ପାକିସ୍ତାନରେ ଆତ୍ମଘାତି ବିସ୍ପୋରଣରେ ହାଫିଜ ସୟିଦର ପୁଅ ତଲାହା ସୟିଦ ଗୁରୁତର


ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା କୁଖ୍ୟାତ ଆତଙ୍କବାଦୀ ହାଫିଜ ସୟିଦର ପୁଅ ତଲାହା ସୟିଦକୁ ଲାହୋରରେ ବିସ୍ପୋରଣ କରି ହତ୍ୟା କରାଯିବାକୁ ଉଦ୍ୟମ କରାଯାଇଥିବାର ଜଣାପଡିଛି । ତେବେ ପାକିସ୍ତାନୀ ଆତଙ୍କୀ ନିରୋଧୀ ସ୍କ୍ୱାର୍ଡ ଏଯାଏ ଏ ସଂପର୍କରେ କିଛି ବି ସୂଚନା ଦେଇନଥିବାବେଳେ ତେବେ ଡିସେମ୍ବର ୭ରେ ହୋଇଥିବା ଏହି ବିସ୍ପୋରଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଗୁରୁତର ଆହାତ ମଧ୍ୟ ହୋଇଛନ୍ତି ।
ରାତି ପ୍ରାୟ ୭.୫୦ରେ ଲାହୋରରେ ଥିବା ଫ୍ରିଜ ଶୋ’ରୁମ ଆଗରେ ଏହି ବିସ୍ପୋରଣ ଘଟିଥିଲା । ବିସ୍ପୋରଣସ୍ଥଳ ଠାରୁ ମାତ୍ର କିଛି ଦୂରତାରେ ଏକ ଧାର୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ହାଫିଜ ସୟିଦର ପୁଅ ତଲାହା ସୟିଦ ଯୋଗଦେଇଥିଲେ । ତେଣୁ ତାକୁ ମାରିବା ପାଇଁ ଏହି ବିସ୍ପୋରଣ କରାଯାଇଥିବା ସାଧାରଣରେ ଚର୍ଚ୍ଚା ହେଉଥିବାବେଳେ କାହଁକି ଏବଂ କିଏ ଏଭଳି କଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ।


Share It

Comments are closed.