ଆମନା ସାମନି ଧକ୍କା ହେଲେ ଦୁଇଟି ଟ୍ରେନ, ୩୦ ଉର୍ଦ୍ଧ ଆହତ


ହାଇଦ୍ରାବାଦରେ ସୋମବାର ଦିନ ଏକ ବଡ ରେଳ ଦୁର୍ଘଟଣା ଘଟିଯାଇଛି । କଚେଗୁଡା ଷ୍ଟେସନ ନିକଟରେ ଦୁଇଟି ଟ୍ରେନ କୋଙ୍ଗୁ ଏକ୍ସପ୍ରେସ ଏବଂ ମଲ୍ଟି-ମଡଲ ଟ୍ରାନ୍ସପୋର୍ଟ ସିଷ୍ଟମ ପରସ୍ପର ସହ ସାମନା ସାମନି ଧକ୍କା ଖାଇବା ଫଳରେ ୩୦ରୁ ଉଦ୍ଧ୍ୱର୍ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାରେ କେତେକ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି ତାହାର ସଠିକ ସୂଚନା ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନଥିବାବେଳେ ଆହତଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଜରୁରୀକାଳୀନ ଚିକିତ୍ସା ପାଇଁ ଭର୍ତ୍ତି କରାଇ ଦିଆଯାଇଛି ।

ଦୁର୍ଘଟଣା ପରେ ରେଳ ବିଭାଗ, ସ୍ଥାନୀୟ ପ୍ରଶାସନ, ପୋଲିସ ଏବଂ ଉଦ୍ଧାରକାରୀ ଦଳ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଯାଇଛି ।


Share It

Comments are closed.