‘ଶିହଲା ରସିଦ’ଙ୍କ ବିରୋଧରେ ଦେଶ ଦ୍ରୋହ ମାମଲା ରୁଜୁ କଲା ଦିଲ୍ଲୀ ପୋଲିସ


ଜେଏନୟୁର ପୂର୍ବତ୍ତନ ଛାତ୍ରୀ ତଥା କାଶ୍ମୀର ନେତ୍ରୀ ‘ଶିହଲା ରସିଦ’ଙ୍କ ବିରୋଧରେ ଦିଲ୍ଲୀ ପୋଲିସ ପକ୍ଷରୁ ଦେଶଦ୍ରୋହ ମାମଲା ରୁଜୁ କରାଯାଇଛି । ‘ଶିହଲା ରସିଦ’ ଭାରତୀୟ ସେନାଙ୍କ ବିରୋଧରେ ମିଛ ଖବର ପ୍ରଚାର କରୁଥିବାର ଗୁରୁତର ଅଭିଯୋଗ ସାମନାକୁ ଆସିଥିବା ହେତୁ ତାଙ୍କ ବିରୋଧରେ ଦିଲ୍ଲୀ ପୋଲିସ ପକ୍ଷରୁ ଏହି କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି ।


ପ୍ରକାଶ ଥାଉକି, ଶିହଲା ନିଜ ଟ୍ୱିଟରେ ୧୮ ଅଗଷ୍ଟରେ ଭାରତୀୟ ସେନା କାଶ୍ମୀରବାସୀଙ୍କ ଉପରେ ଅତ୍ୟାଚାର କରୁଛନ୍ତି ବୋଲି ମିଛ ଗୁଜବ ପ୍ରଚାର କରିଥିଲେ । ଏହି ଘଟଣାକୁ ନେଇ ସୁପ୍ରିମ କୋର୍ଟର ବରିଷ୍ଠ ଆଇନଜୀବି ‘ଅଲଖ ଶ୍ରୀବାସ୍ତବ’ ତାଙ୍କ ବିରୋଧରେ ଏକ ମାମଲା ଦାୟର କରିଥିଲେ । କେବଳ ଏତିକି ନୁହେଁ ଭାରତୀୟ ସେନା, ଶିହଲାଙ୍କ ଅଭିଯୋଗ ବିରୋଧରେ ଉଚିତ ଜବାବ ମଧ୍ୟ ଦେଇଛି ।


Share It

Comments are closed.