ଫରେଷ୍ଟ ମ୍ୟାନ ଅଫ ଇଣ୍ଡିଆ ‘ଯାଦବ ମୋଲାଇ ପାୟୋଙ୍ଗ’


ପରିବେଶ ପ୍ରଦୂଷଣ ବର୍ତ୍ତମାନ ଏକ ଆତଙ୍କ ରୂପେ ଉଭା ହେଲାଣି । ଏଭଳି ସମୟରେ ପରବେଶର ଯତ୍ନ ନେବା ଖୁବ ଆବଶ୍ୟକ । ଅଧିକରୁ ଅଧିକ ବୃକ୍ଷ ରୋପଣ ଏହାର ଏକମାତ୍ର ଉପାୟ । ଏବଂ ନିଜସ୍ୱ ଇଚ୍ଛାରେ ବୃକ୍ଷ ରୋପଣ କରୁଥିବା ମଣିଷ ସମାଜ ପାଇଁ ପ୍ରେରଣା ସଦୃଶ । ପାଣିପାଗ ପରିବର୍ତ୍ତନ, ଉତ୍ତାପ ବୃଦ୍ଧି ଏବଂ ବର୍ଷାର ପ୍ରଭାବକୁ ସଠିକ କରିବା ପାଇଁ ବୃଷ ରୋପଣର ଖୁବ ଆବଶ୍ୟକତା ରହିଛି । ସେହିପରି ବୃକ୍ଷ ରୋପଣ କରି ଆମ୍ଭମାନଙ୍କ ପାଇଁ ପ୍ରେରଣା ଏବଂ ପ୍ରୋତ୍ସାହନର ଉତ୍ସ ହୋଇଛନ୍ତି ଆସାମର ସବୁଜ ନାୟକ ଯାଦବ ମୋଲାଇ ପାୟୋଙ୍ଗ ।
ଯାଦବ ମୋଲାଇ ପାୟୋଙ୍ଗ ୧୯୬୩ ମସିହାରେ ଆସାମରେ ଜନ୍ମ ଗ୍ରହଣ କରିଥିଲେ । ଜନ୍ମ ପର ଠାରୁ ସେ ସବୁଜ ବନାନୀ ଏବଂ ଘଞ୍ଚ ଜଙ୍ଗଲରେ ବସବାସ କରୁଥିଲେ । ସେଠାରେ ବହୁ ଜୀବଜନ୍ତୁ ଏବଂ ସରୀସୃପଙ୍କୁ ମଧ୍ୟ ଦେଖୁଥିଲେ । ୧୯୭୯ ମସିହାରେ ସେ ଲକ୍ଷ୍ୟ କଲେ ଯେ, ଘଞ୍ଚ ଜଙ୍ଗଲ ଅଭାବ,ଉତ୍ତାପ ବୃଦ୍ଧି କରାଣରୁ ସାପ ମାନଙ୍କ ସଂଖ୍ୟା କମି କମି ଯାଉଛି । ତାପରେ ସେ ୫୦ଟି ମଞ୍ଜି ଏବଂ ୨୫ଟି ବାଉଁଶ ଗଛରୁ ଆରମ୍ଭ କଲେ ତାଙ୍କ ସବୁଜ ଅଭିଯାନ ।

ମାତ୍ର ୧୬ ବର୍ଷ ବୟସରେ ସେ ସମାଜ ଏବଂ ପରିବେଶର ଉପକାର ପାଇଁ କାର୍ଯ୍ୟ କରିବା ଆରମ୍ଭ କରିଦେଇଥିଲେ । ସେ ପ୍ରଥମେ ସେ ଗୋଲାହାଟ ଜିଲ୍ଲାରେ ୨୦୦ ହେକ୍ଟର ଜାଗାରେ ବୃକ୍ଷରୋପଣ କରିବା ସହ ଏକି ସାମାଜିକ ଜଙ୍ଗଲ ସୃଷ୍ଟି କରିବା ପାଇଁ ଅଭିଯାନ ଆରମ୍ଭ କରିଥିଲେ । ସେ ଏହି ପ୍ରୋଜେକ୍ଟରେ କାମ କରି ଗଛର ଯତ୍ନ ନେବା ସହିତ ନିଜେ ମଧ୍ୟ ବୃକ୍ଷ ରୋପଣ କରିବା ଆରମ୍ଭ କରିଥିଲେ । ତାଙ୍କର ଏହି ଅଭିଯାନରେ ତାଙ୍କୁ ତାଙ୍କ ପତ୍ନୀ ଏବଂ ୩ଟି ପିଲା ମଧ୍ୟ ସାହାଯ୍ୟ କରନ୍ତି । ବର୍ତ୍ତମାନ ସେ ତାଙ୍କ କଠିନ ପରିଶ୍ରମ ବଳରେ ୧୩୬୦ ଏକର ତଥା ୫୫୦ ହେକ୍ଟର ସ୍ଥାନର ଘଞ୍ଚ ଜଙ୍ଗଲ ସୃଷ୍ଟି କରିପାରିଛନ୍ତି । ଏବଂ ସେହି ଜଙ୍ଗଲ ବର୍ତ୍ତମାନ ବାଘ, ଗଣ୍ଡା, ହରିଣ, ଠେକୁଆ , ପାତିମାଙ୍କଡ, ସାପ ଏବଂ ବହୁ ପ୍ରଜାତିର ପକ୍ଷୀମାନଙ୍କର ବାସସ୍ଥାନ ପାଲଟିଛି । ଏହି ଜଙ୍ଗଲର ନାମ ବର୍ତ୍ତମାନ ମୋଲାଇ ଜଙ୍ଗଲ ରଖାଯାଇଛି । ଏହି କଠିନ ଅଧ୍ୟବସାୟ ପାଇଁ ତାଙ୍କୁ ଭାରତର ଫରେଷ୍ଟ ମ୍ୟାନ ବୋଲି କୁହାଯାଏ । ସେ ୨୦୧୫ରେ ମଧ୍ୟ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ ।

୨୦୧୩ରେ ଆରତି ଶ୍ରୀବାସ୍ତବ ମଧ୍ୟ ଯାଦବଙ୍କ ଜୀବନ କାହାଣୀ ଉପରେ ଏକ ଡକ୍ୟୁମେଣ୍ଟାରି ପ୍ରସ୍ତୁତ କରିଥିଲେ । ଯାଦବଙ୍କ ଉପରେ ନିର୍ମିତ ଫିଲ୍ମ ଫରେଷ୍ଟ ମ୍ୟାନ୍ ୨୦୧୪ରେ କାନସ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇଥିଲା ଏବଂ ଆମେରିକୀୟ ବର୍ଗରେ ଏହା ପୁରସ୍କୃତ ମଧ୍ୟ ହୋଇଥିଲା । ପାୟେଙ୍ଗ ମଧ୍ୟ ପିଲାମାନଙ୍କ ବହିରେ ‘ଯାଦବ ଆଣ୍ଡ ଦ ଟ୍ରି ପ୍ଲେସ’ ବିଷୟବସ୍ତୁ ଭାବେ ରହିଛି । ଏହି କାହାଣୀ ବିନାୟକ ବ୍ରହ୍ମାଙ୍କ ଦ୍ୱାରା ବର୍ଣ୍ଣିତ ଏବଂ ଏହା ଓପନ ସୋର୍ସ ପ୍ଲାଟଫର୍ମ ଷ୍ଟୋରି ୱେଭର ଦ୍ୱାରା ପ୍ରବେସିତ ।


Share It

Comments are closed.