ଦନ୍ତା ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ, ଭିଡିଓ ଭାଇରାଲ


ଜାତୀୟ ଅଭୟାରଣ୍ୟ ହେଉଛି ଏକ ଜାଗା ଯେଉଁଠାରେ ହିଂସ୍ର ଏବଂ ଦୁର୍ଲଭ ପ୍ରାଣୀଙ୍କୁ ଖୁବ ନିକଟରେ ଦେଖିବାକୁ ମିଳିଥାଏ । ତେବେ ଆପଣ କହିବେ ଏଭଳି ତ ଚିଡିଆଖାନାରେ ମଧ୍ୟ ହୋଇଥାଏ କିନ୍ତୁ ସେଠାରେ ଚିଡିଆଖାନା ଭଳି କୌଣସି ପିଞ୍ଜିରା କିମ୍ବା ଏନକ୍ଲୋଜର ନଥାଏ, ଯାହାକି ଆପଣଙ୍କୁ ହଂସ୍ର ଜନ୍ତୁ ମାନଙ୍କ ଠାରୁ ରକ୍ଷା ପ୍ରଦାନ କରିବ । ଜାତୀୟ ଅଭୟାରଣ୍ୟରେ ଭ୍ରମଣ କରିବାର ଅନୁଭବ ଖୁବ ରୋମାଞ୍ଚକ ହୋଇଥିବାବେଳେ କିନ୍ତୁ ବିନା କୌଣସି ସୁରକ୍ଷାରେ ହିଂସ୍ର ଜନ୍ତୁ ମାନଙ୍କ ନିକଟତ୍ତର ହେବା ଖୁବ ମହଙ୍ଗା ମଧ୍ୟ ପଡିପାରେ । ଆଜ୍ଞା ହିଁ ଠିକ ଏଭଳି ଏକ ଘଟଣା ଥାଇଲାଣ୍ଡ ‘ଖାଓ ଆଇ’ ଜାତୀୟ ଅଭୟାରଣ୍ୟରେ ଦେଖିବାକୁ ମିଳିଛି ।

ଉକ୍ତ ଜାତୀୟ ଅଭୟାରଣ୍ୟରେ ଜଣେ ଭ୍ରମଣକାରୀଙ୍କ ଜୀବନ ମୃତ୍ୟୁମୁଖରେ ପଡିଯାଇଥିଲା ଯେତେବେଳେ ଏକ ବିଶାଳକାୟ ହାତୀ ତାଙ୍କ ସାମନାରେ ଠିଆ ହେବା ସହ ତାଙ୍କ କାରଟି ଉପରେ ବସିବାକୁୁ ଲାଗିଥିଲା । ହାତୀ ଉକ୍ତ କାର ଉପରେ ବସି ତାକୁ ଦଳି ଚକଟିବାକୁ ଲାଗିଥିବାବେଳେ ଗାଡି ଚାଳକଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ସେ ସେଠାରୁ ବଞ୍ôଚ ଖସି ପଳାଇଥିଲେ । ଉକ୍ତ ଗାଡି ଡ୍ରାଇଭରଟି ନିଜ ଉପସ୍ଥିତି ବୁଦ୍ଧି ଖଟାଇ ଗାଡିଟିକୁ ଖୁବ ଜୋରସେ ରେସରେ ଆଣିଥିଲେ ଯାହା ଫଳରେ ସେ ନିଜ ମୃତ୍ୟୁ ମୁଖରୁ ବଞ୍ଚିପାରିଥିଲେ । ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରସେ ଭାଇରାଲ ହେବାରେ ଲାଗିଥିବାବେଳେ ଏହା ହେଉଛି ଉକ୍ତ ଜାତୀୟ ଅଭୟାରଣ୍ୟର ପ୍ରଥମ ଘଟଣା । କାରରେ ବସିବାକୁ ଚେଷ୍ଟା କରୁଥିବା ହାତୀର ବୟସ ୩୫ ବର୍ଷ ଅଟେ ।


Share It

Comments are closed.