ରାସ୍ତା କଡରେ ମା’-ପୁଅର କ୍ରିକେଟ ଖେଳର ଭିଡିଓକୁ ନେଇ ନିଜର ଆବେଗ ପ୍ରକାଶ କଲେ ମହମ୍ମଦ କୈଫ


ସୋସିଆଲ ମିଡିଆରେ କୌଣସି ବି ଭିଡିଓ ଭାଇରାଲ ହୋଇପାରେ । ବେଳେବେଳେ ଭିଡିଓଟି ଏପରି ହୋଇଥାଏ ଯେ, ତାହା ଅନେକଙ୍କ ହୃଦୟକୁ ସ୍ପର୍ଶ ମଧ୍ୟ କରିଥାଏ । ତେବେ ଏଭଳି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ ଜଣେ ତା’ର ଶିଶୁ ସହ ରାସ୍ତା କଡରେ କ୍ରିକେଟ ଖେଳୁଥିବାର ଦେଖିବାକୁ ମିଳୁଛି । ମା’ଟି ବୋଲିଂ କରୁଥିବାବେଳେ ଅନ୍ୟପଟେ ଶିଶୁଟି ବ୍ୟାଟିଙ୍ଗ କରୁଥିବାର ଦେଖିବାକୁ ମିଳୁଛି ।

ଏହି ଭିଡିଓଟି ସମସ୍ତ ମନକୁ ଏତେ ମାତ୍ରାରେ ପ୍ରଭାବିତ କରିଥିଲା ଯେ,ଭାରତୀୟ ଦଳର ପୂର୍ବତ୍ତନ କ୍ରିକେଟର ମହମ୍ମଦ କୈଫ ଏହାକୁ ସେୟାର ନକରି ରହିପାରିଲେ ନାହିଁ । ସେ ଏହି ଭିଡିଓକୁ ସେୟାର କରି ଲେଖିଛନ୍ତି ଯେ, “ମା’ବୋଲିଂ କରୁଛି, ପୁଅ ବ୍ୟାଟିଙ୍ଗ କରୁଛି । ଏମାନଙ୍କ ଗୋଟିଏ ଶବ୍ଦ- ସୁନ୍ଦର” ।ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।


Share It

Comments are closed.