ଧୋନିଙ୍କ ଏହି ରେକର୍ଡର ସମକକ୍ଷ ହେଲେ ରୋହିତ


ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ୫ଟିକିଆ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଭାରତ ୩-୦ରେ ଅଗ୍ରଣୀ ରହି ଏହି ସିରିଜକୁ କବଜା କରିନେଲାଣି । ତୃତୀୟ ମ୍ୟାଚରେ ୨୪୩ ରନ ଲକ୍ଷ୍ୟକୁ ନେଇ ପଡିଆକୁ ଓହ୍ଲାଇଥିବା ଭାରତୀୟ କ୍ରିକେଟ ଟିମ ହିଟମ୍ୟାନଙ୍କ ଭଲ ପ୍ରଦର୍ଶନ ସ୍ୱରୁପ ଦଳର ସ୍କୋର କାର୍ଡକୁ ଆଗେଇ ନେବାରେ ସଫଳ ହୋଇଥିଲେ ।
ରୋହିତ ଶର୍ମା ଏହି ମ୍ୟାଚରେ ୭୭ ବଲରେ ୬୨ ରନ ପାଳି ଖେଳିଥିଲେ । ଯେଉଁଥିରେ ସେ ୩ଟି ଚୌକା ଏବଂ ୨ ଛକା ମଧ୍ୟ ମାରିଥିଲେ । ଏହି ସିରିଜରେ ସେ କ୍ରମାଗତ ଦ୍ୱିତୀୟ ଥର ଅର୍ଦ୍ଧଶତକ ହାସଲ କରିଥିଲେ । ସେ ଏହି ମ୍ୟାଚରେ ଶତକୀୟ ପାଳି ଖେଳି ପାରିନଥିବାବେଳେ କିନ୍ତୁ ଏକ ବୃହତ ରେକର୍ଡର ସମକକ୍ଷ ମଧ୍ୟ ହୋଇଛନ୍ତି ।
ରୋହିତ ନ୍ୟୁଜିଲାଣ୍ଡ ବିପକ୍ଷରେ ନିଜ ଅର୍ଦ୍ଧଶତକ ପୂରଣ କରିବା ପାଇଁ ଏକ ଆକର୍ଷଣୀୟ ପୂଲ ସଟ ଖେଳିଥିଲେ, ଯାହା ଦ୍ୱାରା କି ସେ ଧୋନିଙ୍କର ଏକ ଖାସ ରେକର୍ଡର ସମକକ୍ଷ ମଧ୍ୟ ହୋଇଛନ୍ତି । ଏହା ହେଉଛି ଦିନିକିଆରେ ଭାରତ ପାଇଁ ସର୍ବାଧିକ ଛକା ଲଗାଇବାର ରେକର୍ଡ ।
ଦିନିକିଆରେ ରୋହିତ ବର୍ତ୍ତମାନ ୨୧୫ଟି ଛକା ମାରିବାର ରେକର୍ଡ ହାସଲ କରିଥିବାବେଳେ ଏହା ପୂର୍ବରୁ ଧୋନିଙ୍କ ନାମରେ ଏହି ରେକର୍ଡ ଥିଲା । ସେପଟେ ଧୋନି ଦିନିକିଆରେ ୨୨୨ଟି ଛକା ମାରିଥିବାବେଳେ ଭାରତ ତରଫରୁ ୨୧୫ଟି ଛକା ମାରିଛନ୍ତି । ବାକି ୭ଟି ଛକା ସେ ଏସିଆ ୧୧ ତରଫରୁ ମାରିଛନ୍ତି ।
ସେପଟେ ଦିନିକିଆରେ ସର୍ବାଧିକ ଛକା ମାରିବାର ପାକିସ୍ତାନର ‘ସାହିଦ ଆଫ୍ରିଦି’ଙ୍କ ନାମରେ ଥିବାବେଳେ ସେ ୩୯୮ଟି ମ୍ୟାଚ ଖେଳି ୩୫୧ଟି ସର୍ବାଧିକ ଛକା ମାରିଛନ୍ତି ।


Share It

Comments are closed.