ୍ଦ ମଧ୍ୟ ଯାଇପାରେ । ସୂଚନା ମୁତାବକ ଗତ କିଛି ଦିନ ପୂର୍ବରୁ ନିର୍ବାଚନ ଆଚରଣ ବିଦ୍ଧିକୁ ଦୃଷ୍ଟିରେରଖି ଉକ୍ତ ଚ୍ୟାନେଲର ପ୍ରସାରଣକୁ ବନ୍ଦ କରାଯାଇଥିଲା । ନିର୍ବାଚନ ଆୟୋଗ ପକ୍ଷରୁ କୁହାଯାଇଛିଯେ, ବର୍ତ୍ତମାନ କେବଳ ନମୋ ଟିଭିରେ ଲାଇଭ୍ କଭରେଜ୍ ପ୍ରସାରିତ କରିପାରିବ । କିନ୍ତୁ ରେକଡ଼ିଂ କଣ୍ଟେଟ୍ ପ୍ରସାରିତ କରିବା ପାଇଁ କେତେକ କଠୋର ସର୍ତ୍ତମାନ ଲାଗୁ କରାଯାଇଛି ।

ଆୟୋଗ ପକ୍ଷରୁ କୁହାଯାଇଛିକି, ଚ୍ୟାନେଲ ପକ୍ଷରୁ ପ୍ରିରେକଡ଼ିଂ ପ୍ରୋଗ୍ରାମ ଗୁଡ଼ିକ ୪୮ ଘଣ୍ଟା ପୂର୍ବରୁ ଭୋଟ୍ ସମାପ୍ତ ହେବା ପର୍ଯ୍ୟନ୍ତ ପ୍ରସାରିତ ହୋଇପାରିବ ନାହିଁ । ନିର୍ବାଚନ ଆୟୋଗ ନମୋ ଚ୍ୟାନେଲର ପ୍ରସାରଣକୁ ଦୃଷ୍ଟିରେ ରଖିବାକୁ ରାଜ୍ୟ ମୂଖ୍ୟ ନିର୍ବାଚନ କମିସନକୁ ପରାମର୍ଶ ଦିଆଯାଇଛି ।


Share It

Comments are closed.