ହ୍ରଦରେ ମଣିଷ ଋପି ମାଛ ପହଁରୁଥିବାର ଭିଡିଓ ହେଲା ଭାଇରାଲ


ବେଳେବେଳେ ଆମର ଆମନା ସାମନି ଏଭଳି କେତେକ ଜୀବନ ସହ ହୋଇଯାଇଥାଏ, ଯାହାକୁ ଦେଖି ମଧ୍ୟ ଆମେ ନିଜ ଆଖି ଉପରେ ବିଶ୍ୱାସ କରିପାରି ନଥାଉ । ଠିକ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଚୀନ ଏକ ଗାଁରେ । ଗୋଟିଏ ହ୍ରଦରେ ମଣିଷ ରୂପି ଏକ ମାଛ ପହଁରୁଥିବାର ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହାକୁ ଯିଏକି ବି ଦେଖିଲା ସିଏ ଆଶ୍ଚର୍ଯ୍ୟଚକିତ ହୋଇଗଲା । ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଲା ଭଳି ଏକ ମାଛର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରସେ ଭାଇରାଲ ହେବାରେ ଲାଗିଛି ।

ମିଳିଥିବା ସୂଚନା ମୁତାବକ, ଏହି ମଣିଷ ରୂପି ଦେଖାଯାଉଥିବା ଏହି ମାଛର ଭିଡିଓ ଜଣେ ମହିଳା ନିଜ କ୍ୟାମେରାରେ କଏଦ କରି ଦେଇଥିବାବେଳେ ଏହାକୁ ଚୀନର ମିୟାଓ ଗ୍ରାମସ୍ଥିତ ଏକ ହ୍ରଦରେ ଦେଖିବାକୁ ମିଳିଥିଲା । ଭିଡିଓରେ ଆପଣ ସ୍ପଷ୍ଟ ରୂପେ ଦେଖିପାରିବେ ଯେ, ମାଛଟି ପହଁରି ନଦୀ କୂଳକୁ ଆସୁଛି ଏବଂ ସେଠାରେ କିଛି ଖାଇବା ପାଇଁ ଚେଷ୍ଟା କରୁଛି ।
ଟ୍ୱିଟରେ ସେୟାର କରାଯାଇଥିବା ୧୪ ସେକେଣ୍ଡର ଏହି ଭିଡିଓଟିକୁ ବର୍ତ୍ତମାନ ସୁଧା ଲକ୍ଷାଧିକ ଲୋକେ ଏହାକୁ ଦେଖିସାରିଥିବାବେଳେ ଏହାକୁ ଅନେକ ସେୟାର ମଧ୍ୟ କରିବାକୁ ଲାଗିଲେଣି । ଅନେକ ଏହାକୁ ଭୟଙ୍କର ମାଛ କହି ପ୍ରତିକ୍ରିୟା ଦେଉଥିବାବେଳେ ଅନେକ ଏହାକୁ ଏଡିଟିଙ୍ଗ ଭିଡିଓ କହି ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି


Share It

Comments are closed.