କିଏ ଜିତିବ ଫୁଟବଲ ମହାକୁମ୍ଭ ‘ଫିଫା ୱାର୍ଲଡକପ ୨୦୧୮’ ?


ଫିଫା ୱାର୍ଲଡକପର ବିଗୁଲ ବାଜିବା ପାଇଁ ଅଳ୍ପ କିଛି ସମୟ ବାକି ରହିଯାଇଛି । ୩୨ଟି ଟିମ ମଧ୍ୟରେ ଅଧିକାଂଶ ଟିମ ରୁଷରେ ପହଞ୍ଚିସାରିଲେଣି । ଏହି ୱାର୍ଲଡକପରେ ସମସ୍ତ ଟିମ ସେହି ଚିକମିକ କପକୁ ପାଇବା ଆଶାରେ ପଡିଆରେ ଓହ୍ୱାଇବାକୁ ପ୍ରସ୍ତୁତ ଅଛନ୍ତି । ୮ଟି ଗ୍ରୁପରେ ବଣ୍ଟା ହୋଇଥିବା ଟିମ ମଧ୍ୟରେ ସଂଘର୍ଷ ଦେଖିବା ପାଇଁ ମଞ୍ଚ ପ୍ରସ୍ତୁତ ହୋଇକି ରହିଛି । ତେବେ ଆସନ୍ତୁ ଜାଣିବା ବିଶ୍ୱ ଫୁଟବଲ କପରେ ଇତିହାସ ରଚିଥିବା କେତୋଟି ପ୍ରମୁଖ ଦେଶ ସମ୍ବନ୍ଧରେ ।

ବ୍ରାଜିଲ –

ୱାଲର୍ଡ କପରେ ୫ ଥର ଚାମ୍ପିଆନ ହୋଇଥିବା ଏହି ବ୍ରାଜିଲ ଟିମ ସବୁଥର ଭଳି ଏଥର ମଧ୍ୟ ଉନ୍ନତ ପ୍ରଦର୍ଶନ ଦେଖାଇବାର ଅନେକ ସମ୍ଭାବନା ରହିଛି । ଲାଟିନ ଆମେରିକାରେ ସବୁଠାରୁ ଆଗୁଆ କ୍ୱାଲିଫାଏ କରିବାର ଟିମ ମଧ୍ୟରୁ କୋଚ ‘ଟିଟେ’ଙ୍କ ମାର୍ଗଦର୍ଶନରେ ଟିମ ୨୧ ଟାରୁ ୧୭ଟି ମ୍ୟାଚ ଜିତିଛି । ସେହିଭଳି ପ୍ରମୁଖ ଷ୍ଟ୍ରାଇକର ‘ନେମାର’ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଫେରିଛନ୍ତି । ନେମାର କ୍ରୋଆଟିଆ ଏବଂ ଅଷ୍ଟ୍ରେିଆ ବିରୋଧରେ ହୋଇଥିବା ମ୍ୟାଚରେ ଗୋଲ କରି ସେ ଏହା ସାବସ୍ତ୍ୟ କରିଦେଇଛନ୍ତି ଯେ, ଫିଟ ଅଛନ୍ତି ବୋଲି । ସେହ ପରିି ମାଞ୍ଚଷ୍ଟର ୟୁନାଇଟେଡ ପକ୍ଷରୁ ଖେଳୁଥିବା ବ୍ରାଜିଲର ଖେଳାଳୀ ‘ଗାବରିଲି ଜିସୁଏଟ’ ଗୋଲ କରିବାରେ ମଧ୍ୟ ଆଗରେ ରହିଛନ୍ତି । ପୂର୍ବ ଥର ବ୍ରାଜିଲ ସେମି ଫାଇନାଲେ ଜର୍ମାନ ଠାରୁ ୧-୭ରେ ପରାଜିତ ହୋଇ ବିଶ୍ୱକପରୁ ବିଦା ହୋଇଥିବାବେଳେ ଏଥର ସେ ସମ୍ପୂର୍ଣ୍ଣ ଚେଷ୍ଟା କରିବ ବିଶ୍ୱ କପ ହାସଲ କରିବା ପାଇଁ ।

