ହିମାଳୟ ଅପ୍ଟିକାଲରେ ଏବେ ମିଳିବ ଡିଜିଟାଲ ସ୍ତରର ଚଷମା

Share It

ସ୍ୱତନ୍ତ୍ର ଆଇଓୟାର ରିଟେଲ ବ୍ରାଣ୍ଡ ହିମାଳୟ ଅପ୍ଟିକାଲ ପକ୍ଷରୁ ନୂତନ ପଦ୍ଧତିର ଚକ୍ଷୁ ପରୀକ୍ଷଣର ଶୁଭାରମ୍ଭ କରାଯାଇଛି ଯେଉଁଠାରେ ଲୋକମାନେ ପ୍ରେସକ୍ରିପସନ ଦେଖିବା ସହିତ ନୂତନ ପିଢିର ଲୋକମାନଙ୍କ ଅଭ୍ୟାସକୁ ଖାପ ଖୁଆଇଲା ପରି ପିଡିର ପରାମ୍ପରିକ ମାପ ଏବଂ ଫିଟିଙ୍ଗ ହାଇଟସ ମଧ୍ୟ ରହିଛି । ଏହି ନୂତନ ଶୁଭାରମ୍ଭ ପାଇଁ ଭୁବନେଶ୍ୱର ନିମନ୍ତେ ଦିନଟି ଖୁବ ସ୍ମୃତିଦାୟକ ହୋଇପାରିଛି । ଭିସି ଅଫିସ ୨ ହେଉଛି ଏକ ନୂତନ ଡିଜିଟାଲ ଡିସ୍ପେନସିଙ୍ଗ ସିଷ୍ଟମ ଯାହା ଅପ୍ଟିକାନମାନଙ୍କୁ ପ୍ରାକୃତିକ ଅଙ୍ଗଭଙ୍ଗୀ ଏବଂ ଆଖିର ଗତି ଏକ ତଥ୍ୟ ମାଧ୍ୟମରେ ପ୍ରଦାନ କରିଥାଏ ଯାହାଦ୍ୱାରା ସେମାନେ ପ୍ରତ୍ୟେକଙ୍କ ପ୍ରାକୃତିକ ଗତିରେ ମଧ୍ୟ ସଠିକ ପ୍ରିିସାଇଜ କଷ୍ଟମାଇଜଡ ଏବଂ ଆରାମଦାୟକ ଭିଜନ ପ୍ରଦାନ କରିଥାଏ ।

ଉକ୍ତ ଷ୍ଟୋରରେ ସମ୍ପ୍ରତି ଶୁଭାରମ୍ଭ ହୋଇଥିବା ଆଇ-ପ୍ୟାଡ ସହଜସାଧ୍ୟ ଏବଂ ଅଧିକ ସ୍ୱୟଂଚାଳିତ ଫିଟିଙ୍ଗ ମାପକ, ସଠିକତା ବୃଦ୍ଧି କରିବା ସହିତ ଫିଟିଙ୍ଗ କରିବାର ସମୟକୁ ହ୍ରାସ କରିବା ସହିତ ଫିଟିଙ୍ଗରେ ଭୁଲକୁ କମ୍ କରିଥାଏ । ଏଥି ସହିତ ଡିଜିଟାଲ ଅପ୍ଟିକାଲ ଡିସପେନସିଙ୍ଗରେ କୌତୁହଳ ଏବଂ ଷ୍ଟାଇଲ ମିଶ୍ରଣ କରିଥାଏ । ଆଇ-ପ୍ୟାଡ ଉଭୟ ବ୍ୟବହାରକାରୀ ଏବଂ ଡିସପେନସରଙ୍କୁ ନମନୀୟତା ପ୍ରଦାନ କରିଥାଏ ।
୮୦ ବର୍ଷରୁ ଅଧିକ ସମୟଧରି ହିମାଳୟ ଅପ୍ଟିକାଲ ନିଜର ଗ୍ରାହକଙ୍କ ପ୍ରତି ସ୍ତରର ଆବଶ୍ୟକତା ଅନୁଯାୟୀ ନୂତନ ଅଭ୍ୟାସ ଆପଣାଇବା ଦ୍ୱାରା କ୍ରମାଗତଭାବେ ଅଗ୍ରଣୀ ସ୍ଥାନରେ ରହିଆସିଛି । ବର୍ତ୍ତମାନ, ଆମ୍ଭମାନଙ୍କର ଜୀବନଶୈ÷ଳୀ ଭିଜୁଆଲ ଅଭ୍ୟାସ ସହିତ ପରିବର୍ତ୍ତନ ହୋଇଛି । ଆଧୁନିକ ଗ୍ରାହକମାନେ ଜୀବନର ସମସ୍ତ କ୍ଷେତ୍ରରେ ମଲ୍ଟି-ଟ୍ୟାକ୍ସିଙ୍ଗ ଏବଂ ଆମ୍ଭମାନଙ୍କର ଚକ୍ଷୁ ସେହି ଭାବେ ସ୍ମାର୍ଟଫୋନ ଠାରୁ ନୋଟବୁକ ପର୍ଯ୍ୟନ୍ତ ନିଜର ପ୍ରିୟଜନଙ୍କୁ ବାର୍ତ୍ତା ପଠାଇବା ପାଇଁ ବ୍ୟବହୃତ ହୋଇଥାଏ । ସମ୍ପ୍ରତି, ସବୁକିଛି ପରିବର୍ତ୍ତନ ହୋଇଯାଇଛି । ଆମ୍ଭେମାନେ ୨୪ଢ୭ ବିଶ୍ୱ ସହିତ ସଂଯୋଗ ରହି ପ୍ରତି ଘଣ୍ଟାର ଖବର ପାଇ ପାରୁଛେ, ବିଶ୍ୱର ବିଭିନ୍ନ ସ୍ଥାନକୁ ଆମ୍ଭମାନଙ୍କର ପ୍ରିୟଜନଙ୍କୁ ଲାଇଭ ଫଟୋ ମଧ୍ୟ ପଠାଇପାରୁଛେ । ତେଣୁ ଏହା ଗୁରୁତ୍ୱପୂର୍ଣ୍ଣ କି ହିମାଳୟ ପରି ବଜାରରେ ଅଗ୍ରଣୀ ଅପ୍ଟିକାଲ ନବିକରଣ ଗ୍ରାହକଙ୍କ ଆଧୁନିକ ଯୁଗର ଚାହିଦାକୁ ପୂରଣ କରିପାରିବ ।

