ଫଙ୍ଗଲ୍ ଇନଫେକ୍ସନ ଦୂର କରିବାର ଘରୋଇ ଉପାୟ


ସାଧାରଣତଃ ଲୋକଙ୍କ ମୁଣ୍ଡରେ ଫଙ୍ଗଲ ଇନ୍‌ଫେକ୍ସନର ସମସ୍ୟା ଅଧିକ ଦେଖାଦେଇଥାଏ । ଫଙ୍ଗସ ସୃଷ୍ଟି କରୁଥିବା ବ୍ୟାକ୍ଟେରିଆ ମୁଖ୍ୟତଃ ମୌସୁମୀ ସମୟରେ ସୃଷ୍ଟି ହୋଇଥାନ୍ତି ଏବଂ ବର୍ଷା ଋତୁ ପରେ ଶୀତ ଋତୁରେ ମଧ୍ୟ ଏହାର ପ୍ରଭାବ କମ୍ ହୋଇନଥାଏ । ଏହି ସମୟରେ ଲୋକେ ଡ୍ୟାଣ୍ଡ୍ରଫ୍ ବା ରୂପି ସମସ୍ୟା ମଧ୍ୟ ଭୋଗିଥାନ୍ତି । କେଉଁ ଘରୋଇ ସାମଗ୍ରୀଗୁଡିକୁ ବ୍ୟବହାର କରି ଆପଣ ରୂପି ଓ ଫଙ୍ଗଲ ଇନଫେକ୍ସନ ଦୂର କରିପାରିବେ ସେସମ୍ପର୍କରେ ଆମର ଏହି ବିବରଣୀ ।
ବେକିଙ୍ଗ ସୋଡା: ସ୍କାଲ୍‌ପ ଫଙ୍ଗଲ ଇନଫେକ୍ସନ ଦୂର କରିବାରେ ବେକିଙ୍ଗ ସୋଡା ଖୁବ୍ ଉପକାରୀ ହୋଇଥାଏ । ଏହା ଫଙ୍ଗଲର ଗତିବିଧିକୁ କମ୍ କରିଥାଏ । ବେକିଙ୍ଗ ସୋଡାରେ ଅଳ୍ପ ପାଣି ମିଶାଇ ତାହାକୁ ସ୍କାଲ୍‌ପରେ ଅଳ୍ପ ସମୟ ପାଇଁ ମସାଜ କରନ୍ତୁ ଏବଂ ପରେ ସାଧା ପାଣିରେ ତାହାକୁ ଧୋଇ ନିଅନ୍ତୁ ।
ଭିନେଗାର: ଫଙ୍ଗଲ ଇନ୍‌ଫେକ୍ସନ ଦୂର କରିବା ପାଇଁ ଆପଣ ଭିନେଗାରର ମଧ୍ୟ ବ୍ୟବହାର କରିପାରିବେ । ଭିନେଗାର ଇନ୍‌ଫେକ୍ସନ ସୃଷ୍ଟି କରୁଥିବା ମୁଖ୍ୟ ଫଙ୍ଗକ୍ଟଳର ନଷ୍ଟ କରିଥାଏ । ଆପଲ ସାଇଡର ଭିନେଗାରକୁ ପାଣିରେ ମିଶାଇ ତାହାକୁ ଇନ୍‌ଫେକ୍ସନ ହୋଇଥିବା ଅଂଶରେ ଲଗାନ୍ତୁ ।
ଆଲୋଭେରା ଜେଲ୍‌: ମୁଣ୍ଡରେ ହେଉଥିବା ଇନ୍‌ଫେକ୍ସନକୁ ଦୂର କରିବାରେ ଏହା ଖୁବ୍ ଉପଯୋଗୀ ହୋଇଥାଏ । ଏହା ଜ୍ୱଳନ, କୁଣ୍ଡାଇ ହେବା ଓ ଘା’ ହେବାରୁ ମୁକ୍ତି ଦେଇଥାଏ । ଇନ୍‌ଫେକ୍ସନ ହୋଇଥିଲେ କେଶର ମୂଳରେ ଆଲୋଭେରା ଜେଲ୍ ଲଗାଇ ତାହାକୁ ୩୦ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ । ଖୁବ୍‌ଶୀଘ୍ର ଆପଣଙ୍କୁ ଏହି ସମସ୍ୟାରୁ ମୁକ୍ତି ମିଳିବ ।
ଟୀ ଟ୍ରି ଅଏଲ୍‌: ଟୀ ଟ୍ରି ଅଏଲ୍ ଫଙ୍ଗଲ ଇନ୍‌ଫେକ୍ସନକକୁ ମାତ୍ର କିଛି ସମୟରେ ଦୂର କରିଦେଇଥାଏ । ଟୀ ଟ୍ରି ଅଏଲକୁ ଅଲିଭ୍ ଓ ବାଦାମ ତେଲ ସହ ମିଶାଇ ଇନଫେକ୍ସନ ହୋଇଥିବା ସ୍ଥାନରେ ଲଗାନ୍ତୁ ।


Share It

Comments are closed.