ସଲମାନଙ୍କୁ ହତ୍ୟା ଧମକ ଦେଲେ ଦୁବୃର୍ତ୍ତ, ଫଟୋ ଭାଇରାଲ


ବଲିଉଡର ଭାଇଜାନ ତଥା ଦବଙ୍ଗ ଖାନ ସଲମାନ ଖାନଙ୍କୁ ପୁଣି ଥରେ କେହି ଜଣେ ଜୀବନରୁ ମାରି ଦେବା ପାଇଁ ଧମକ ଦେଇଛନ୍ତି । ଏକ ଛାତ୍ର ସଂଗଠନର ସୋସିଆଲ ମିଡିଆ ଗ୍ରୁପ ମାଧ୍ୟମରେ ସଲମାନଙ୍କୁ ଏହି ଧମକ ଦିଆଯାଇଛି । ପ୍ରକାଶ ଥାଉକି, ସାଲମାନ ଯୋଧପୁର କୋର୍ଟରେ ନିଜ ଏକ ମାମଲାର ଶୁଣାଣୀ ପାଇଁ ହାଜର ହେବାକୁ ଥିବାବେଳେ ଏହି ମଧ୍ୟରେ ସଲମାନଙ୍କୁ ଦିଆଯାଇଥିବା ହତ୍ୟା ଧମକ ପୋଲିସ ଏବଂ ପ୍ରଶାସନକୁ ସଜାଗ କରିଦେଇଛି ।
ସଲମାନଙ୍କୁ ଫେସବୁକରେ ‘ସେଫୁ’ (ଷ୍ଟୁଡେଣ୍ଟ ଅର୍ଗାନାଇଜେସନ ଅଫ ପଞ୍ଜାବ ୟୁନିଭର୍ସିଟି) ନାମକ ଏକ ଗ୍ରୁପ ଜରିଆରେ ସାର୍ପ ସୁଟର ନାମକ ଏକ ଆକାଉଣ୍ଟରେ ଏହି ଧମକପୂର୍ଣ୍ଣ ବାର୍ତ୍ତା ସେୟାର କରାଯାଇଛି । ଏହି ପୋଷ୍ଟର ଏକ ସ୍କ୍ରିନସଟ ସୋସିଆଳ ମିଡିଆରେ ଖୁବ ଜୋରସେ ଭାଇରାଲ ହେଇଥିବା ଅନ୍ୟପଟେ ସଲମାନଙ୍କ ପ୍ରଶଂସକମାନେ ଏହାକୁ ନେଇ ନିଜ କ୍ରୋଧ ଜାହିର କରିଛନ୍ତି ।

ଆସାମୀ ଧମକପୂଣ୍ଣ ର୍ ବାର୍ତ୍ତା ଦେଇ ଏହା ଲେଖିଛି ଯେ, “ଭାବି ନେ ସଲମାନ ତୁ ଭାରତୀୟ ଆଇନ ଫାଶରୁ ବଞ୍ôଚଯାଇପାରିବୁ କିନ୍ତୁ ବିଶ୍ରୋଇ ସମାଜ ଏବଂ ସପୁ ପାର୍ଟିର ଆଇନ ଅନୁଯାୟୀ ତୁମକୁ ମୃତ୍ୟ ଦଣ୍ଡ ଶୁଣାଯାଇଛି । ” ଏହି ବାର୍ତ୍ତା ସହିତ ସଲମାନଙ୍କ ଏକ ଫଟୋକୁ ମଧ୍ୟ ସେୟାର କରାଯାଇଛି, ଯେଉଁଥିରେ ତାଙ୍କ ଫଟୋରେ ନାଲି ରଙ୍ଗର ଏକ କ୍ରିସ ଚିହ୍ନ ମଧ୍ୟ ଦିଆଯାଇଛି ।
ପ୍ରକାଶ ଥାଉକି, ସଲମାନ କଳାସାର ମୃଗ ଶୀକାର ମାମଲାରେ ୨୭ ସେପ୍ଟେମ୍ବରରେ ଯୋଧପୁର କୋର୍ଟରେ ହାଜର ହେବାକୁ ଥିବାବେଳେ ଏହି ମଧ୍ୟରେ ସଲମାନଙ୍କୁ ଦିଆଯାଇଥିବା ହତ୍ୟା ଧମକ ପୋଲିସ ଏବଂ ପ୍ରଶାସନ ପାଇଁ ଚିନ୍ତାର କାରଣ ସାଜିଛି ।


Share It

Comments are closed.