ସାମସଙ୍ଗ ପକ୍ଷରୁ ଭାରତରେ ଏହାର ନୂତନ ହେଡଫୋନର ଶୁଭାରମ୍ଭ


ଭୁବନେଶ୍ୱର: ଭାରତର ସର୍ବାଧିକ ବିଶ୍ୱସ୍ତ ଉପଭୋକ୍ତା ଇଲେକ୍ଟ୍ରାନିକ ଏବଂ ମୋବାଇଲ ବ୍ରାଣ୍ଡ ସାମସଙ୍ଗ ଇଣ୍ଡିଆ, ଭାରତରେ ଆଜି ଏହାର ପୁରସ୍କାର ପ୍ରାପ୍ତ ଆଗଧାଡ଼ିର ଅଡିଓ ବ୍ରାଣ୍ଡ ଏକେଜିର ଶୁଭାରମ୍ଭ କରିଛି । ସାମସଙ୍ଗର ଏକ ବ୍ରାଣ୍ଡ ଭାବେ ଏକେଜି ଅଧିନରେ କମ୍ପାନୀ ପକ୍ଷରୁ ଚାରୋଟି ୱାୟରଲେସ ହେଡଫୋନ ଯଥା ୱାଇ୧୦୦, ୱାଇ୫୦୦, ଏନ୨୦୦ ଏବଂ ଏନ୭୦୦ଏନସି ଏମ୨ର ଶୁଭାରମ୍ଭ କରାଯାଇଛି । ଏକ ପ୍ରିମିୟମ ଅଡିଓ ବ୍ରାଣ୍ଡ ଭାବେ ଏକେଜିର ୭୨ ବର୍ଷ ପୁରୁଣା ଆଧିପତ୍ୟ ରହିଥିବା ବେଳେ ଏହା ସମ୍ମାନଜନକ ଟେକ୍ନିକାଲ ଗ୍ରାମୀ ଆୱାର୍ଡ ସମେତ ଏକାଧିକ ଟେକ୍ନିକାଲ ଏବଂ ଡିଜାଇନ ଆୱାର୍ଡ ମଧ୍ୟ ପାଇଛି । ଏକେଜି ଏହାର ସ୍ପଷ୍ଟ ତଥା ପରିଷ୍କାର ଶବ୍ଦ ଏବଂ ପ୍ରଶଂସନୀୟ ଡିଜାଇନ ପାଇଁ ପୁରା ସଂଗୀତ ପ୍ରଶଂସକଙ୍କ ଜଗତରେ ଆଦୃତ ହୋଇ ପାରିଛି । ଏହି ନୂଆ ଏକେଜି ହେଡଫୋନ ଗୁଡ଼ିକ ଉଭୟ କାଜୁଆଲ ସଂଙ୍ଗୀତ ଶୁଣାଳୀ ଏବଂ ଅଡିଓଫାଇଲ ପାଇଁ ଏକ ସୀମାହୀନ ଅନୁଭୁତି ନେଇ ଆସିଛି । “ସାମସଙ୍ଗ ତରଫରୁ ଏହି ନୂତନ ଆକର୍ଷଣୀୟ ହେଡଫୋନ ଗୁଡ଼ିକ ନେଇ ଆସି ଆମେ ଅତ୍ୟନ୍ତ ଗର୍ବିତ ।

ଗ୍ରାହକ ମାନଙ୍କୁ ଉନ୍ନତ ସଂଗୀତ ଅନୁଭୂତି ପ୍ରଦାନ କରୁଥିବା ଏହି ହେଡଫୋନ ଗୁଡ଼ିକ ସାମସଙ୍ଗର “ଡୁ ହ୍ୱାଟ ୟୁ କ୍ୟାଣ୍ଟ” ଦର୍ଶନକୁ ପ୍ରତିଫଳିତ କରାଏ । ଆମେ ନିଶ୍ଚିତ ଯେ ଏହି ଏକେଜି ହେଡଫୋନ ଗୁଡ଼ିକ ଆମର ଉପଭୋକ୍ତାମାନଙ୍କ ପାଇଁ ଆନନ୍ଦଦାୟକ ହେବ ।” ବୋଲି ସାମସଙ୍ଗ ଇଣ୍ଡିଆ ମୋବାଇଲ ବିଜନେସ ନିର୍ଦ୍ଦେଶକ ଶ୍ରୀ ଆଦିତ୍ୟ ବାବର କହିଛନ୍ତି । ଉନ୍ନତ ମ୍ୟାଟେରିୟଲ, ବାସ୍ତବିକ ପ୍ରମିୟମ ଲୁକ ଓ ଟ୍ୟାଙ୍ଗଲ-ଫ୍ରି ଫ୍ୟାବ୍ରିକରେ ପ୍ରସ୍ତୁତ ଏକେଜି ଏନ୨୦୦ ଆପ୍ଟ-ଏକ୍ସ ଜ୍ଞାନକୌଶଳ ସହ ଏଏସି କୋଡସେକ୍ ସ୍ପଷ୍ଟ ତଥା ପରିଷ୍କାର ଅଡିଓ ଅନୁଭୂତି ପ୍ରଦାନ କରୁଥିବା ବେଳେ ଏହାର ୮ଘଣ୍ଟାର ପ୍ଳେବ୍ୟାକ ବ୍ୟାଟେରୀ, ଦ୍ରୁତ ଚାର୍ଜିଙ୍ଗ ବେିଶିଷ୍ଟ୍ୟ କେବଳ ୧୦ ମିନିଟର ଚାର୍ଜିଙ୍ଗରେ ସମ୍ପୂର୍ଣ୍ଣ ଗୋଟିଏ ଘଣ୍ଟା ପର୍ଯ୍ୟନ୍ତ ଶୁଣିବାର ସୁବିଧା ପ୍ରଦାନ କରେ ।

