ପାକିସ୍ତାନ ପକ୍ଷରୁ ପୁଣି ଅସ୍ତ୍ରବିରତି ଉଲ୍ଲଘଂନ


ଜାମ୍ମୁ-କାଶ୍ମୀରର ବାନ୍ଧିପୁର ଜିଲ୍ଲାର ପନାରର ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମଧ୍ୟରେ ସଂଘର୍ଷଜାରୀ ରହିଛି । ଏହି ସଂଘର୍ଷରେ ଉଭୟ ପାଶ୍ୱର୍ରୁ ଗୁଳି ଚାଳନା ବେଳେ ଜଣେ ଯବାନ ସହିଦ ହୋଇଥିବାବେଳେ ଅପର ପକ୍ଷରେ ଜଣେ ଆତଙ୍କବାଦୀ ନିହିତ ମଧ୍ୟ ହୋଇଛି ।
ଗତ ୬ ଦିନ ହେବ ପାନାର ଜିଲ୍ଲାରେ ସର୍ଚ୍ଚ ଅଭିଯାନ ଜାରି ରହିଛି । ବିଗତ ୬ ଦିନ ମଧ୍ୟରେ ଅନେକ ଥର ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘର୍ଷ ଲାଗି ରହିଥିବାବେଳେ ଆଜି ପୁଣିଥରେ ପ୍ରାତଃ ସମୟରେ ଏହି ଘଟଣା ଘଟିବାର ସୂଚନା ମିଳିଛି ।
ସେହିଭଳି ଇଣ୍ଡୋ-ପାକ ଆନ୍ତର୍ଜାତିକ ସୀମାରେଖା ଉପରେ ବିଏସଏଫର ଯବାନ ସୁରକ୍ଷାଦାୟିତ୍ୱରେ ମୁତୟନ ରହିଥିବାବେଳେ ପାକିସ୍ତାନ ରେଞ୍ଜର ପକ୍ଷରୁ ପକ୍ଷରୁ ଗୁଳିଚାଳନା କରାଯାଇଥିଲା, ଯେଉଁଥିରେ ବିଏସଏଫର ସହାୟକ କମାଣ୍ଡୋଙ୍କ ସମେତ ୩ ଜଣ ଯବାନ ସହିଦ ହୋଇଥିବାବେଳେ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି । ଏହି ଘଟଣାଟି ଗତ ମଙ୍ଗଳବାର ରାତି ସାମ୍ବା ଜିଲ୍ଲା ଅନ୍ତର୍ଗତ ରାମଗଡ ସେକ୍ଟରର ଚାମଲିଆଲ ସୀମାରେ ଥିବା ନାରାୟଣ ପୋଷ୍ଟରେ ଘଟିଥିଲା । ବିଏସଏଫର ଯବାନମାନେ ବଙ୍କର ପାଇଁ ବ୍ୟବହୃତ ହେଉଥିବା ସାମଗ୍ରୀ ନେଇ ଯିବା ସମୟରେ ପାକିସ୍ତାନୀ ରେଞ୍ଜରମାନେ ଅସରଫ ପୋଷ୍ଟରୁ ସ୍ନାପରରୁ ଗୁଳିଚାଳନା କରିଥିଲେ ।
ଏହି ଗୁଳି ଚାଳନାରେ ଏଏସଆଇ ରାମ ନିବାସ ଆହତ ହୋଇଯାଇଥିଲେ । ରାମ ଦାସଙ୍କୁ ସହାୟକ କରିବା ପାଇଁ ଯେତେବେଳେ ସହ କମାଣ୍ଡୋ ଜୀତେନ୍ଦ୍ର ସିଂହ ତାଙ୍କ ସହଯୋଗୀ ଟିମ ସହ ଯାଇକି ପହଞ୍ଚିଥିଲେ ତାଙ୍କୁ ପାକିସ୍ତାନ ରେଞ୍ଜର ଘେରି ଦେଇଥିଲେ । ପରେ ସେମାନଙ୍କ ପକ୍ଷରୁ ଜୋରଦାର ଗୁଳିଚାଳନା କରିଥିଲେ, ଯେଉଁଥିରେ ଜିତିନ୍ଦ୍ରଙ୍କ ସମେତ ତାଙ୍କ ସହଯୋଗୀ ଘଟଣାସ୍ଥଳରେ ହିଁ ଟଳି ପଡିଥିଲେ ।
ଏଥିରେ କମାଣ୍ଡୋ ଜିତେନ୍ଦ୍ର ସିଂହ, ସବ ଇନସ୍ପେକ୍ଟର ରାଜନୀଶ କୁମାର ଏବଂ ସୈନ୍ୟ ହଂସ ରାଜ ସହିଦ ହୋଇଥିବାବେଳେ ରାମ ନିବାସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା ।


Share It

Comments are closed.