ମାତ୍ରାଧିକ ଅଣ୍ଡା ଖାଇବା ହୋଇପାରେ ଘାତକ


ନୀକଟରେ ଉତ୍ତରପ୍ରଦେଶ ସ୍ଥିତ ଜୋନପୁରରେ ୪୧ଟି ଅଣ୍ଡା ଖାଇବା ଦ୍ୱାରା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେବା ଖବର ପୁରା ଦୁନିଆରେ ଚର୍ଚ୍ଚାର ବିଷୟ ହୋଇଥିଲା । ଏହି ଘଟଣା ପରଠାରୁ ଦୁନିଆଯାକରେ ହୋଇଥିବା ଅନେକ ଗବେଷଣା ଆଧାରରେ ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ଯେ ଅଣ୍ଡା ଖାଇବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ନା ଲାଭଦାୟକ ହୋଇଥାଏ ।
ନ୍ୟୁୟର୍କ ଟାଇମରେ ଚଳିତ ବର୍ଷ ମାର୍ଚରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ ଅଣ୍ଡାରେ ଥିବା ହାଇ କୋଲେଷ୍ଟ୍ରଲ ଯୋଗୁଁ ଏହାକୁ ଅଧିକ ମାତ୍ରାରେ ଖାଇବା ଦ୍ୱାରା ହୃଦବେମାରର ଆଶଙ୍କା ୧୭% ବଢ଼ିଯାଇଥାଏ । ଏପରିକି ଅକାଳ ମୃତ୍ୟୁର କାରଣ ମଧ୍ୟ ହୋଇଥାଏ । ଏହି ରିପୋର୍ଟ ମୁତାବକ ଗୋଟିଏ ବଡ଼ ଅଣ୍ଡାରେ ୧୮୫ ମିଲିଗ୍ରାମ କୋଲେଷ୍ଟ୍ରଲ ରହିଥାଏ । ଯେବେକି ଜଣେ ବ୍ୟକ୍ତିକୁ ଦୈନିକ ୩୦୦ ମିଲିଗ୍ରାମରୁ ଅଧିକ କୋଲେଷ୍ଟ୍ରଲ ନେବା ଉଚିତ ନୁହେଁ, କାରଣ ଏହା ଦ୍ୱାରା କାଡିଓଭାସ୍କୁଲାର ରୋଗର ସମ୍ଭାବନା ବଢ଼ିଯାଇଥାଏ ।
ହାବାର୍ଡ ମେଡିକାଲ ସ୍କୁଲର ରିପୋର୍ଟ ଅନୁଯାୟୀ ଯଦି ଆପଣଙ୍କର ଡାଇବେଟିସ କିମ୍ବା ହୃଦବେମାର ଥାଏ ତେବେ ଦିନକୁ ତିନୋଟିରୁ ଅଧିକ ଅଣ୍ଡା ଖାଇବା ଉଚିତ ନୁହେଁ । କିନ୍ତୁ ଏମିତି ନୁହେଁ ଯେ ଅଣ୍ଡା ଆପଣଙ୍କ ସ୍ୱାସ୍ଥ୍ୟ ପକ୍ଷେ ହାନୀକାରକ ହୋଇଥାଏ । ଏହା ଆମର ଅସ୍ଥିପାଇଁ ଲାଭକାରୀ ହୋଇଥାଏ କାରଣ ଏଥିରୁ ପ୍ରୋଟିନର ମାତ୍ରା ଅଧିକ ରହିଥାଏ । ଗୋଟିଏ ଅଣ୍ଡାରେ ଆମ ଶରୀର ଆବଶ୍ୟକ କରୁଥିବା ସମସ୍ତ ପୋଷଣ ରହିଥାଏ । କିନ୍ତୁ ଏଥିରେ ଥିବା ମାତ୍ରାଧିକ କୋଲେଷ୍ଟ୍ରଲ ଅନେକ ଘାତକ ବେମାର ସହ ଯୋଡ଼ିହୋଇଥାଏ । ଏଣୁ ଅଧିକ ଅଣ୍ଡା ଖାଇବା ଠିକ ନୁହେଁ ।


Share It

Comments are closed.