ନୂଭୋକୋର କନଷ୍ଟ୍ରକ୍ସନ୍ ଡେଭେଲପମେଣ୍ଟ ଆଣ୍ଡ ଇନୋଭେସନ୍ ସେଣ୍ଟରକୁ ଏନଏବିଏଲ ସ୍ୱିକୃତୀ


ଗୃହ ନିର୍ମାଣ ସାମଗ୍ରୀ ତିଆରି କରୁଥିବା ଅଗ୍ରଣୀ କମ୍ପାନୀ ନୁଭୋକୋ ଭିଟାଜ୍ କର୍ପୋରେଟ୍ ଲିମିଟେଡ଼ର କନଷ୍ଟ୍ରକ୍ସନ୍ ଡେଭେଲପମେଣ୍ଟ ଆଣ୍ଡ ଇନୋଭେସନ୍ ସେଣ୍ଟର (ସିଡିଆଇସି) ଏନଏବିଏଲଠାରୁ ସ୍ୱିକୃତୀ ଗ୍ରହଣ କରିଛି । ସିଡିଆଇସି ବର୍ତ୍ତମାନ ୧୦୦ରୁ ଉଦ୍ଧ୍ୱର୍ ମେକାନିକାଲ୍ ଟେଷ୍ଟର ଆୟୋଜନ କରିପାରିବ, ଯାହା ମଧ୍ୟରେ ୫୫ଟି ଟେଷ୍ଟ ଏନଏବିଏଲ ସ୍ୱିକୃତୀ ଅଧିନରେ ଅଛି । ଏମାନଙ୍କ ମଧ୍ୟରେ ରହିଛି ସିମେଣ୍ଟ, ଫ୍ଲାଏ ଆସ୍, ଜିଜିବିଏସ୍, କଙ୍କ୍ରିଟ୍, ଇଟା, ଶକ୍ତ ପଥର, ନିର୍ମାଣ କାର୍ଯ୍ୟରେ ଲାଗୁଥିବା ରାସାୟନିକ ପଦାର୍ଥ ଇତ୍ୟାଦି । ଏହା ମଧ୍ୟ ଥାର୍ଡ ପାର୍ଟି ଏକ୍ସଟରନାଲ ଟେଷ୍ଟିଂ ସେବାଗୁଡ଼ିକୁ ପ୍ରଦାନ କରିବାକୁ ଯାଉଛି । ଗ୍ରାହକମାନେ ବର୍ତ୍ତମାନ ନିଶ୍ଚିତ ହୋଇପାରିବେ ଯେ, ଉତ୍ପାଦ ଓ ସମାଧାନଗୁଡ଼ିକ ଉଚ୍ଚମାନର ଓ ବିଶ୍ୱ ସ୍ତରୀୟ ସ୍ୱିକୃତୀପ୍ରାପ୍ତ । ନୁଭୋକୋର ସିଡିଆଇସି ଅଗ୍ରୀମ ଜ୍ଞାନକୌଶଳ, ଉଚ୍ଚ ପ୍ରଶିକ୍ଷିତ ଓ ଅନୁଭବୀ ଦଳମାନଙ୍କୁ ନେଇ ନିର୍ମିତ ।
ଏହି ସଫଳତା ବିଷୟରେ ମଧୁମିତା ବାସୁ, ଷ୍ଟ୍ରାଟେଜି ମୂଖ୍ୟ, ଆଇଟି, ମାର୍କେଟିଂ ଆଣ୍ଡ ଇନୋଭେସନ୍ ପ୍ରକାଶ କରିଛନ୍ତି ଯେ, “ସିଡିଆଇସି ହେଉଛି ଏକ ଏକ ଗ୍ରାହକକୈନ୍ଦ୍ରିକ ଜୋନ୍, ଯେଉଁଠାରେ ଆମେ ଆମର ଅଂଶୀଦାରମାନଙ୍କ ସହିତ ଭାବର ଆଦାନପ୍ରଦାନ କରିଥାଉ ଏବଂ ବଜାରର ଚାହିଦାକୁ ଗ୍ରହଣ କରିଥାଉ । ଏନ୍ଏବିଏଲ ଅଧିସ୍ୱିକୃତୀ ଆମର ଗ୍ରାହକମାନଙ୍କୁ ଉତ୍ତମ ମାନର ଟେଷ୍ଟିଂ ସେବା ପ୍ରଦାନ କରି ଆମର ସକ୍ଷମତାକୁ ଆହୁରି ତ୍ୱରାନ୍ୱିତ କରିବ ।”


Share It

Comments are closed.