ନୂତନ ପିଢିର ଗ୍ରାହକଙ୍କ ଅଭ୍ୟାସକୁ ନଜରରେ ରଖି ହିମାଳୟ ଅପ୍ଟିକାଲ ପକ୍ଷରୁ ନୂତନ ସ୍ତରର ଚକ୍ଷୁ ପରୀକ୍ଷଣର ଶୁଭାରମ୍ଭ କରାଯାଇଛି ଯେଉଁଠାରେ ସେମାନେ କେବଳ ନିଜର ପ୍ରେସକ୍ରିପସନ ଦେବା ଦ୍ୱାରା ପାରମ୍ପରିକ ମାପକର ପିଡିର ମାପ ଏବଂ ଫିଟିଙ୍ଗ ପ୍ରଦାନ କରାଯାଏ । ଭିସି ଅଫିସ ୨ ଏକ ନୂତନ ଡିଜିଟାଲ ଡିସ୍ପେନସିଙ୍ଗ ସିଷ୍ଟମ ଯାହା ଅପ୍ଟିକାନମାନଙ୍କୁ ପ୍ରାକୃତିକ ଅଙ୍ଗଭଙ୍ଗୀ ଏବଂ ଆଖିର ଗତି ଏକ ତଥ୍ୟ ମାଧ୍ୟମରେ ପ୍ରଦାନ କରିଥାଏ ଯାହାଦ୍ୱାରା ସେମାନେ ପ୍ରତ୍ୟେକଙ୍କ ପ୍ରାକୃତିକ ଗତିରେ ମଧ୍ୟ ସଠିକ ମାପର କଷ୍ଟମାଇଜଡ ଏବଂ ଆରାମଦାୟକ ଭିଜନ ପ୍ରଦାନ କରିଥାଏ ।
ନୂତନ ଡିସପେନସିଙ୍ଗ ସିଷ୍ଟମ ନୂତନ ପ୍ରଯୁକ୍ତିବିଦ୍ୟାର ଏକ ପ୍ୟାକେଜ ଯାହା ପ୍ରତ୍ୟେକଙ୍କ ଭିଜୁଆଲ ଏବଂ ଜୀବନଶୈଳୀର ଆବଶ୍ୟକତା ଅନୁଯାୟୀ ଲେନ୍ସ ପ୍ରଦାନ କରିଥାଏ । ବର୍ତ୍ତମାନର ଆଇ ଓୟାରରେ ଅଫ-ଦ-ସେଲ୍ଫ ବିକଳ୍ପ ନାହିଁ । ପ୍ରତ୍ୟେକ ବ୍ୟକ୍ତିଙ୍କର ଫିଙ୍ଗର ପ୍ରିଣ୍ଟ ପରି ସ୍ୱତନ୍ତ୍ର ଭିଜୁଆଲ ଆବଶ୍ୟକତା ଯାହା ବ୍ୟକ୍ତିଗତଭାବେ ଭିନ୍ନ ରହିଛି । ଏହା ବାସ୍ତବରେ କ୍ରୟ ଅନୁଭୂତି ଏବଂ ଅପ୍ଟିକାଲ ଡିସପେନସିଙ୍ଗ ଦ୍ୱାରା ପ୍ରସ୍ତୁତ ହୋଇଛି ।

