ରାହୁଲ କହିଲେ ମୋଦିଙ୍କ ପରି ମୁଁ ଆପଣଙ୍କୁ ମିଛ କହିବି ନାହିଁ


ଚଳିତ ନିର୍ବାଚନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଉତ୍ତର ପ୍ରଦେଶର ଆମେଠି ବ୍ୟତୀତ କେରଳର ବାୟନାଡ଼ ଲୋକସଭା ଆସନରୁ ମଧ୍ୟ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଏହି ଅବସରରେ ଶ୍ରୀଯୁକ୍ତ ରାହୁଲ ଗାନ୍ଧି ବୁଧବାର ଦିନ ବାୟନାଡ଼ରେ ପହଞ୍ଚି ଏଠାରେଥିବା ପ୍ରଶିଦ୍ଧ ମନ୍ଦିର, ତିରୁନ୍ନେଲି ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ପୂଜାର୍ଚ୍ଚନା ପରେ ସେ ବାୟନାଡ଼ରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଦ୍ଧିତ କରିଥିଲେ । ସେଠାରେ ଉପସ୍ଥିତଥିବା ବ୍ୟକ୍ତିବିଶେଷଙ୍କୁ ରାହୁଲ କହିଥିଲେଯେ, ମୁଁ ଆପଣ ମାନଙ୍କ ଗହଣକୁ ଏକ ରାଜନେତା ହିସାବରେ ଆସି ନାହିଁ କି ମୋ ମନ କଥା ମଧ୍ୟ କହିବାକୁ ଆସି ନାହିଁ । ବରଂ ଆପଣ ମାନଙ୍କ ହୃଦୟରେଥିବା କଥାକୁ ଶୁଣିବାକୁ ଆସିଛି ।

ସେ କେରଳରେ ଏକ ବିଶାଳ ଜନସଭାକୁ ସମ୍ବୋଦ୍ଧିତକରି କହିଥିଲେକି, ମୁଁ ପ୍ରଧାନ ମନ୍ତ୍ରୀଙ୍କ ପରି ନୁହେଁଯେ, ଆପଣଙ୍କୁ ମିଛ କହିବି । ମୁଁ ଏଠାକାର ସ୍ଥାନୀୟ ବାସିନ୍ଦା ମାନଙ୍କ ସହିତ କେବଳ ଏକ ମାସ ନୁହେଁ ଜୀବନ ସାରା ସମ୍ପର୍କ ରଖିବାକୁ ଚାହୁଁଛି । ବାୟନାଡ଼ ହେଉଛି ରାହୁଲ ଗାନ୍ଧିଙ୍କ ପାଇଁ ଖୁବ୍ ସ୍ୱତନ୍ତ୍ର କାରଣ ଏଠାରେ ତାଙ୍କର ପିତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ, ରାଜିବ୍ ଗାନ୍ଧିଙ୍କ ଅସ୍ତି ବିସର୍ଜନ କରାଯାଇଥିଲା ।


Share It

Comments are closed.