ପିଆଜର ଦରବୃଦ୍ଧିକୁ ନେଇ ଏଭଳି କିଛି ମଜାଳିଆ ମନ୍ତବ୍ୟ ଦେଲେ ନିର୍ମଳା ସୀତାରମଣ


ଯେମିତିକି ଦେଶରେ ପିଆଜର ଆକାଶ ଛୁଆଁ ଦର ସମସ୍ତଙ୍କ ଆଖିରେ ଲୁହ ନେଇ ଆସିଛି ଏବଂ ଏହା ଉପରେ ଅଙ୍କୁଶ ଲଗାଇବାରେ ସରକାରଙ୍କର ସମସ୍ତ ପ୍ରୟାସ ବିଫଳ ହେବା ଦେଖା ଦେଉଛି । ଏହି ପ୍ରସଙ୍ଗକୁ ନେଇ ବୁଧବାର ଲୋକସଭାରେ ବିରୋଧୀ ନେତାମାନେ ସରକାରଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲେ । ଏମିତିରେ ବୁଧବାର ସଂସଦରେ ପିଆଜ ଖାଇବାକୁ ନେଇ କିଛି ସଦସ୍ୟ ପ୍ରଶ୍ନ କରିବାରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ, ‘ଆଜ୍ଞା ମୁଁ ଏତେ ରସୁଣ ପିଆଜ ଖାଇନଥାଏ । ମୁଁ ଏମିତି ପରିବାରରୁ ଆସିଛି ଯେଉଁଠାରେ ପିଆଜର କୌଣସି ମୂଲ୍ୟ ହିଁ ନାହିଁ ।’ ତାଙ୍କର ଏହି ମନ୍ତବ୍ୟକୁ ନେଇ ସଦନରେ ଅନେକ ହାସ୍ୟରୋଳ ସୃଷ୍ଟି ହୋଇଥିଲା ।

ଏହି ଅବସରରେ ଯେତେବେଳେ ଏନସିପି ସାଂସଦ ସୁପ୍ରିୟା ସୁଲେ ଏନପିଏ ଏବଂ ପିଆଜ ଚାଷୀମାନଙ୍କୁ ନେଇ ପ୍ରସଙ୍ଗ ଉଠାଇଥିଲେ, ସେତେବେଳେ ସୀମତାରମଣ କହିଥିଲେ ଯେ ପିଆଜର ବର୍ଦ୍ଧିତ ଦରକୁ ଯାଞ୍ଚ କରିବା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ଏବଂ ରୋଷେଇ ଉପାଦାନ ଗୁଡ଼ିକର ଉତ୍ତମ ସଂରକ୍ଷଣ ପାଇଁ ପ୍ରଯୁକ୍ତିର ବିକାଶ କରିବା ନିମନ୍ତେ ପଦକ୍ଷେପ ନେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ କୃଷି ଉପଯୋଗୀ ଜମି ଏବଂ ଉତ୍ପାଦନରେ ହ୍ରାସ ହେଉଛି ପିଆଜ ଦରରେ ଏହି ଅନିୟମିତତାର କାରଣ ।


Share It

Comments are closed.