ଏକ ସୁଖଦ ଜୀବନ ପାଇଁ ଆପଣାନ୍ତୁ ଏହିସବୁ ବାସ୍ତୁ ନିୟମ

ଦୈନନ୍ଦିନ ଜୀବନରେ ବାସ୍ତୁର ଅନେକ ମହତ୍ୱ ରହିଛି । ଆପଣ ଯଦି ଏକ ସୁଖଦ ଏବଂ ଶାନ୍ତିପୂର୍ଣ୍ଣ ଜୀବନର ଅଭିଳାଷା ରଖିଥାନ୍ତି ତେବେ ବାସ୍ତୁର ଏହି ନିୟମ ଗୁଡ଼ିକୁ ନିଶ୍ଚିତ ରୂପେ ପାଳନ କରନ୍ତୁ ।


ଦୈନନ୍ଦିନ ଜୀବନରେ ବାସ୍ତୁର ଅନେକ ମହତ୍ୱ ରହିଛି । ଆପଣ ଯଦି ଏକ ସୁଖଦ ଏବଂ ଶାନ୍ତିପୂର୍ଣ୍ଣ ଜୀବନର ଅଭିଳାଷା ରଖିଥାନ୍ତି ତେବେ ବାସ୍ତୁର ଏହି ନିୟମ ଗୁଡ଼ିକୁ ନିଶ୍ଚିତ ରୂପେ ପାଳନ କରନ୍ତୁ । ଦେଖିବେ ଜୀବନରେ ଶାନ୍ତି ପୁଣି ଫେରିଆସିବ ।
• ଗୃହର ଲିଭିଙ୍ଗ ରୁମରେ ପାରିବାରିକ ହସମୁଖ ଫଟୋ ଲଗାଇବା ଉଚିତ । ଏହାର ଦକ୍ଷିଣ-ପୂର୍ବ କୋଣରେ ଏକ ଫିସ ଆକ୍ୱାରିୟମ ରଖିବା ମଧ୍ୟ ଶୁଭକର । ଲିଭିଙ୍ଗ ରୁମର ଦକ୍ଷିଣ ଭାଗରେ ଉଜ୍ଜ୍ୱଳ ସୂର୍ଯ୍ୟଙ୍କର ଏକ ଛବି ରହିବା ଉଚିତ ।
• ଘରର ଝରକା ଗୁଡ଼ିକ ସବୁବେଳେ ବାହାରକୁ ଖୋଲାଯିବା ଉଚିତ । ନିଜର ଶୋଇବା କୋଠରୀକୁ ଏପରି ବ୍ୟବସ୍ଥିତ କରାନ୍ତୁ ଯେପରିକି ପବନର ପ୍ରବାହ ଦକ୍ଷିଣ ରୁ ପଶ୍ଚିମ ରହୁଥିବ ।
• ଘରର ଆସବାପତ୍ର ଗୁଡ଼ିକ ଗୋଲାକୃତି, ବର୍ଗାକୃତି କିମ୍ବା ଅଷ୍ଟଭୁଜ ଆକୃତି ଭଳି ହେବା ଉଚିତ । ଘରେ ସର୍ବାଧିକ ୫ଟି କବାଟ ରହିବା ଆବଶ୍ୟକ ।
• ଦର୍ପଣର ଡାହାଣ ପାଶ୍ୱର୍ରେ କେତେକ ଦେବାଦେବୀଙ୍କ ମୁର୍ତ୍ତି ରଖିବା ଦ୍ୱାରା ଆପଣଙ୍କର ଆର୍ଥିକ ଉନ୍ନତି ହୋଇଥାଏ । ଘରର ମୁଖ୍ୟ ଦ୍ୱାର ସବୁବେଳେ ଅନ୍ୟ ପ୍ରବେଶ ସ୍ଥଳୀ ଗୁଡ଼ିକ ଠାରୁ ବଡ଼ ହେବା ଉଚିତ । ମୁଖ୍ୟ ଦ୍ୱାରରେ ଗଜଲକ୍ଷ୍ମୀଙ୍କ ଛବି ରହିବା ଶୁଭଙ୍କର ।
• ସମସ୍ତ ଇଲେକ୍ଟ୍ରିକାଲ / ଉଷ୍ମତା ସୃଷ୍ଟି କରୁଥିବା ଉପକରଣ ଗୁଡ଼ିକୁ ଘରର ଦକ୍ଷିଣ-ପୂର୍ବ କୋଣରେ ରଖିବା ଆବଶ୍ୟକ । ରୋଷେଇ ଘର, ଶୌଚାଳୟ ଏବଂ ପ୍ରାର୍ଥନା ସ୍ଥଳୀ କେବେ ମଧ୍ୟ ସଂଲଗ୍ନ ହୋଇ ରହିବା ଉଚିତ ନୁହେଁ ।
• ଘରେ କୌଣସି ପ୍ରକାରର କଣ୍ଟା ଜାତୀୟ ଉଦ୍ଭିଦ ରଖନ୍ତୁ ନାହିଁ ବରଂ ଏହାକୁ ଘରର ପରିସୀମା ବାହାରେ ଲଗାଇବା ଭଲ ।
• ଟଙ୍କା ନେବା ସମୟରେ କେବେ ମଧ୍ୟ ଦୁଇଟି ଆଙ୍ଗୁଳୀରେ ଦିଅନ୍ତୁ ନାହିଁ କିମ୍ବା ନିଅନ୍ତୁ ନାହିଁ । କାରଣ ଏପରି କରିବା ଆପଣଙ୍କ ଆର୍ଥକ ଉନ୍ନତିରେ ବାଧା ସୃଷ୍ଟି କରିଥାଏ ।


Share It

Comments are closed.