ଡୋକଲାମ ସମସ୍ୟାକୁ ନେଇ ସୂଷମାଙ୍କ ଉପରେ ବର୍ଷିଲେ ରାହୁଲ


କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଲୋକସଭାରେ ଡୋକଲାମ ଘଟଣାକୁ ନେଇ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଦ୍ୱାରା ଦିଆଯାଇଥିବା ବୟାନ ଉପରେ ବର୍ଷିଛନ୍ତି । ଏହା ସହ ସେ ଅଭିଯୋଗ ମଧ୍ୟ ଲଗାଇଛନ୍ତି ଯେ, ଚୀନର ଶକ୍ତି ଆଗରେ ଭାରତ ମୁଣ୍ଡ ନୁଆଁଇ ଦେଇଛି ।
‘ଆଶ୍ଚର୍ଯ୍ୟର କଥା ଏହା ଯେ ସୁଷମାଙ୍କ ଭଳି ଜଣେ ମହିଳା ଚୀନର ଶକ୍ତି ଆଗରେ ମୁଣ୍ଡ ନିଆଁଇଦେଲେ । ଜଣେ ନେତାକୁ ପୂର୍ଣ୍ଣ ସମର୍ଥନ ଦେବାର ଏହାର ଅର୍ଥ ଏହା ଯେ, ସୀମାରେ ଥିବା ଭାରତୀୟ ଯବାନଙ୍କ ପ୍ରତି ଏହା ବିଶ୍ୱାସଘାତ ’ ବୋଲି ରାହୁଲ ଟ୍ୱିଟ କରି କହିଛନ୍ତି ।

ପ୍ରକାଶ ଥାଉକି, ଡୋକଲାମରେ ଆଉ କୌଣସି ସମସ୍ୟା ନାହିଁ ବୋଲି ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ବୁଧବାର ଲୋକସଭାରେ କହିଥିଲେ । ଏହାର ସମାଧାନ ପୂର୍ବରୁ ହିଁ କରାଇ ଦିଆଯାଇଛି । ‘ସେଥିପାଇଁ ମୁଁ ଜାଣିପାରୁ ନାହିଁ କାହିଁକି ବାରମ୍ବାର ଏହାକୁ ଲୋକସଭାରେ ଉଠାଯାଉଛି’ ।
ସୂଷମା ଏହା ମଧ୍ୟ କହିଥିଲେ ଯେ, ଏହା ଚୀନ ଏବଂ ଭୁଟାନର ସମସ୍ୟା ଏଥିରେ ଭାରତର କୌଣସି ଭୂମିକା ନାହିଁ । ସେ ଏହା ବି କହିଥିଲେ ଯାହା ବି ଥିଲା ତାକୁ ପୂର୍ବରୁ ହିଁ ସମାଧାନ କରାଇଦିଆ ଯାଇଛି । ଆପଣଙ୍କୁ କହି ରଖୁଛୁ କି, ଡୋକଲାମ ବିବାଦକୁ ନେଇ କରି ରାହୁଲ ପିଏମ ମୋଦିଙ୍କ ଉପରେ ଅନେକ ଥର ବର୍ଷିଛନ୍ତି । ସେ କିଛି ଦିନ ପୂର୍ବରୁ ଲୋକସଭାରେ ଏହି ଘଟଣା ସଂପର୍କରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରିଥିଲେ ।


Share It

Comments are closed.