ଭାରତରେ ପ୍ରତି ୧୦ ରୁ ୮ ଜଣ ପିଲା ଦାନ୍ତ ରୋଗରେ ପୀଡ଼ିତ – ସର୍ବେକ୍ଷଣ


କୋଲଗେଟ ପାମୋଲିଭ(ଇଣ୍ଡିଆ)ଲିମିଟେଡ ପାଇଁ କାନ୍ତାର ଆଇଏମଆରବି ପକ୍ଷରୁ ଭୁବନେଶ୍ୱର ସମେତ ଦେଶର ୧୨ଟି ପ୍ରମୁଖ ସହରରେ କରାଯାଇଥିବା ଏକ ସର୍ବେକ୍ଷଣ ଅନୁଯାୟୀ ଭାରତରେ ପ୍ରତି ୧୦ ଜଣ ମଧ୍ୟରୁ ୮ ଜଣ ପିଲା ଦାନ୍ତ ସମସ୍ୟାରେ ପୀଡ଼ିତ ଥିବା ଦର୍ଶାଯାଇଛି । ଏହି ସର୍ବେକ୍ଷଣରେ ପିଲାମାନଙ୍କ ଠାରେ ଯଥାକ୍ରମେ ଦାନ୍ତରେ ଜୀବାଣୁ ଜମା ହୋଇ ରହିବା, ଦାନ୍ତରେ ଧଳା ଦାଗ, ଦନ୍ତକ୍ଷୟ, ମାଢ଼ି ସଂକ୍ରମଣ, ଖରାପ ଶ୍ୱାସ ଏବଂ ମାଢ଼ିରୁ ରକ୍ତ କ୍ଷରଣ ହେବା ଆଦି ପ୍ରମୁଖ ଦାନ୍ତ ସମସ୍ୟା ଦେଖାଦେଇଛି । ଉକ୍ତ ସର୍ବେକ୍ଷଣ ଅନୁଯାୟୀ ପ୍ରତି ୩ ଜଣଙ୍କ ମଧ୍ୟରୁ ୨ଜଣଙ୍କ ଠାରେ ଦନ୍ତ ଗହ୍ୱର ସମସ୍ୟା ଦେଖାଯାଉଥିବା ବେଳେ ଅନେକଙ୍କ ଠାରେ ଏହା ହେବାର ଅଧିକ ଆଶଙ୍କା ରହିଥାଏ । ଏହି ସର୍ବେକ୍ଷଣରୁ ଏହା ମଧ୍ୟ ଜଣା ଯାଇଛି ଯେ ୧୦ ଜଣଙ୍କ ମଧ୍ୟରୁ ପାଖାପାଖି ୯ ଜଣ ବୟସ୍କଙ୍କ ଠାରେ ମଧ୍ୟ ଦନ୍ତ ଜନିତ ସମସ୍ୟା ଦେଖାଦେଇଥାଏ ।

ଉକ୍ତ ସର୍ବେକ୍ଷଣ ଦର୍ଶାଉଛି ଯେ ଦନ୍ତ ଜନିତ ସମସ୍ୟା ଅଧିକ ଦେଖା ଯାଉଥିବା ପିଲାଙ୍କ ସଂଖ୍ୟା ବିଶେଷ କରି ଦେଶର ପୂର୍ବ ଭାରତ(୮୯%), ପଶ୍ଚିମ ଭାରତ(୮୮%), ଉତ୍ତର ଭାରତ(୮୫%) ଏବଂ ଦକ୍ଷିଣ ଭାରତ(୬୪%) ରେ ରହିଛି । ଅନେକ ବୃହତ ନଗର ଯେମିତିକି ମୁମ୍ବାଇ(୯୦%), କୋଲକାତା(୯୩%), ହାଇଦ୍ରାବାଦ(୮୨%), ଦିଲ୍ଲୀ(୬୦%) ଏବଂ ବାଙ୍ଗାଲୋରରେ(୪୬%) ମଧ୍ୟ ଅଧିକ ସଂଖ୍ୟାରେ ଦାନ୍ତ ସମସ୍ୟା ଦେଖାଦେଉଛି ।

