୫ଟି ସୂତ୍ରରେ ଶ୍ରମ ମନ୍ତ୍ରୀଙ୍କ ଅଚାନକ କଟକ ଗସ୍ତ


ଓଡିଶା ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଲୋକାଭିମୁଖୀ ୫ଟି କାର୍ଯ୍ୟକ୍ରମ ଆଧାରରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ବୁଧବାର ଦିନ ଅଚାନକ କଟକ ଜିଲ୍ଲା ଜଗତପୁର ନିୟୁ ଏଣ୍ଡଷ୍ଟ୍ରିଆଲ ଇଷ୍ଟଟସ୍ଥିତ ପଶୁପତି ଆଗ୍ରୋଭେଟ କୁକୁଡା ଦାନା କାରଖାନକୁ ଗସ୍ତ କରିଛନ୍ତି ।
ଏହି ଗସ୍ତ ସମୟରେ କାରଖାନାରେ କାର୍ଯ୍ୟରତ ଥିବା ସମସ୍ତ ଶ୍ରମିକ ଏବଂ କର୍ମଚାରୀଙ୍କ ମନ୍ତ୍ରୀ ସିଧାସଳଖ କଥା ତାଙ୍କ ସୁବିଧା ଅସୁବିଧା ସଂପର୍କରେ ପଚାରି ବୁଝିଥିଲେ । ଏହା ସହ ମନ୍ତ୍ରୀ ଶ୍ରୀ ସିଂହ, କମ୍ପାନୀ ପକ୍ଷରୁ କର୍ମଚାରୀମାନଙ୍କୁ ମିଳୁଥିବା ସମସ୍ତ ମୌଳିକ ସୁବିଧା ସଂପର୍କରେ କମ୍ପାନୀ ପରିଚାଳନା ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ଆଗାମୀ ଦିନରେ କମ୍ପାନୀକୁ କିପରି ଅଧିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ସେଥିପ୍ରତି ସେ ଗୁରୁତ୍ୱାରୋପ କରିଛନ୍ତି ।


Share It

Comments are closed.