ଫୋନରେ ଡାକି ୮ ମାସର ଗର୍ଭବତୀଙ୍କୁ ଦୁଷ୍କର୍ମ କଲେ ଦୁର୍ବୁତ୍ତ


ମହାରାଷ୍ଟ୍ରର ସଙ୍ଗୀଲ ଜିଲ୍ଲାରେ ଏକ ଅଭାବନୀୟକ ଘଟଣା ଦେଖିବାକୁ ମିଳିଛି । ସଙ୍ଗୀଲ ଜିଲ୍ଲାରେ ଜଣେ ଗର୍ଭବତୀ ମହିଳାଙ୍କୁ ୮ ଜଣ ଦୁର୍ବୁତ୍ତ ମିଶିକରୀ ଦୁଷ୍କର୍ମ କରିଥିବା ଅଭିଯୋଗ ସାମନାକୁ ଆସିଛି । ମିଳିଥିବା ସୂଚନା ମୁତାବକ ପୀଡିତାଙ୍କ ସ୍ୱାମୀ ପେସାରେ ଜଣେ ବ୍ୟବସାୟୀ ଅଟନ୍ତି । ସତରାରେ ରହୁଥିବା ଏହି ୨୦ ବର୍ଷିୟ ମହିଳା ତାଙ୍କ ସ୍ୱାମୀଙ୍କ ସହ ତାସଗାଁର ତୁରଗୀ ଅଞ୍ଚଳକୁ ତାଙ୍କର ହୋଟେଲ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ କାମରେ ଆସିଥିଲେ । ସେଠାରେ ଦୁଷ୍କର୍ମକାରୀଙ୍କ ମଧ୍ୟରୁ ଜଣେ ତାଙ୍କ ସହ କୌଣସି ଏକ ଗୁରୁତ୍ୱପୂର୍ଣ୍ଣ କଥା ସମ୍ବନ୍ଧରେ ସାକ୍ଷାତ କରିବା ପାଇଁ ଡାକିଥିଲା । ଏହା ପରେ ଦୁଷ୍କର୍ମକାରୀ ବିଧିବଧ ଭାବେ ତାଙ୍କ ସ୍ୱାମୀଙ୍କୁ ବନ୍ଧକକରି ତାଙ୍କ ସ୍ତ୍ରୀଙ୍କ ଦୁଷ୍କର୍ମ ଘଟାଇଥିଲେ ।
ତାସଗାଁ ପୋଲିସ ଅଧିକାରୀଙ୍କ କହିବା ମୁତାବକ, ପୀଡିତା ଏବଂ ତାଙ୍କ ସ୍ୱାମୀ ନିଜ ହୋଟେଲରେ କାମ କରିବା ପାଇଁ ଏକ ଦମ୍ପତିର ସନ୍ଧାନରେ ସକାଳୁ ସକାଳୁ ଏଠାକୁ ଆସିଥିଲେ । ଯାହା ପରେ ଦୁଷ୍କର୍ମକାରୀଙ୍କ ମଧ୍ୟରୁ ମୁକୁନ୍ଦ ମାନୋ ନାମକ ଜଣେ ଯୁବକ ତାଙ୍କୁ ଫୋନ କରିଥିଲା ଏବଂ କହିଥିଲା ଯେ ତାଙ୍କ ହୋଟେଲରେ କାମ କରିବା ପାଇଁ ଏକ ଯୋଗ୍ୟ ଦମ୍ପତି ଅଛି । ଏହା ସହ ତାଙ୍କୁ ସାଙ୍ଗରେ ନଗଦ ୨୦,୦୦୦ ଟଙ୍କା ଆଣିବା ପାଇଁ ମଧ୍ୟ କହିଥିଲା ।
ସେମାନେ ଯେତେବେଳେ ସେହି ଗ୍ରାମରେ ଯାଇ ପହଞ୍ଚିଲେ ସେଠାରେ ମାନୋଙ୍କ ସମେତ ତାଙ୍କ ସହେଯାଗୀ ମଧ୍ୟ ଉପସ୍ଥିତ ଥିଲେ । ଏହା ପରେ ସେମାନେ ପୀଡିତାଙ୍କ ସ୍ୱାମୀଙ୍କ ବିନା କାରଣରେ ଅତର୍ଥିତ ମାଡ ମାରିବା ସହ ଗାଡି ଭିତରେ ତାଙ୍କୁ ପଶାଇ ବନ୍ଦ କରିବା ସହ ପୀଡିତା ମିଶକରି ଦୁଷ୍କର୍ମକରି ତାଙ୍କ ଅଳଙ୍କାର ସବୁକୁ ଲୁଟିନେଇଥିଲେ । ଘଟଣା ଘଟାଇବା ପରେ ଦୁର୍ବୁତ୍ତମାନେ ସେଠାରୁ ଖସି ପଳାଇଥିଲେ । ଏହା ପରେ ସେମାନେ ପୋଲିସ ଏ ସଂପର୍କରେ ନକହିବା ପାଇଁ ଧମକ ମଧ୍ୟ ଦେଇଥିଲେ । ଦୁର୍ବୁତ୍ତମାନେ ଏହା ମଧ୍ୟ କହିଥିଲେ ଏହି ଅଞ୍ଚଳରେ ତାଙ୍କର ବହୁତ ପ୍ରଭାବ ରହିଛି ଏବଂ ତାଙ୍କର କେହି ବି କିଛି କରିପାରିବେ ନାହିଁ ।


Share It

Comments are closed.