ସର୍ବେକ୍ଷଣର ଅନ୍ୟ ଏକ ଅନୁସନ୍ଧାନ ଅନୁଯାୟୀ ପିଲା ମାନଙ୍କର ପ୍ରକୃତ ଦନ୍ତଗତ ସ୍ୱାସ୍ଥ୍ୟ ଅବସ୍ଥା ଏବଂ ସେମାନଙ୍କ ଅଭିଭାବକଙ୍କର ଏଥିପ୍ରତି ଥିବା ଧାରଣା ମଧ୍ୟରେ ଥିବା ଉଲ୍ଲେଖନୀୟ ପାର୍ଥକ୍ୟ ଦେଖାଦେଇଛି । ପିଲାମାନଙ୍କର ଶାରିରୀକ ସୁସ୍ଥତା ପାଇଁ ସୁସ୍ଥ ଦାନ୍ତ ଯେ କେତେ ଗୁରୁତ୍ୱପୂର୍ଣ୍ଣ ତାହା ସେମାନଙ୍କର ନିମ୍ନ ସଚେତନତା ହେତୁ ଉପରୋକ୍ତ ସମସ୍ୟା ଗୁଡ଼ିକ ଦେଖାଯାଇଥିବାର ପ୍ରମାଣ ମିଳିଛି । ସର୍ବେକ୍ଷଣ ଅନୁଯାୟୀ ପ୍ରତି୧୦ ଜଣଙ୍କ ମଧ୍ୟରୁ ୮ଜଣ ଅଭିଭାବକ ସେମାନଙ୍କ ପିଲାମାନଙ୍କର ଦାନ୍ତ ସୁସ୍ଥ ଥିବାର ବିଶ୍ୱାସ କରନ୍ତି, ଯେତେବେଳେ କି ଦନ୍ତ ପରୀକ୍ଷଣ ଅନୁଯାୟୀ ପାଖାପାଖି ୮୦% ପିଲାଙ୍କ ଠାରେ ଗୋଟିଏ ହେଉ ନା କାହିଁ ଦାନ୍ତ ସମସ୍ୟା ଥିବାର ଜଣାପଡ଼ଛି । ବାସ୍ତବତା ଏବଂ ପିଲାମାନଙ୍କର ଦାନ୍ତର ସୁସ୍ଥାବସ୍ଥା ସମ୍ପର୍କରେ ସେମାନଙ୍କ ଅଭିଭାବକ ମାନଙ୍କର ଧାରଣା ମଧ୍ୟରେ ଏହି ପ୍ରଭେଦ ବିଶେଷ କରି କୋଲକାତା(୯୨%), ମୁମ୍ବାଇ(୮୮%) ଏବଂ ହାଇଦ୍ରାବାଦ(୮୦%)ରେ ଅଧିକ ସୁଷ୍ପଷ୍ଟ ଭାବେ ଦେଖାଦେଇଛି ।