ସେହିଭଳି ଏକେଜି ୭୦୦ଏନସି ଏମ୨ ଏକ ଫ୍ଲାଗସିପ ହେଡଫୋନ ଯାହାକି ଷ୍ଟେଟ-ଅଫ-ସି-ଆର୍ଟ ଆଡପ୍ଟିଭ ନଏଜ କ୍ୟାନ୍ସଲିଙ୍ଗ ଜ୍ଞାନକୌଶଳ ସମେତ ଉଜ୍ଜ୍ୱଳ ଏବଂ ଆକର୍ଷଣୀୟ ଡିଜାଇନରେ ପ୍ରସ୍ତୁତ ହୋଇଥିବା ବେଳେ ଏକେଜି ଏନ୭୦୦ ଏମ୨ ଦୀର୍ଘସ୍ଥାୟୀ ବ୍ୟାଟେରୀ ସହ ଆସିଛି ଯାହାକି ୨୩ ଘଣ୍ଟାର ପ୍ଲେବ୍ୟାକ ସମେତ ବ୍ଳୁଟୁଥ ଏବଂ ନଏଜ କ୍ୟାନ୍ସଲେସନ ଯୋଗାଇଥାଏ । ଆକର୍ଷଣୀୟ ରଙ୍ଗ ବିକଳ୍ପ, ଉନ୍ନତ ବ୍ୟାଟେରୀ ଲାଇଫ ସମେତ ଏକେଜିର ବାଣିଜ୍ୟ ଅଗ୍ରଣୀ ଅଡିଓ ଜ୍ଞାନକୌଶଳରେ ପ୍ରସ୍ତୁତ ଏହି ଏକେଜି ୱାଇ୫୦୦ ଏବଂ ୱାଇ୧୦୦ ହେଡଫୋନ ଗୁଡ଼ିକ ଆପଣଙ୍କୁ ସଂଗୀତକୁ ଏକ ନୂଆ ଢ଼ଙ୍ଗରେ ଶୁଣିବାର ଅନୁଭୂତି ପ୍ରଦାନ କରେ । ଏକେଜି ୱାଇ୫୦୦ର ମୂଲ୍ୟ ମାତ୍ର ଟ.୬,୯୯୯, ଉଭୟ ଏକେଜି ଏନ୨୦୦ର ଓ ଏକେଜି ୱାଇ୫୦୦ର ମୂଲ୍ୟ ମାତ୍ର ଟ.୯,୯୯୯ ଏବଂ ଏକେଜି ଏନ୭୦୦ଏନସି ଏମ୨ ମାତ୍ର ଟ.୨୬,୯୯୯ ରହିଥିବା ବେଳେ ଏଗୁଡ଼ିକ ସାମସଙ୍ଗ ଇ-ଷ୍ଟୋର, ସ୍ୱତନ୍ତ୍ର ଆଉଟଲେଟ ଏବଂ ସମସ୍ତ ଅଗ୍ରଣୀ ରିଟେଲ ଗୁଡ଼ିକରେ ଉପଲବ୍ଧ ହେବ । ଏପରିକି ଏଗୁଡ଼ିକ ସ୍ୱଳ୍ପ ସମୟ ପାଇଁ ଅଗ୍ରଣୀ ଅନଲାଇନ ପୋର୍ଟାଲ ଗୁଡ଼ିକରେ ମଧ୍ୟ ଉପଲବ୍ଧ ହେବ ।


Share It

Comments are closed.