୧୫ ଜାନୁଆରୀକୁ କାହିଁକି ସୈନ୍ୟ ଦିବସ ଋପେ ପାଳନ କରାଯାଏ, ଜାଣନ୍ତୁ


ଦେଶର କୋଣଅନୁକୋଣରେ ଆଜି ଅର୍ଥାତ ୧୫ ଜାନୁଆରୀକୁ ମକର ସଂକ୍ରାନ୍ତୀ ଋପେ ଖୁବ ଧୂମଧାମରେ ପାଳନ କରାଯାଉଥିବାବେଳେ ସମସ୍ତେ ପରସ୍ପରକୁ ଅଭିନନ୍ଦନ ମଧ୍ୟ ଜଣାଉଛନ୍ତି । ରାଶି ଏବଂ ଗୁଡ ମିଶ୍ରିତ ଲଡୁ ସହ ଆକାଶରେ ରଙ୍ଗବେରଙ୍ଗର ଗୁଡି ଉଡାଇ ଖୁବ ଆନନ୍ଦ ଉଲ୍ଲାସରେ ଆଜିର ଦିନକୁ ପାଳନ କରୁଥିବାବେଳେ କିନ୍ତୁ ଆପଣ ଜାଣିଛନ୍ତି କି ୧୫ ଜନୁଆରୀକୁ ଆଉ ଏକ ମହାନ ଦିବସ ଋପେ ମଧ୍ୟ ପାଳନ କରାଯାଏ । ଏହି ଦିନଟିକୁ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଥିବା ବୀର ଯବନାଙ୍କ ଲାଗି ସୈନିକ ଦିବସ ଋପେ ପାଳନ କରାଯାଏ । ଆଜ୍ଞା ହଁ, ପ୍ରତ୍ୟେକ ବର୍ଷ ଆଜିର ଏହି ସୈନ୍ୟ ଦିବସ ଋପେ ପାଳନ କରାଯାଏ ।
ଭାରତୀୟ ସୈନ୍ୟ ଦିବସ ଉପଲକ୍ଷେ ପ୍ରତ୍ୟେକ ବର୍ଷ ଦେଶର ସମସ୍ତ ସେନା ବିଭାଗରେ ଆଜିର ଏହି ଦିନକୁ ପାଳନ କରାଯାଇଥାଏ । ଏଥିରେ ସବୁ ବର୍ଗର ସେନା ସାମିଲ ହୋଇଥାନ୍ତି । ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଥିବା ବୀର ଯବନାଙ୍କ ସମ୍ମାନ ଏବଂ ସଲାମି ଦେବା ପାଇଁ ଆଜିର ଏହି ଦିନକୁ ସେନା ଦିବସ ଋପେ ପାଳନ କରାଯାଏ ।
ଭାରତୀୟ ଆର୍ମି ଜେନେରାଲ କୋଣ୍ଡେଡେରା ମଡପ୍ପା କରିୟପ୍ପା ୧୫ ଜାନିଆରୀ ୧୯୪୯ରେ ବ୍ରିଟିସ ସେନା ଜେନରାଲ ରୟ ବୁଚରଙ୍କ ଉତ୍ତରାଧିକାରୀ ହେବା ସହ ସ୍ୱାଧୀନ ଭାରତର ପ୍ରଥମ କମାଣ୍ଡର-ଇନ-ଚିଫ ଋପେ ନିଯୁକ୍ତି ପାଇଥିଲେ । ସେଥିପାଇଁ ଆଜିର ଏହି ଦିନକୁ ସୈନ୍ୟ ଦିବସ ରୂପେ ପାଳନ କରାଯାଏ ।


Share It

Comments are closed.