ବିଚ ରାସ୍ତାରେ ଉତ୍ତମ ମଧ୍ୟମ ଛେଚା ଖାଇ ସାବାଡ ହେଲା ରୋଡ ରୋମିଓ


ୟୁପିର କାନପୁରରେ ମଙ୍ଗଳବାର ଦିନ ଜଣେ ରୋଡ ରୋମିଓ ମହିଳାଙ୍କୁ ଅସଧାଚରଣ କରିବା ଅଭିଯୋଗରେ ବିଚ ରାସ୍ତାରେ ପୋଲିସ ଠାରୁ ଉତ୍ତମ ମଧ୍ୟମ ଛେଚା ଖାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଉକ୍ତ ରୋମିଓ ଜଣକ ସ୍କୁଲ ଯାତାୟତ କରୁଥିବା ନାବାଳିକଙ୍କୁ ଅସଧାଚରଣ କରୁଥିଲେ, ଯେଉଁଥିପାଇଁ ପୋଲିସ ତାଙ୍କୁ ବିଚ ରାସ୍ତାରେ ଉତ୍ତମ ମଧ୍ୟ ଛେଚୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।
ମିଳିଥିବା ସୂଚନା ମୁତାବକ, ଉକ୍ତ ଯୁବକ ଜଣକ ମହିଳା ମହାବିଦ୍ୟାଳୟ ସହ ଲାଗି ରହିଥିବା ଛାତ୍ରୀବାସ ନିକଟରେ ଠିଆ ହୋଇ ସେଠାରେ ଯାତାୟତ କରୁଥିବା ଛାତ୍ରୀମାନଙ୍କୁ ଅସଧାଚରଣ ଏବଂ କମେଣ୍ଟ ପାସ କରୁଥିବାବେଳେ ହଠାତ ଆଣ୍ଟି ରୋମିଓ ସ୍କ୍ୱାଡର ଜଣେ ମହିଳା କନେଷ୍ଟବଳଙ୍କ ହାବୁଡରେ ପଡିଯାଇଥିଲେ । ଏହା ପରେ ମହିଳା କନେଷ୍ଟବଳ ଜଣକ ଉକ୍ତ ରୋଡ ରୋମିଓଙ୍କୁ ବିଚ ରାସ୍ତାରେ ନିର୍ଧୁମ ଛେଛିଲେ । କେବଳ ଏତିକି ନୁହେଁ ମହିଳା କନେଷ୍ଟବଳ ଜଣକ ନିଜ ଗୋଡରୁ ଯୋତା ବାହାର କରି ସେଥିରେ ମଧ୍ୟ ଉକ୍ତ ରୋଡ ରୋମିଓଙ୍କୁ ଖୁବ ଛେଛିଲେ । ଏହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବାବେଳେ ସେ ଏହି ଭିଡିଓରେ ୩୩ ସେକେଣ୍ଡରେ ୨୬ ଥର ମାରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଉକ୍ତ ଯୁବକ ବିରୋଧରେ ଧାରା ୨୯୪ ଅଧିନରେ ଏକ ମାମଲା ରୁଜୁ କରାଯାଇଛି ।


Share It

Comments are closed.