ଏହି ଅଧ୍ୟୟନରୁ ଜଣାପଡ଼ଛି ଯେ ଭାରତର ଅଧିକାଂଶ ପିଲାମାନେ ଦନ୍ତଯତ୍ନ ସମ୍ପର୍କିତ ଜରୁରୀ ଅଭ୍ୟାସ ଯେପରିକି ଦିନକୁ ଦୁଇ ଥର ଦାନ୍ତ ଘଷିବା ଏବଂ ନିୟମିତ ଦାନ୍ତ ପରୀକ୍ଷଣ ଆଦିକୁ ଅନୁସରଣ କରନ୍ତି ନାହିଁ । ସର୍ବେକ୍ଷଣ ଅନ୍ତର୍ଭୁକ୍ତ ୭୦%ରୁ ଅଧିକ ପିଲା ଦିନକୁ ଦୁଇଥର ଦାନ୍ତ ଘଷନ୍ତି ନାହିଁ ଏବଂ ସେମାନଙ୍କ ମଧ୍ୟରୁ ୬୦% ପିଲାଙ୍କୁ ବିଗତ ଏକ ବର୍ଷ ମଧ୍ୟରେ ଦାନ୍ତ ବିଶେଷଜ୍ଞଙ୍କ ପାଖକୁ ମଧ୍ୟ ନିଆଯାଇ ନାହିଁ । ଏହା ବ୍ୟତୀତ ଏହି ସର୍ବେକ୍ଷଣ ସୂଚିତ କରୁଛି ଯେ ୧୦ ଜଣଙ୍କ ମଧ୍ୟରୁ ପ୍ରତି ୮ ଜଣ ପିଲା ପ୍ରତିଦିନ ମିଠା ଜାତୀୟ ଖାଦ୍ୟ ଗ୍ରହଣ କରିବା ଦ୍ୱାରା ଦାନ୍ତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସର୍ବେକ୍ଷଣ ଅନ୍ତର୍ଭୁକ୍ତ ପାଖାପାଖି ୪୪% ପିଲାଙ୍କୁ ରିଷ୍ଟୋରେସନ, ରୁଟ କାନାଲ କିମ୍ବା ଏକ୍ସଟ୍ରାସନ ଭଳି ପ୍ରମୁଖ ଦନ୍ତ ଚିକିତ୍ସାର ଆବଶ୍ୟକତା ରହିଛି ।
“ଅନେକ ଅଭିଭାବକ ଶିଶୁମାନଙ୍କର ଜନ୍ମ ଦାନ୍ତର ପ୍ରାରମ୍ଭିକ ଯତ୍ନ ସମ୍ପର୍କରେ ଅଜ୍ଞାତ ଥାନ୍ତି । ଏହି ଦାନ୍ତ ଗୁଡ଼ିକ ଶିଶୁ ମାନଙ୍କର ସାମୁହିକ ବିକାଶରେ ସହାୟକ ହୋଇଥିବାବେଳେ, ଏହା ଶିଶୁକୁ ପୋଷକ ଯୁକ୍ତ ଖାଦ୍ୟ ଚୋବାଇବାରେ ସହାୟକ ହେବା ସହ ମୁଖ ଅସ୍ଥିର ଉପଯୁକ୍ତ ବିକାଶକୁ ତ୍ୱରାନ୍ୱିତ କରିଥାଏ । ଯାହାକି ଆଗକୁ ଯାଇ ମଜବୁତ ଦାନ୍ତ ଏବଂ ଏକ ସୁସ୍ଥ ହସର ମୂଳଦୁଆ ହୋଇଥାଏ । ପିଲା ମାନଙ୍କ ମଧ୍ୟରେ ଦାନ୍ତ ଗହ୍ୱର ଏବଂ ଦେଖା ଯାଇଥିବା ଅଧିକ ଦାନ୍ତ ସମସ୍ୟା ମୁଖ୍ୟତଃ ସେମାନଙ୍କର ଜନ୍ମ ଦାନ୍ତର ନିମ୍ନ ମାନର ଯତ୍ନ ଯୋଗୁଁ ହୋଇଥାଏ ।” ଏହା ଦ ଇଣ୍ଡିଆନ ସୋସାଇଟି ଅଫ ପେଡୋଡୋଣ୍ଟିକ୍ସ ଆଣ୍ଡ ପ୍ରିଭେଣ୍ଟିଭ ଡେଣ୍ଟିଷ୍ଟ୍ରି ର (ଆଇଏସପିପିଡି)ର ସଦସ୍ୟ ଡଃ.ମୀନାକ୍ଷି ଏସ ଖେର କହିଛନ୍ତି ।

ସର୍ବେକ୍ଷଣରୁ ବାହାରିଥିବା ନିର୍ଯ୍ୟାସ ସମ୍ବନ୍ଧରେ ଇଣ୍ଡିଆନ ଆସୋସିଏସନ ଅଫ ପବ୍ଲିକ ହେଲ୍ଥ ଡେଣ୍ଟିଷ୍ଟ୍ରି(ଆଇଏପିଏଚଡି)ର ଉପାଧ୍ୟକ୍ଷ ଡଃ.ଭି ଗୋପୀକ୍ରିଷ୍ଣ ପ୍ରକାଶ କରିଛନ୍ତି, “ଏହି ଅଧ୍ୟୟନ ଦେଶର ଦନ୍ତ ସମ୍ବନ୍ଧୀୟ ସ୍ୱାସ୍ଥ୍ୟବସ୍ଥା ଉପରେ ଆଲୋକପାତ କରୁଥିବା ବେଳେ, ଏହି ସମ୍ପର୍କିତ ତୁରନ୍ତ ସଚେତନତାର ବୃଦ୍ଧି କରିବା ପାଇଁ ଆହ୍ୱାନ କରୁଛି । ଏହା ବ୍ୟତୀତ ଅନେକ ବୈଜ୍ଞାନିକ ଅଧ୍ୟୟନରୁ ଜଣାପଡ଼ଛି ଯେ ନିମ୍ନ ମାନର ଦନ୍ତ ଅବସ୍ଥା ଅନ୍ୟାନ୍ୟ ସ୍ୱାସ୍ଥ୍ୟବସ୍ଥା ଯେମିତିକି ମଧୁମେହ, ଜନ୍ମିତ ଶିଶୁର କମ ଓଜନ ଏବଂ ଆଥେରୋକ୍ଲେରୋସିସ ଭଳି ସମସ୍ୟା ସହ ଜଡ଼ିତ ଥାଏ । ଏହା ଧ୍ୟାନ ରଖିବା ଉଚିତ ଯେ ଦନ୍ତ ସମ୍ବନ୍ଧୀୟ ରୋଗ ଗୁଡ଼ିକର ଉପଯୁକ୍ତ ପରିଚାଳନା ଏବଂ ଉତ୍ତମ ସୁସ୍ଥ ଦାନ୍ତ, ଏକ ମଜବୁତ ଦାନ୍ତର ବାହକ ହୋଇଥାଏ ଯାହାକି ଜଣେ ବ୍ୟକ୍ତିର ସାମୁହିକ ସ୍ୱାସ୍ଥ୍ୟର ବିକାଶ କରିଥାଏ ।”

