୪୪ ଘଣ୍ଟା ପର୍ଯ୍ୟନ୍ତ ଜୀବନ ମରଣ ସହ ସଂଗ୍ରାମ କରୁଥିଲେ ଉନାୱା ଦୁଷ୍କର୍ମ ପୀଡିତା, କାନ୍ଦି କାନ୍ଦି ଡାକ୍ତର ବଖାଣିଲେ ଏହି ଲୋମଟାଙ୍କୁରା କହାଣୀ


ଉନାୱା ଦୁଷ୍କର୍ମ ପୀଡିତା, ସଫଦରଗଞ୍ଜ ହସ୍ପିଟାଲରେ ଜୀବନ ମରଣ ସହ ଦୀର୍ଘ ୪୪ ଘଣ୍ଟା ପର୍ଯ୍ୟନ୍ତ ସଂଗ୍ରାମ କରୁଥିବାବେଳେ, ଦୁର୍ଭାଗ୍ୟବଶତଃ ତାଙ୍କୁ ବଞ୍ଚାଯାଇ ପାରିଲା ନାହିଁ । ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥା ଦେଖି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ମଧ୍ୟ କାନ୍ଧି ପକାଇଥିଲେ । ପୀଡିତାଙ୍କ ଶରୀରର ୯୦ ଭାଗ ଜଲାଇ ଦିଆଯାଇଥିବାବେଳେ ତାଙ୍କୁ ଭେଣ୍ଟିଲେଟର ରଖାଯାଇଥିଲା ବୋଲି ବର୍ନ ୟୁନିଟର ମୁଖ୍ୟ ଡାକ୍ତର ଶଲଭ ଏବଂ ପ୍ରଫେସର ଡାକ୍ତର ସୁନିଲ ଗୁପ୍ତା କହିଛନ୍ତି । ତାଙ୍କ ଶରୀର ୯୦ ଭାଗ ଜଳିଯିବା ଫଳରେ ଶରୀରର ଅନେକ ତରଳ ପଦାର୍ଥ ବୋହି ଯାଇଥିଲା ଯାହା ଫଳରେ ତାଙ୍କୁ ବଞ୍ଚାଇବା ଖୁବ କଷ୍ଠକର ଥିଲା ।
ଡାକ୍ତର କହିଛନ୍ତି ଯେ, “ଆମେ ତାଙ୍କୁ ବଞ୍ଚାଇବା ପାଇଁ ଅନେକ ଚେଷ୍ଟା କରୁଥିବାବେଳେ ସେ ଅଳ୍ପ ଅଳ୍ପକେ ଅଚେତ ହୋଇଯାଉଥିଲେ । ତାଙ୍କ ଶରୀରର ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ସନ୍ଧ୍ୟା ପର୍ଯ୍ୟନ୍ତ କାମ କରୁଥିଲା ମଧ୍ୟ କିନ୍ତୁ ସ୍ୱାସ୍ଥ୍ୟବସ୍ଥା ଧିରେ ଧିରେ ଜଟିଳତର ହେବାକୁ ଲାଗୁଥିଲା । ପୀଡିତାଙ୍କୁ ଲକ୍ଷେ୍ନøସ୍ଥିତ ସିଭିଲ ହସ୍ପିଟାଲରୁ ଏୟାରଲିଫ୍ଟ ଦ୍ୱାରା ସଫଦରଗଞ୍ଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ”


ଡାକ୍ତରଙ୍କ ମୁତାବକ, ଏଭଳି ଘଟଣାରେ ପ୍ରାରମ୍ଭିକ ତିନି ଦିନ ଅର୍ଥାତ ୭୨ ଘଣ୍ଟା ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ । ଯଦି ଉକ୍ତ ସମୟ ବିତିଯାଇଥାନ୍ତା ତେବେ ଅନେକ ପ୍ରଚେଷ୍ଟା ଦ୍ୱାରା ବଞ୍ଚାଯାଇ ପାରିଥାନ୍ତା । କିନ୍ତୁ ଉନାୱା ପୀଡିତା ୪୪ ଘଣ୍ଟା ମଧ୍ୟରେ ହିଁ ନିଜ ଜୀବନ ହରାଇଦେଲେ । ୨୪ ଘଣ୍ଟା ପର୍ଯ୍ୟନ୍ତ ତାଙ୍କ ସେ ଅଚେତରେ ଥିଲେ । ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଠ ଉପୁଜୁଥିଲା ।
ପୀଡିତାଙ୍କ ଭାଇ ତାଙ୍କ ସହ ହସ୍ପିଟାଲରେ ଆସି ପହଞ୍ଚିଥିଲେ । ମା’ ଏବଂ ଭଉଣୀ ଶୁକ୍ରବାର ଦିନ ହସ୍ପିଟାଲରେ ଆସି ପହଞ୍ଚିଥିବାବେଳେ ରାତ୍ରି ୧୧.୪୦ ରେ ପୀଡିତାଙ୍କୁ ପରଲୋକ ଘଟିଥିଲା ।
ବର୍ନ ୟୁନିଟ ଏବଂ ପ୍ଲାଷ୍ଟିକ ବିଭାଗର ଏଚଓଡି ଶଲଭ କୁମାର କହିଛନ୍ତି, ରାତି ୮.୩୦ରେ ପୀଡିତାଙ୍କ ରକ୍ତଚାପ କମିବାରେ ଲାଗୁଥିବାବେଳେ ଆମେ ତୁରନ୍ତ ଔଷଧ ଡୋଜ ବଢାଇବା ସହ ତାଙ୍କ ହାତ ଏବଂ ପାଦକୁ ମାଲସ କରିବା ଆରମ୍ଭ ମଧ୍ୟ କରିଦେଇଥିଲୁ । କିନ୍ତୁ ୧୧.୧୦ରେ ତାଙ୍କ ସ୍ୱାସ୍ଥ୍ୟ ବସ୍ଥା ସମ୍ପୂର୍ଣ୍ଣ ବଗିଡିବାରେ ଲାଗିଥିଲା ଏବଂ ୧୧.୩୦ରେ ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଥିଲା ।


Share It

Comments are closed.