ଅନ୍ୟଙ୍କୁ ଭୁଲରେ ମଧ୍ୟ ଜଣାନ୍ତୁ ନାହିଁ ନିଜ ଜୀବନର ଏହି ପାଞ୍ଚୋଟି କଥା


ଜଣଙ୍କ ଜୀବନରେ କିଛି ଏପରି ରହସ୍ୟ ରହିଥାଏ ଯାହାକୁ ଆମେ କାହାକୁ ମଧ୍ୟ କହିବା ଉଚିତ ନୁହେଁ । କାରଣ ଏହା ଦ୍ୱାରା ଆମର ନିଜର କ୍ଷତି ହୋଇଥାଏ । ଏହା ବ୍ୟତୀତ ଆମ ଚରିତ୍ର ଉପରେ ମଧ୍ୟ ପ୍ରଶ୍ନ ଉଠିଥାଏ । ଆଜି ଆମେ ଆପଣଙ୍କୁ ଏପରି କିଛି କଥା କହିବାକୁ ଯାଉଛୁ ଯାହାକୁ ଆପଣ ନିଜ ଭିତରେ ହିଁ ସିମୀତ ରଖିବା ଆବଶ୍ୟକ । ଅର୍ଥାତ ଜୀବନର ଏପରି କିଛି କଥା ଯାହାକୁ ଆପଣଙ୍କୁ ଗୁପ୍ତ କରି ରଖିବା ଉଚିତ ।

ଯଦି ଆପଣ ଗୁରୁଙ୍କଠାରୁ କୌଣସି ମନ୍ତ୍ର ନେଇଛନ୍ତି ତେବେ ଏହାକୁ ଗୁପ୍ତ ରଖନ୍ତୁ । କାରଣ ଗୁରୁ ମନ୍ତ୍ର ତେବେ ସିଦ୍ଧ ହୋଇଥାଏ ଯେବେ ଏହାକୁ ଗୁପ୍ତ କରି ରଖାଯାଇଥାଏ । ଶାସ୍ତ୍ର ଅନୁଯାୟୀ ଗୁପ୍ତ ଦାନର ଅନେକ ମହତ୍ୱ ରହିଛି । ଏମିତି ମାନ୍ୟତା ରହିଛି ଯେ ଯେଉଁମାନେ ଗୁପ୍ତ ଦାନ କରିଥାନ୍ତି ସେମାନଙ୍କୁ ଅକ୍ଷୟ ପୁଣ୍ୟ ସହିତ ଦେବା ଦେବୀଙ୍କ ଆଶୀର୍ବାଦ ମିଳିଥାଏ । ତେଣୁ ଗୁପ୍ତଦାନ କାହାକୁ ମଧ୍ୟ ଜଣାଇବା ଉଚିତ ନୁହେଁ । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ସାଧାରଣ କଥା । କିନ୍ତୁ ଏହାକୁ କୌଣସି ତୃତୀୟ ବ୍ୟକ୍ତିଙ୍କୁ ଜଣାଇବା ଉଚିତ ନୁହେଁ । କାରଣ କୌଣସି ତୃତୀୟ ବ୍ୟକ୍ତି ଆପଣଙ୍କ କଳହର ଫାଇଦା ଉଠାଇପାରେ । ଅନେକ ନିଜକୁ ଯୁବା ଦେଖାଇବା ପାଇଁ ଅନ୍ୟ ମାନଙ୍କଠାରୁ ନିଜର ବୟସ ଲୁଚାଇଥାନ୍ତି । ଆୟୁ ଲୁଚାଇବା ଦରକାର କିନ୍ତୁ ଅନ୍ୟମାନଙ୍କ ତୁଳନାରେ ନିଜ ଠାରୁ ହିଁ ଏହାକୁ ଲୁଚାଇବା ଅଧିକ ଲାଭଦାୟକ ହୋଇଥାଏ । ନିଜର ବୟସକୁ ନିଜ ଉପରେ ଲଦିହେବାକୁ ଦିଅନ୍ତୁ ନାହିଁ । ଏପରି କରିବା ଦ୍ୱାରା ଆପଣଙ୍କ ଠାରେ ଉତ୍ସାହ ଏବଂ ଆତ୍ମବିଶ୍ୱାସ ବଢ଼ିଥାଏ । କିଛି ଏମିତି େଓøଷଧ ରହିଥାଏ ଯାହାକୁ ଲୁଚାଇ ରଖିବା ହିଁ ଲାଭଦାୟକ ହୋଇଥାଏ । ଏହା ସହ ଓøଷଧକୁ ଆଲୋକ ଏବଂ ଉତ୍ତାପ ଠାରୁ ଦୂରେଇ ରଖିବା ଉଚିତ ଯାହା ଦ୍ୱାରା େଓøଷଧ ଲାଭଦାୟକ ହୋଇଥାଏ ।


Share It

Comments are closed.