୫୦ ବର୍ଷ ଅତିକ୍ରାନ୍ତ ହେବା ପରେ ଏପରି ନିଅନ୍ତୁ ନିଜ ଖାଦ୍ୟପେୟର ଧ୍ୟାନ, ବଡ଼ରୁ ବଡ଼ ରୋଗକୁ ମଧ୍ୟ ଦେଇପାରିବେ ମାତ


ବୟସ ବଢ଼ିବା ସହିତ ଆମଠାରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ମଧ୍ୟ ବଢ଼ିବାରେ ଲାଗିଥାଏ । ଏମିତିରେ ଆମେ ନିଜର ଖାଦ୍ୟାଭ୍ୟାସର ଧ୍ୟାନ ନ ରଖିଲେ ଅନେକ ପ୍ରକାରର ରୋଗକୁ ଆମନ୍ତ୍ରିତ କରିଥାଉ । ୫୦ ବର୍ଷ ଅତିକ୍ରମ କରିବା ପରେ ଧଳା ଚାଉଳ ପରିବର୍ତ୍ତେ ଧୂସର ଚାଉଳ ଖାଇବା ଲାଭଦାୟକ ହୋଇଥାଏ । ଏମିତି ଭୋଜନ ନେବା ଦରକାର ଯେଉଁଥିରେ ଫାଇବର ମାତ୍ରା ଅଧିକ ଥିବ । ଆପଣ ଗହମ, ବାଜରା ଏବଂ ମକ୍କା ଆଦିର ମିଶ୍ରଣ ଯୁକ୍ତ ରୁଟି ଖାଆନ୍ତୁ । ଏହାଦ୍ୱାରା ଆପଣଙ୍କ ପାଚନ ପ୍ରକ୍ରିୟା ଭଲ ରହିବ ।
ବୟସ କମିବା ସହିତ ଅଧିକ ତେଲ ମସଲାଯୁକ୍ତ ଖାଦ୍ୟଠୁ ଦୂରେଇ ରହିବା ଭଲ । ଯେତେ ସମ୍ଭବ ହାଲକା ଆହାର ନେବା ଦରକାର । ୫୦ ବର୍ଷ ହେବା ପରେ ଏଲଜାଇମରର ଆଶଙ୍କା ବଢ଼ିଯାଇଥାଏ । ହୃଦରୋଗ ଏବଂ ମଧୁମେହଠାରୁ ଆରମ୍ଭ କରି ଅନେକ ପ୍ରକାରର ରୋଗ ଘେରିବାକୁ ଲାଗିଥାନ୍ତି । ଏମିତିରେ ଆପଣ ନିଜ ଡାଏଟରେ ଆଭୋକାଡୋ, ମଞ୍ଜି, ମାଛ, ଅଲିଭ ତେଲ ଆଦିକୁ ସାମିଲ କରିପାରିବେ ।

ବାର୍ଦ୍ଧକ୍ୟରେ ଆପଣଙ୍କୁ ନିଜ ଭୋକକୁ ଚପାଇବା ଉଚିତ ନୁହେଁ । ଏପରି କରିବା ଦ୍ୱାରା ଆପଣଙ୍କର ମେଟାବୋଲିଜିମ ମନ୍ଥର ହୋଇଯାଇଥାଏ ଏବଂ ଆପଣଙ୍କ ଶରୀରକୁ ଆବଶ୍ୟକୀୟ ଉର୍ଜ୍ଜା ମିଳିପାରିନଥାଏ । ଏହି ସମୟରେ ଡ଼ବାଯୁକ୍ତ ଖାଦ୍ୟ ଯେତେ ସମ୍ଭବ କମ ଖାଆନ୍ତୁ । ଯେତେ ପାରୁଛନ୍ତି ଘର ଖାଦ୍ୟ ଖାଆନ୍ତୁ କାରଣ ବାହାରର ଖାଦ୍ୟ ଏହି ବୟସରେ ଆପଣଙ୍କୁ କ୍ଷତି ପହଞ୍ଚାଇପାରେ ।


Share It

Comments are closed.