ଦଳରେ ରୋହିତଙ୍କ ସ୍ଥାନକୁ ନେଇ ମୁହଁ ଖୋଲିଲେ ଗାଙ୍ଗୁଲି


ଭାରତୀୟ ଦଳରେ ଓପନର ଭାବେ ଟେଷ୍ଟ କ୍ରିକେଟରେ ଲୋକେଶ ରାହୁଲଙ୍କ ପ୍ରଦର୍ଶନ ଅତି ନିମ୍ନସ୍ତର ରହିଥିବାବେଳେ ଏହାକୁ ନେଇ ଅନେକ ପୂର୍ବତ୍ତନ କ୍ରିକେଟର ଚିନ୍ତାବ୍ୟକ୍ତ ମଧ୍ୟ କରିଛନ୍ତି । ଭାରତୀୟ ଦଳର ପୂର୍ବତ୍ତନ କ୍ରିକେଟର ଭିଭିଏସ ଲକ୍ଷ୍ମଣ , ୱାସିମ ଜାଫରଙ୍କ ଭଳି ଅନେକ ଖେଳାଳୀ ରାହୁଲଙ୍କ ପ୍ରଦର୍ଶନକୁ ନେଇ ପ୍ରଶ୍ମ ଉଠାଇଥିବାବେଳେ ବର୍ତ୍ତମାନ ଦଳର ପୂର୍ବତ୍ତନ ଅଧିନାୟକ ସୌରଭ ଗାଙ୍ଗୁଲି ମଧ୍ୟ ନିଜ ପ୍ରତିକ୍ରିୟା ଦେଇଛନ୍ତି ।
ସେ ରୋହିତଙ୍କ ସମର୍ଥନରେ ବାହାରି କହିଛନ୍ତି ଯେ, “ଦିନିକିଆ ଏବଂ ଟି-୨୦ରେ ଦଳ ପାଇଁ ଓପନିଙ୍ଗ କରୁଥିବା ରୋହିତ ଶର୍ମାଙ୍କୁ ଟେଷ୍ଟ ମ୍ୟାଚରେ ମଧ୍ୟ ଓପନର ରୂପେ ସୂଯୋଗ ମିଳିବା ଦରକାର । କାରଣ ରାହୁଲ ଟେଷ୍ଟ କ୍ରିକେଟରେ ଓପନର ଭାବେ ଉନ୍ନତ ଖେଳ ପ୍ରଦର୍ଶନ କରିବାରେ ଅସଫଳ ରହୁଛନ୍ତି । ତେଣୁ ଏଥିପାଇଁ ଦିନିକିଆ ଏବଂ ଟି-୨୦ରେ ଦଳ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ରୋହିତଙ୍କୁ ଟେଷ୍ଟ ମ୍ୟାଚରେ ମଧ୍ୟ ଓପନର ରୂପେ ସୁଯୋଗ ମିଳିବା ଦରକାର । ”
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଦିନିକିଆ ବିଶ୍ୱକପରେ ଭାରତ ପକ୍ଷରୁ ପାଳି ଆରମ୍ଭ କରି ରୋହିତ ଶର୍ମା ପାଞ୍ଚଟି ସୁନ୍ଦର ଶତକ ହାସଲ କରିଥିଲେ । ନିକଟରେ ସଦ୍ୟସମାପ୍ତ ହୋଇଥିବା ଆଇସିସି ବିଶ୍ୱକପରେ ରୋହିତ ନିଜ ସୁନ୍ଦର ପ୍ରଦର୍ଶନ ଦେଖାଇଥିବାବେଳେ ଟେଷ୍ଟ ମ୍ୟାଚମାନଙ୍କରେ ମଧ୍ୟ ଓପନର ରୂପେ ସୁଯୋଗ ମିଳିବା ଦରକାର ।


Share It

Comments are closed.