ଆଜିର ମ୍ୟାଚ ଭାରତ ପାଇଁ ‘କର ବା ମର’ ପରିସ୍ଥିତି


ତିନି ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତୀୟ ଦଳକୁ ବିଜୟ ସୁଯୋଗ ମିଳିଥିବାବେଳେ ଦ୍ୱିତୀୟ ମ୍ୟାଚରେ ୱେଷ୍ଟଇଣ୍ଡିଜ ଭାଗ୍ୟବାନ ସାବ୍ୟସ୍ତ ହୋଇଥିଲା । ଏବେ ଦୁଇଦଳ ଶେଷ ବାଜି ଜିତିବା ପାଇଁ ଆଜି ମୁମ୍ବାଇ ୱାଙ୍ଖଡେ ଷ୍ଟାଡିୟମରେ ପରସ୍ପରକୁ ଭେଟିବେ । ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ ଇଣ୍ଡିଆ ଏହି ନିର୍ଣ୍ଣାୟକ ଲଢେଇ ଜିତି ଚଳିତ ବର୍ଷ ଶେଷ କରିବାକୁ ଚାହୁଁଥିବାବେଳେ ଅନ୍ୟପକ୍ଷରେ ଦୁଇଥର ଟି-୨୦ ବିଶ୍ୱକପ ବିଜେତା ୱେଷ୍ଟଇଣ୍ଡିଜ ଦଳ ପାଇଁ ଏହା ଲକି ରହିଛି । ଏହି ଗ୍ରାଉଣ୍ଡରେ ଭାରତୀୟ ଦଳକୁ ହରାଇ ୱେଷ୍ଟଇଣ୍ଡିଜ ଟି-୨୦ରେ ସେମିଫାଇନାଲକୁ ପ୍ରବେଶ କରିଥିବାବେଳେ ଅନ୍ୟପଟେ ପୋଲାର୍ଡ, ସିମନ୍ସ ଏବଂ ଅନେକ ୱେଷ୍ଟଇଣ୍ଡିଜ ଖେଳାଳୀଙ୍କ ଏହି ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ମ୍ୟାଚ ଖେଳି ଏହି ପିଚ ସଂପର୍କରେ ସେମାନଙ୍କ ବହୁତ ଅଭିଜ୍ଞତା ମଧ୍ୟ ରହିଛି ।
ସେହିଭଳି ଭାରତୀୟ ଦଳର ଓପନର ଲୋକେଶ ରାହୁଲ ଓ ଅଧିନାୟକ ବିରାଟ କୋହଲି ନିଜର ବଡ ପାଳି ଖେଳି ପ୍ରଥମ ମ୍ୟାଚରେ ଦଳକୁ ବିଜୟୀ କରିଥିବାବେଳେ ହିଟମ୍ୟାନ ରୋହିତ ଶର୍ମାଙ୍କ ବ୍ୟାଟରୁ ଏପର୍ଯ୍ୟନ୍ତ କୌଣସି ବିସ୍ପୋରକ ପାଳି ଦେଖିବାକୁ ମିଳି ନାହିଁ, ଯାହାକି ଦଳ ପାଇଁ ବର୍ତ୍ତମାନ ଚିନ୍ତାର କାରଣ ସାଜିଛି । ହାଇଦ୍ରାବାଦ ଟି-୨୦ ମୁକାବିଲାରେ ରୋହିତ ୮ରନ ପାଳି ଖେଳିଥିବାବେଳେ ଥିରୁବନ୍ତପୁରମ ମୁକାବିଲାରେ ୧୫ ରନର ପାଳି ଖେଳିଥିଲେ । କେବଳ ଏହି ଦୁଇଟି ମ୍ୟାଚ ନୁହେଁ, ଚଳିତବର୍ଷ ରୋହିତ ଶର୍ମାଙ୍କ ପାଇଁ ଟି-୨୦ ମୁକାବିଲ ଆଭରେଜ ରହିଛି । ରୋହିତ ଚଳିତ ବର୍ଷ ୧୩ଟି ଟି-୨୦ ମ୍ୟାଚ ଖେଳି ୨୫ ପ୍ରତିଶତ ହାରରେ ୩୨୫ ରନ ସଂଗ୍ରହ କରିଥିବାବେଳେ ଏଥିରେ ତାଙ୍କର ଷ୍ଟ୍ରାଇକରେଟ ୧୨୮.୯୬ ରହିଛି ।


Share It

Comments are closed.