ଏହି ଶୁଭାରମ୍ଭ ଅବସରରେ ହିମାଳୟ ଅପ୍ଟିକାଲର ଆଞ୍ଚଳିକ ମୁଖ୍ୟ, ଶ୍ରୀ ଆନିନ୍ଦୟ ରୟ ଉପସ୍ଥିତ ରହି କହିଛନ୍ତିଯେ, “ହାଇ ଟେକ ଡିଜିଟାଲ ଡିସପେନସିଙ୍ଗ ସିଷ୍ଟମ ପ୍ରଥମଥର ପାଇଁ ଲେନ୍ସ ପ୍ରସ୍ତୁତକର୍ତ୍ତାମାନଙ୍କୁ ଲେନ୍ସ ପ୍ରସ୍ତୁତିରେ ସଠିକ ସର୍ତ୍ତ ସମ୍ବନ୍ଧରେ ତଥ୍ୟ ପ୍ରଦାନ କରିବ ଯାହାଦ୍ୱାରା ସେମାନେ ଉଚ୍ଚ ଭିଜୁଆଲ ପ୍ରଦର୍ଶନ ହାସଲ କରିପାରିବେ । ଉକ୍ତ ନୂତନ ଡିଜିଟାଲ ଡିସପେନସିଙ୍ଗ ସିଷ୍ଟମ ବହୁ ନୂତନ ମାପକକୁ କ୍ୟାପଚର କରିବାର କ୍ଷମତା ରଖୁଛି ଯାହା ଆମ୍ଭମାନଙ୍କୁ ବାସ୍ତବ ଉଚ୍ଚ ଡେଫିନେସନ ଲେନ୍ସ ପ୍ରଦାନ କରିପାରିବ ।”
ସହିଦନଗରଠାରେ ନୂତନଭାବେ ଖୋଲାଯାଇଥିବା ଏହି ନୂତନ ଷ୍ଟୋରରେ ବିଭିନ୍ନ ବ୍ରାଣ୍ଡ ତଥା ଓକଲେ, ରେ ବ୍ୟାନ, ଲିଣ୍ଡବର୍ଗ, ଆଲାନ ଆଜାରୋ, ଫିଲିପ ମୋର୍ଲେ, ଓଲିଭର ମାର୍ଟିନି, ଆଜାରୋ, ଟମି ହିଲଫିଜର ଇତ୍ୟାଦିର ବିସ୍ତୃତ ସ୍ତରର ସନଗ୍ଲାସେସ ଏବଂ ଚଷମା ଉପଲବ୍ଧ । ସନଗ୍ଲାସ ବ୍ୟତୀତ ଏଠାରେ ଫ୍ରେମ ଏବଂ ଅପଥାଲମିକଲେନ୍ସ ମଧ୍ୟ ରହିଛି । ସେ ଆହୁରି ମଧ୍ୟ କହିଛନ୍ତିଯେ, “ଏହି ଷ୍ଟୋରଟି ଅଗ୍ରଣୀ ବ୍ରାଣ୍ଡର ଉଭୟ ପାୱାରଯୁକ୍ତ ଏବଂ କସମେଟିକ କଣ୍ଟାକ୍ଟ ଲେନ୍ସ ପ୍ରଦାନ କରିବ । ଗୋଟିଏ ମୂଲ୍ୟାଙ୍କନରେ ବ୍ୟୟସାପେକ୍ଷ ସମାଧାନ ଖୋଜୁଥିବା ବ୍ୟକ୍ତିଙ୍କ ପାଇଁ ସେମାନଙ୍କ ଆଖିର ଯତ୍ନ ନିମନ୍ତେ ଆମ୍ଭେମାନେ ପକେଟକୁ ସୁହାଇଲା ପରି ଚଷମାର ଶୁଭାରମ୍ଭ କରିଛୁ । ନୂତନ ଅନୁଭୂତି ଏବଂ ନୂତନ ଉତ୍ପାଦ ରେଞ୍ଜ ଦ୍ୱାରା ଭବିଷ୍ୟତରେ ଏହାର ଆକାର ବୃଦ୍ଧି କରିବା ସହିତ ଆମ୍ଭମାନଙ୍କ ଷ୍ଟୋରରେ ନୂତନ ଗ୍ରାହକ ପାଇପାରିବୁ ।”


Share It

Comments are closed.