ଦୁଃଶ୍ଚିନ୍ତା ଦୂର କରିବାର କିଛି ସହଜ ଉପାୟ ସଂପର୍କରେ ଜାଣନ୍ତୁ


ବହୁ ସମୟ ଧରି ଦୁଃଶ୍ଚିନ୍ତାରେ ରହିବା ଦ୍ୱାରା ଆପଣ ଡିପ୍ରେସନ ତଥା ବିଷାଦଗାରର ଶିକାର ହୋଇଥାନ୍ତି । ବିଶ୍ୱରେ ୭୦ ପ୍ରତିଶତ ଲୋକ ଏହି ବିଷାଦଗାରରର ଶିକାର ହୋଇଥାନ୍ତି । ବର୍ତ୍ତମାନର ଜୀବନଶୈଳୀ ବିଷାଦ ପଥକୁ ଅଗ୍ରସର କରାଉଛି । ରାଗ, ଚିଡିଚିଡାପଣ, ଚିନ୍ତା ଏବଂ ଖରାପ ମନୋଭାବ ବିଷାଦର ପ୍ରାଥମିକ ଲକ୍ଷଣ । ଘରୋଇ କଳହ, ମାନସିକ ଚାପ, କର୍ମ କ୍ଷେତ୍ରରେ ଚାପ, ଖାଦ୍ୟ ଗ୍ରହଣରେ ନିୟମିତତା, ଚିନ୍ତା ଇତ୍ୟାଦି ବିଷାଦର କାରଣ ହୋଇପାରେ । ଏହାର ପ୍ରତିକାର ଏବଂ ସମ୍ପୂର୍ଣ୍ଣ ନିରାକରଣ ପାଇଁ ଆପଣ ଡାକ୍ତରଙ୍କ ସାହାଯ୍ୟ ନେବା ସହିତ କିଛି ନିଜସ୍ୱ ଉପଚାର ମଧ୍ୟ କରିପାରିବେ । ଆସନ୍ତୁ ଜାଣିବା କିଛି ଉପଚାର ତଥା ଉପାୟ ସମ୍ପର୍କରେ . . . . . . . . . .
୧. ବ୍ୟାୟାମ – ବ୍ୟାୟାମ କରିବା ସମୟରେ ଆପଣଙ୍କ ଶରୀର ଏଣ୍ଡୋରଫିନ୍ସ ରିଲିଜ କରିଥାଏ ଏବଂ ନର୍ଭ କୋଷର ବିକାଶ କରିଥାଏ । ବିଷାଦଗାରରର ଲକ୍ଷଣ ଦେଖା ଦେଉଥିଲେ ଦିନକୁ ଅତିକମରେ ୩୦ମିନିଟର ବ୍ୟାୟାମ କରନ୍ତୁ । ଏହା ଦ୍ୱାରା ଶରୀରରେ ନୂତନ ଉର୍ଜା ସୃଷ୍ଟି କରିବା ସହିତ ଧିରେ ଧିରେ ବିଷାଦଗାରରର ଲକ୍ଷଣଗୁଡିକୁ ଦୂର କରିଥାଏ । ଆପଣ ୨୦ରୁ ୩୦ମିନିଟ ପର୍ଯ୍ୟନ୍ତ ବଗିଚାରେ ମଧ୍ୟ ଚାଲିପାରିବେ ।
୨. ଉତ୍ତମ ଖାଦ୍ୟ ଗ୍ରହଣ – ବହୁ ପ୍ରକାରର ପ୍ରୋସେସଡ ଫୁଡ ଏବଂ ଫାଷ୍ଟ ଫୁଡ ଶରୀରରେ ଟ୍ରାନ୍ସ ଫ୍ୟାଟ ବୃଦ୍ଧି କରିଥାଏ ଯାହା ବିଷାଦଗାରରର ମାତ୍ରା ବୃଦ୍ଧି କରିଥାଏ । ଏହି ସମସ୍ତ ଟ୍ରାନ୍ସ ଫୁଡ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ୪୮ ପ୍ରତିଶତ ବିଷାଦଗାରରର ରିକ୍ସ ବୃଦ୍ଧି କରିବାର ସମ୍ଭାବନା ରହିଛି । ଏହା ବଦଳରେ ଆପଣ ଫ୍ୟାଟ ମୁକ୍ତ ଖାଦ୍ୟ, ସବୁଜ ପନିପରିବା, ଫଳ, ଭେଜିଟେବଲ ଅଏଲ , ମାଛ ଇତ୍ୟାଦି ଖାଇପାରିବେ ।
୩. ସଠିକ ନିଦ – ପ୍ରତ୍ୟେକ ବ୍ୟକ୍ତିମାନଙ୍କ ପାଇଁ ପ୍ରତ୍ୟେକ ବୟସରେ ଉପଯୁକ୍ତ ନିଦ୍ରା ଆବଶ୍ୟକ । ଜଣେ ଜଣେ ରାତିରେ ଭଲ ଭାବେ ନଶୋଇ ସକାଳୁ ସକାଳୁ ଅଧିକ ସମୟ ଶେଯରେ ବିତାଇଥାନ୍ତି । ଏହା ପରେ ବିଷାଦଗାରରର କାରଣ ହୋଇପାରେ । ୧୮ରୁ୬୪ ବର୍ଷ ବ୍ୟକ୍ତିମାନଙ୍କ ପାଇଁ ୭-୯ ଘଣ୍ଟା ଶୋଇବା ଅତ୍ୟନ୍ତ ଆବଶ୍ୟକ । ନିଦ୍ରାରେ ଅନିୟମିତତା ମଧ୍ୟ ବିଷାଦଗାରରର ମୁଖ୍ୟ କାରଣ ତେଣୁ ପ୍ରତ୍ୟେକ ସଠିକ ନିଦରେ ଶୋଇବା ନିତ୍ୟାନ୍ତ ଆବଶ୍ୟକ ।
୪. ଡାକ୍ତରଙ୍କ ସହିତ ପରାମର୍ଶ – ଘରୋଇ ଉପାୟ ଅବଲମ୍ବନ ସହିତ ନିଦ୍ରା, ଖାଦ୍ୟ୍ୟ ଇତ୍ୟାଦି ସଠିକ ହେବା ପରେ ଯଦି ବିଷାଦଗାରର ରହିବାର କିଛି ଲକ୍ଷଣ ଦେଖାଯାଏ ତେବେ ଡାକ୍ତରଙ୍କ ସହିତ ପରାମର୍ଶ କରି ଓøଷଧ ସମ୍ବନ୍ଧରେ ଜାଣିନିଅନ୍ତୁ । ଏବଂ ଡାକ୍ତରଙ୍କ ପ୍ରଦତ୍ତ ରୁଟିନ ହିସାବରେ କାମ କରନ୍ତୁ ।
୫. ଆତ୍ମବିଶ୍ୱାସରେ ବୃଦ୍ଧି – ଯୁବକମାନଙ୍କ କ୍ଷେତ୍ରରେ ପଢା ଏବଂ ଅନ୍ୟାନ୍ୟ ଚାପ ରହି ଆତ୍ମବିଶ୍ୱାସର କମ ଦେଖାଯାଇଥାଏ । ତେଣୁ ସର୍ବଦା ନିଜ ପ୍ରତି ଆତ୍ମବିଶ୍ୱାସ ଦୃଢ ରଖିବା ଆବଶ୍ୟକ ଏବଂ ନିଜର ରାଗକୁ ନିୟନ୍ତ୍ରଣରେ ରଖିବା ଆବଶ୍ୟକ ।


Share It

Comments are closed.