ଜର୍ମାନୀ –

ଡିମ୍ପେନଜିଙ୍ଗ ଚାମ୍ପିଆନ ଜର୍ମାନୀ ଉପରେ ସମସ୍ତଙ୍କ ନଜର ରହିଥିବାବେଳେ ଏଥର ଅଭ୍ୟାସ ମ୍ୟାଚରେ ଟିମ ଭଲ ପ୍ରଦର୍ଶନ କରିବାରେ ଅସମର୍ଥ ରହିଥିଲା । ଏହାର କୋଚ ଜୋଖେମ ଲୁଇ ରହିଛନ୍ତି । ଜର୍ମାନୀ ଅବ୍ୟାସ ମ୍ୟାଚରେ ସାଉଦି ଆରବକୁ ୨-୧ରେ ହରାଇଥିଲେ ମଧ୍ୟ ଟିମ ଏହାର ପୂର୍ବ ମ୍ୟାଚ ଗୁଡିକରେ ସେତେତା ଉନ୍ନତ ପ୍ରଦର୍ଶନ କରିପାରି ନଥିଲା । ଜର୍ମାନୀ ପାଇଁ ସବୁଠାରୁ ଚନ୍ତାର କାରଣ ହେଉଛି ଟିମର ଗୋଲକିପର ‘ଲିଏ ଚିନ୍ତା’ ଏବେ ଫିଟ ନାହାନ୍ତି । ବିଗତ ୪ଟି ୱାଲର୍ଡକପରେ ଜର୍ମାନ ସେମିଫାଇନାଲ ଖେଳିଥିବା ବେଳେ ଅଭ୍ୟାସ ମ୍ୟାଚରେ ଏହାର ଦୁର୍ବଳ ପ୍ରଦର୍ଶନ ଏହାର ସମର୍ଥକଙ୍କୁ ଦ୍ୱନ୍ଧରେ ପକାଇଦେଇଛି । ଟିମରେ ଅଧିକ ଯୁବ ଖେଳାଳୀମାନେ ରହିଥିବାବେଳେ ଏହାର ଷ୍ଟାର ରହିଛନ୍ତି ‘ମୌସୁତ ଓଜଲ’ ।

ସ୍ପେନ –

ବ୍ରାଜିଲରେ ବିଶ୍ୱକପ ଚାଲିଥିବା ସମୟରେ ସ୍ପେନ ଗ୍ରୁପରୁ ସୂଚୀରୁ ବାଦ ପଡିଥିଲା । କୋଚ ‘ଜୁନେଲ ଲୋପେତେଗୁଇ’ ଏହାର ଦାୟିତ୍ୱ ନେବା ପରେ ଟିମ ପ୍ରଦର୍ଶନ ଉନ୍ନତ ହେବାରେ ଲାଗିଛି । ଅଭ୍ୟାସ ମ୍ୟାଚରେ ସ୍ପେନ ଟୁନିସିଆକୁ ୧-୦ରେ ପରାଜିତ କରିଥିଲା । “ଗ୍ରୁପ ବି”ର ପ୍ରଥମ ମ୍ୟାଚ ସ୍ପେନ ଏବଂ ପର୍ତ୍ତୁଗାଲ ସହିତ ରହିଥିବା ବେଳେ ଏଥିରେ ‘ରୋଡରିଗୋ’ ଏବଂ ‘ଡିଜୋ କୋଷ୍ଟ’ ବଳି କ୍ଷମତାସମ୍ପନ୍ନ ଖେଳାଳୀ ରହିଥିବାବେଳେ ‘ଡଭିଡ ସିଲଭା’ ମଧ୍ୟ ଟିମରେ ରହିଛନ୍ତି । କୋଚ ‘ଜୁନେଲ ଲୋପେତେଗୁଇ’ କହିଛନ୍ତି ଯେ, ଆମ ଟିମ ବିଶ୍ୱ କପରେ କ’ଣ କରିବ ତାହା ଆପଣଙ୍କୁ , ଖେଳ ପଡିଆରେ ଚିମର ପ୍ରଦର୍ଶନରେ ଜଣାପଡିଯିବ । ଆମ ବର୍ତ୍ତମାନ ୩ଟି ମ୍ୟାଚ ଖଳିବାର ଟିକେଟ ମିଳିଛି, ଏହା ପରେ ଆମେ ନିଜେ ପରବର୍ତ୍ତୀ ମ୍ୟାଚର ଟିକେଟ ହାସଲ କରିବୁ ।

