ଫାଶୀ ପାଇଁ ବ୍ୟବହୃତ ହେଉଥିବା ଦଉଡି ପଛର କାହାଣୀ


ବର୍ତ୍ତମାନ ସମାଜରେ ଚାଲିଥିବା ଅପାରାଧିକ କାର୍ଯ୍ୟକଳାପ ପାଇଁ ସବୁ ମହଲରୁ ଦୋଷୀଙ୍କୁ ଫାଶୀ ଦଣ୍ଡ ହେଉ ବୋଲି ସ୍ୱର ଉଠୁଥିବାବେଳେ ଉକ୍ତ ପ୍ରକ୍ରିୟା ପାଇଁ ଅନେକ ଗୁଡିଏ ବିଷୟ ଉପରେ ବିଶେଷ ଦଷ୍ଟି ଦେବାକୁ ପଡିଥାଏ । ଯେପରି କେଉଁ ପରିସ୍ଥିତରେ ଦୋଷୀଙ୍କୁ ଫାଶୀ ଦିଆଗଲା, ଫାଶୀ ଦେବାର ସ୍ଥାନ, ଫାଶୀ ଦେବାର ସମୟ, କେଉଁ ବ୍ୟକ୍ତି ଫାଶୀ ଦେବେ (ଜହ୍ଲାଦ), ଏହା ଛଡା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଫାଶୀରେ ବ୍ୟବହୃତ ହେଉଥିବା ଦଉଡି । ଏହା ଏକ ସାମାନ୍ୟ ଦୈଡି ଭଳି ଦେଖାଯାଉଥିଲେ ମଧ୍ୟ ଏହାର ତିଆର ପଛର କାହାଣୀ କିଛି ନିଆରା । ହାଇଦ୍ରାବାଦ ଗଣଦୁଷ୍କର୍ମ ମାମଲା ପରେ ସବୁ କ୍ଷେତ୍ରରେ ମହିଳା ସୁରକ୍ଷାକୁ ଚିନ୍ତା ପ୍ରକଟ କରାଯାଉଥିବାବେଳେ ସାରା ଦେଶ ବର୍ତ୍ତମାନ ସରକାରଙ୍କ ଠାରୁ ମହିଳା ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ କଠୋରରୁ କଠୋର ଆଇନ ଲାଗୁ କରିବାକୁ ଦାବୀ କରୁଛନ୍ତି । ଜଗା ଜଗାରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଦୁଷ୍କର୍ମ କରିଥିବା ସମସ୍ତ ନରରାକ୍ଷାସଙ୍କୁ ଫାଶୀ ଦଣ୍ଡାଦେଶ ଦେବା ଦାବୀ କରାଯାଉଛି । ତେବେ ସରକାର ଲୋକଙ୍କ ଦାବୀକୁ କେତେ ଗ୍ରହଣ କରୁଛନ୍ତି, ତାହା ତ ସମୟ କହିବ ।
ତେବେ ଆସନ୍ତୁ ବର୍ତ୍ତମାନ ସେହି ଫାଶୀର ଫନ୍ଦା ସଂପର୍କରେ ଜାଣିବା, ଯାହା ଦ୍ୱାରା ଦୁଷ୍କର୍ମକାରୀ ନରରାକ୍ଷାସଙ୍କୁ ସେମାନଙ୍କ କୁକର୍ମର ଉଚିତ ଶାସ୍ତି ଦିଆଯାଏ । କେଉଁଠାରେ ଏବଂ କିପରି ଏହି ଫାଶୀର ଫନ୍ଦା ପ୍ରସ୍ତୁତ ହୁଏ ? ଏବଂ କିଏ ଏହାକୁ ପ୍ରସ୍ତୁତ କରେ ? ।
୧. ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ, ସାରା ଦେଶ ଫାଶୀ ପାଇଁ ଦଉଡି ବିହାରର ବକ୍କର ସେଣ୍ଟ୍ରାଲ ଜେଲରେ ପ୍ରସ୍ତୁତ କରାଯାଏ ।
୨. ଫାଶୀ ପ୍ରସ୍ତୁତି ପାଇଁ ମନିଲା ଦଉଡିର ବ୍ୟବହାର କରାଯାଏ ।
୩. ଏହି ବ୍ୟବସ୍ଥା ଇଂରେଜ ଶାସନ ଅମଳରୁ ଚାଲି ଆସୁଛି ।
୪. ମନିଲା ଦଉଡି ପ୍ରସ୍ତୁତ କରିବା ପାଇଁ ୧୭୨ଟି ସୂତାକୁ ଏକାଠି ମେସିନରେ ଏକ ଶକ୍ତ ଦଉଡି ପ୍ରସ୍ତୁତ କରାଯାଇଥାଏ ।
୫. ଶକ୍ତ ଦଉଡିକୁ ପ୍ରସ୍ତୁତ କରିବା ପାଇଁ ଜି-୩୪ ଭଳି ବିଭିନ୍ନ ପ୍ରକାରର ଦୈଡିର ପ୍ରୟୋଗ କରାଯାଏ ।
୬. ଦଉଡିକୁ ନରମ କରିବା ପାଇଁ ତାକୁ ରାତି ପାଣିରେ ବୁଡାଯାଏ । ଯାହା ଦ୍ୱାରା ଦଉଡିଟି ଖୁବ ମଜବୁତ ହୋଇଯାଇଥାଏ ।
୭. ଏହା ପରେ ତିନୋଟି ଦଉଡିକୁ ମେସିନରେ ଘୂରାଇ ତାକୁ ମୋଟ କରି ପ୍ରସ୍ତୁତ କରାଯାଏ ।
୮. ଗୋଟିଏ ଫାଶୀ ଦଉଡିକୁ ପ୍ରସ୍ତୁତ କରିବା ପାଇଁ ୨୦ ମିଟର ଲମ୍ବା ଦଉଡି ପ୍ରସ୍ତୁତ କରାଯାଏ ।
୯. ବକ୍କର ପୂର୍ବରୁ ଫାଶୀ ଦଉଡି ଫିଲିଫାଇନ୍ସର ରାଜଧାନୀ ମନିଲାରେ ପ୍ରସ୍ତୁତ କରାଯାଉଥିଲା । ଯେଉଁଥିପାଇଁ ତାହାର ନାମ ମନିଲା ଦଉଡି ରଖାଯାଇଛି ।
୧୦. ଇଂରେଜଙ୍କ ସମୟରୁ ବକ୍ସର ଜେଲର କଏଦୀ ଫାଶୀ ଦଉଡି ପ୍ରସ୍ତୁତ କରି ଆସୁଛନ୍ତି ।
୧୧. ବକ୍ସର ଜେଲରେ ସଜା କାଟୁଥିବା କଏଦୀଙ୍କୁ ଫାଶୀ ଦଉଡି ପ୍ରସ୍ତୁତ କରିବା ପାଇଁ ପ୍ରଶିକ୍ଷଣ ଦିଆଯାଏ ।
୧୨. ଫୁଣି ପୁରୁଣା କଏଦୀ ନୂଆ କଏଦୀଙ୍କୁ ଏହି ପ୍ରଶିକ୍ଷଣ ଦିଅନ୍ତି ।


Share It

Comments are closed.