ସର୍ବେକ୍ଷଣ ପ୍ରକ୍ରିୟା

କାନ୍ତର ଆଇଏମଆରବି ପକ୍ଷରୁ କରାଯାଇଥିବା ଉକ୍ତ ସର୍ବେକ୍ଷଣରେ ଭାରତର ପ୍ରାୟତଃ ୧୨ଟି ସହର ଯଥାକ୍ରମେ ଦିଲ୍ଲୀ, ଚଣ୍ଡୀଗଡ଼, ଲକ୍ଷେ୍ନø, ମୁମ୍ବାଇ, ଅହମଦାବାଦ, ପୁନେ, ହାଇଦ୍ରାବାଦ, ଚେନ୍ନାଇ, ବାଙ୍ଗାଲୋର, କୋଲକାତା, ଭୁବନେଶ୍ୱର ଏବଂ ପାଟନାର ଭିନ୍ନ ଭିନ୍ନ ସାମାଜିକ-ଅର୍ଥନୈତିକ ପରିସର ଅନ୍ତର୍ଭୁକ୍ତ ୨,୦୩୦ ଜଣ ବୟସ୍କ ଏବଂ ୧,୦୮୦ ଜଣ ପିଲାମାନଙ୍କ ମଧ୍ୟରେ କରାଯାଇଥିଲା । ଏହି ଅଧ୍ୟୟନ ଏହି ସହର ଗୁଡ଼ିକର କୋଲଗେଟ ଡେଣ୍ଟାଲ କ୍ୟାମ୍ପ ଗୁଡ଼ିକରେ ଦୁଇଜଣ ଲେଖାଏଁ ଦନ୍ତ ଚିକିତ୍ସକ ତଥା କାନ୍ତର ଆଇଏମଆରବିର ପ୍ରତିନିଧି ମାନଙ୍କ ଦ୍ୱାରା କରାଯାଇଥିଲା । ଏହାର ପ୍ରତ୍ୟେକ କ୍ୟାମ୍ପରେ ଭାଗୀ ମାନଙ୍କୁ କାନ୍ତର ଆଇଏମଆରବିର ପ୍ରତିନିଧିମାନେ ସେମାନଙ୍କର ଦାନ୍ତ ସମ୍ବନ୍ଧୀୟ ଅବସ୍ଥା ସମ୍ପର୍କରେ ବୁଝନ୍ତି ଏବଂ ପରେ ଜଣେ ଦନ୍ତ ଚିକିତ୍ସକଙ୍କ ପରାମର୍ଶ ଦିଅନ୍ତି ଯେକି ସେମାନଙ୍କ ଦାନ୍ତର ପରୀକ୍ଷଣ କରିଥାନ୍ତି । ଶେଷରେ ଭାଗୀମାନଙ୍କୁ ସେମାନଙ୍କ ଦାନ୍ତ ସମ୍ବନ୍ଧୀୟ ସମ୍ପୁର୍ଣ୍ଣ ବିବରଣୀର ଏକ କାର୍ଡ ଯୋଗାଇ ଦିଆଯାଇଥାଏ ।


Share It

Comments are closed.