ଆର୍ଜେଣ୍ଟିନା –

କ୍ୱାଲିଫାୟରେ ଆର୍ଜେଣ୍ଟିନା ଅନେକ ବାଧା ବିଘ୍ନ ସହିବା ପରେ ଏହାକୁ ରୁଷରେ ବିଶ୍ୱ କପ ଖେଳିବାର ଟିକେଟ ମିଳିଛି । ଜେରୁସାଲାମରେ ଟିମ ଇସ୍ରାଇଲ ବିପକ୍ଷରେ ଥିବା ଅଭ୍ୟାସ ମ୍ୟାଚ ମଧ୍ୟ ବାତିଲ ହୋଇଗଲା, ଯାହା ଦ୍ୱାରା ଟିମକୁ ବିଶ୍ୱ କପ ପାଇଁ ଚାଲିଥିବା ଅଭ୍ୟାସ ମ୍ୟାଚ ମଧ୍ୟ ହରାଇବାର ଅନେକ ସମ୍ଭାବନା ରହିଥିଲା । ଚଳିତ ବର୍ଷ ମ୍ୟାନୁଏଲ ଲେନଜିନିଙ୍କ ଆଘାତ ଲାଗିଥିବାରେ ସେ ମଧ୍ୟ ଟିମରୁ ବାଦ ପଡିଛନ୍ତି । ବିଶ୍ଳେଷଣକାରୀଙ୍କ କହିବା ମୁତାବକ “ଲିଓନାଲ ମେସ”ଙ୍କ ଚମତ୍କାର ହିଁ ଟିମକୁ ଆଗକୁ ନେବାରେ ସହାୟକ ହେବ । ଟିମରେ ‘ଜର୍ଜ ସ୍ୟାମ୍ପୋଲ’ଭଳି ଅନୁଭବୀ ଖେଳାଳୀ କୋଚ ରହଛନ୍ତି । ଅତିରିକ୍ତ ଭାବରେ ଟିମରେ ମିଡଫିଲ୍ଡର ପାଇଁ ‘ଗିୟୋବାଣୀ ଲୁ’ ରହିଥିବାବେଳେ ଫ୍ରଣ୍ଟଲାଇନରେ “ଗୋନ୍ଲାଜା ହିଗୟୁଇନ” , “ସୋରିଗିୟୋ ଆଗିୟୁରୋ”, “ପୋଲ ଡିଆବାଲ”, “ ଆଞ୍ଜେଲ ଦି ମାରିଆ ” ଭଳି କ୍ଷମତାସମ୍ପନ୍ନ ଖେଳାଳୀ ରହିଛନ୍ତି । ବିଗତ ଥର ଟିମ ଫାଇନାଲ ପାଇଁ ଟିକେଟ ହାସଲ କରିବାରେ ସମର୍ଥ ହୋଇଥିଲା ।

ଫ୍ରାନ୍ସ-

କୋଚ ‘ଡିଡିଏର ଡ୍ରେସନେପ’ଙ୍କର ଟିମ ଲାଇ ଅଫ ସମ୍ପୂର୍ଣ୍ଣ ମଜବୁତ ରହିବା ସହ ଟିମରେ ‘ପାଲ ପୋଗ’ ‘ଆଣ୍ଟୋନି ଗ୍ରିଜମ୍ୟାନ’, ‘ମାବାପେ’, ‘ଓରିଭର ଗିରୋଡ’ ରହିଛନ୍ତି । ଆମେ ଆମେରିକା ବିରୋଧରେ ଖେଳିଥିବା ଏହାର ଅଭ୍ୟାସ ମ୍ୟାଚକୁ ତର୍ଜନା କରିବା, ଯଦି ଅନ୍ତିମ କ୍ଷଣରେ ‘ମାବାପେ’ ଯଦି ଗୋଲ କରିନଥାନ୍ତେ ତେବେ ମ୍ୟାଚଟି ୧-୧ରେ ଡ୍ର ହେବା ପରିବର୍ତ୍ତେ ସ୍ପେନ ଆମେରିକା ଠାରୁ ହାରି ସୁନିଶ୍ଚିତ ଥିଲା । ସୌଭାଗ୍ୟବଶତ ଅଭ୍ୟାସ ମ୍ୟାଚରେ ଟିମ ଆଏରଲ୍ୟାଣ୍ଡ ଏବଂ ଇଟାଲିକୁ ହରାଇଥିବାବେଳେ ‘ହୁଗୋ ଲୋରିସ’ ପ୍ରଦର୍ଶନ ବହୁତ ଖରାପ ରହିଛି, ଯେଉଁଥିପାଇଁ ଟିମର ଖେଳାଳୀଙ୍କୁ ସେମିଫାଇନାଲରେ ପ୍ରବେଶ ପାଇଁ ଅନେକ କଷ୍ଟ କରିବାକୁ ପଡିବ ।

ପର୍ତ୍ତୁଗାଲ-

ଚଳିତ ବର୍ଷକୁ ମିଶାଇଲ ଟିମ ସପ୍ତମ ଥର ପାଇଁ ବିଶ୍ୱକପ ଖେଳୁଛି । ୧୯୬୬ ମସିହାରେ ଟିମ ଶ୍ରେଷ୍ଟ ପ୍ରଦର୍ଶନ କରିଥିଲା, ଯେଉଁଥିରେ ସେ ତୃତୀୟ ସ୍ଥାନରେ ରହିଥିଲା । ୨୦୦୬ରେ ମଧ୍ୟ ଟିମ ସେମିଫାଇନରେ ପହଞ୍ଚିବାରେ ସମର୍ଥ ହୋଇଥିଲା । ବ୍ରାଜିଲରେ ଖେଳାଯାଉଥିବା ପୂର୍ବ ବିଶ୍ୱକପରେ ପର୍ତ୍ତୁଗାଲ ଗ୍ରୁପ ମ୍ୟାଚରୁ ହିଁ ହାରି ବିଶ୍ୱ କପରୁ ବିଦା ହୋଇଥିଲା । ଟିମ କ୍ରିଷ୍ଟିଆନ ରୋନାଣ୍ଡୋ ଉପରେ ନିର୍ଭର ରହିଥିବାବେଳେ ଏହା ହେଉଛି ତାଙ୍କ ପାଇଁ ୪ର୍ଥ ବିଶ୍ୱକପ ।


Share It

Comments are closed.